ପୋଲ ତଳେ ପିଲା ଜନ୍ମ

<p>ବାରିପଦା (ମାଣିକଲାଲ ପାଣି): କଲଭର୍ଟ ଭିତରେ ମହିଳାଙ୍କ ସନ୍ତାନ ପ୍ରସବ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳରେ। ଏଠାକାର ଜଣେ ଆଦିବାସୀ ମହିଳାଙ୍କ ଘରକୁ ୬ ମାସ ତଳେ ହାତୀ ପଲ ଭାଙ୍ଗି ଦେଇଥିଲେ। ତେବେ ଏତେ ଦିନ ବିତିଯାଇଥିଲେ ମଧ୍ୟ ନୂଆ ଘର ପାଇଁ ପ୍ରଶାସନରୁ କୌଣସି ସହାୟତା ମିଳି ନ ଥିଲା। ଫଳରେ ନିକଟରେ ଥିବା ଏକ କଲଭର୍ଟ ତଳେ ଆଶ୍ରୟ ନେଇଥିଲେ ଗର୍ଭବତୀ ମହିଳା ଜଣଙ୍କ। ଆଉ କିଛି ଦିନ ତଳେ ସେଇଠାରେ ହିଁ କନ୍ୟା ସନ୍ତାନ ପ୍ରସବ କରିଥିଲେ।</p> <p>ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଉଦ୍&zwnj;ବେଗ ପ୍ରକାଶ ପାଇଛି। କିଭଳି ଭାବେ ମହିଳା ଜଣଙ୍କୁ ସହାୟତା ମିଳିଲାନାହିଁ, ଗାଁରେ ଆଶାକର୍ମୀ ଥାଇ କାହିଁକି କଲଭର୍ଟ ଭିତରେ ତାଙ୍କୁ ପ୍ରସବ କରିବାକୁ ପଡ଼ିଲା ସେନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।&nbsp; ଅନ୍ୟପକ୍ଷରେ ମହିଳାଙ୍କୁ ଘର ଯୋଗାଇବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ମୟୂରଭଞ୍ଜର ଅତିରିକ୍ତ ଗଙ୍ଗାଧର ନାୟକ ଜିଲ୍ଲାପାଳ କହିଛନ୍ତି।</p>

Ordigital Desk
  • Published: Tuesday, 08 May 2018
  • Updated: 08 May 2018, 08:29 PM IST

Sports

Latest News

<p>ବାରିପଦା (ମାଣିକଲାଲ ପାଣି): କଲଭର୍ଟ ଭିତରେ ମହିଳାଙ୍କ ସନ୍ତାନ ପ୍ରସବ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲାର ଶୁକୃଳି ବ୍ଲକ ଅଞ୍ଚଳରେ। ଏଠାକାର ଜଣେ ଆଦିବାସୀ ମହିଳାଙ୍କ ଘରକୁ ୬ ମାସ ତଳେ ହାତୀ ପଲ ଭାଙ୍ଗି ଦେଇଥିଲେ। ତେବେ ଏତେ ଦିନ ବିତିଯାଇଥିଲେ ମଧ୍ୟ ନୂଆ ଘର ପାଇଁ ପ୍ରଶାସନରୁ କୌଣସି ସହାୟତା ମିଳି ନ ଥିଲା। ଫଳରେ ନିକଟରେ ଥିବା ଏକ କଲଭର୍ଟ ତଳେ ଆଶ୍ରୟ ନେଇଥିଲେ ଗର୍ଭବତୀ ମହିଳା ଜଣଙ୍କ। ଆଉ କିଛି ଦିନ ତଳେ ସେଇଠାରେ ହିଁ କନ୍ୟା ସନ୍ତାନ ପ୍ରସବ କରିଥିଲେ।</p><p>ଏହି ଅଭାବନୀୟ ଘଟଣା ସାମ୍ନାକୁ ଆସିବା ପରେ ଉଦ୍&zwnj;ବେଗ ପ୍ରକାଶ ପାଇଛି। କିଭଳି ଭାବେ ମହିଳା ଜଣଙ୍କୁ ସହାୟତା ମିଳିଲାନାହିଁ, ଗାଁରେ ଆଶାକର୍ମୀ ଥାଇ କାହିଁକି କଲଭର୍ଟ ଭିତରେ ତାଙ୍କୁ ପ୍ରସବ କରିବାକୁ ପଡ଼ିଲା ସେନେଇ ପ୍ରଶାସନ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି।&nbsp; ଅନ୍ୟପକ୍ଷରେ ମହିଳାଙ୍କୁ ଘର ଯୋଗାଇବା ଲାଗି ନିର୍ଦ୍ଦେଶ ଦିଆଯାଇଥିବା ମୟୂରଭଞ୍ଜର ଅତିରିକ୍ତ ଗଙ୍ଗାଧର ନାୟକ ଜିଲ୍ଲାପାଳ କହିଛନ୍ତି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos