ସୁପାରୀକିଲର୍‌ ଜରିଆରେ ବଡ଼ ଯା’କୁ ହତ୍ୟା କରିଥିଲା ସାନ

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କୁହାଯାଏ ଦୁଇ ଯାଆ ଦୁଇ ଭଉଣୀ। କିନ୍ତୁ ସାମାନ୍ୟ ଈର୍ଷା ଯୋଗୁ ବଡ଼ ଯା’କୁ ସାନ ଯାଆ ସୁପାରୀ କିଲର ମାଧ୍ୟମରେ ଅତି ଵୀଭତ୍ସ ଭାବେ ହତ୍ୟା କରିବା କେବେ ଶୁଣିଛନ୍ତି? ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଅଂଚଳରେ। ଏହି ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ସାନ ଯା’ ସେତେବେଳେ ନାବାଳକ ଥିବା ଜଣେ ଯୁବକକୁ ସୁପାରୀ ଦେଇ ଘଟଣାକୁ ଅନ୍ୟ ରୂପ ଦେଇଥିଲା। ଉଭୟ ସାନ ଯା’ […]

dharmagarh

Tapaswini Nayak
  • Published: Monday, 15 October 2018
  • , Updated: 15 October 2018, 11:02 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): କୁହାଯାଏ ଦୁଇ ଯାଆ ଦୁଇ ଭଉଣୀ। କିନ୍ତୁ ସାମାନ୍ୟ ଈର୍ଷା ଯୋଗୁ ବଡ଼ ଯା’କୁ ସାନ ଯାଆ ସୁପାରୀ କିଲର ମାଧ୍ୟମରେ ଅତି ଵୀଭତ୍ସ ଭାବେ ହତ୍ୟା କରିବା କେବେ ଶୁଣିଛନ୍ତି? ଏପରି ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲାର ଜୁନାଗଡ଼ ଅଂଚଳରେ।

ଏହି ଘଟଣାର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ। ଅଭିଯୁକ୍ତ ସାନ ଯା’ ସେତେବେଳେ ନାବାଳକ ଥିବା ଜଣେ ଯୁବକକୁ ସୁପାରୀ ଦେଇ ଘଟଣାକୁ ଅନ୍ୟ ରୂପ ଦେଇଥିଲା। ଉଭୟ ସାନ ଯା’ ଓ ବର୍ତ୍ତମାନ ସାବାଳକ ହୋଇ ସାରିଥିବା ଉକ୍ତ ଯୁବକ ଟଙ୍କଧରକୁ ଗିରଫ କରାଯାଇଛି।

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଥାନା ଅନ୍ତର୍ଗତ ମାଟିଗାଁ ସୂର୍ଯ୍ୟକାନ୍ତି ମେହେର ଜଣେ ଗରିବ ଶ୍ରେଣୀର ମହିଳା। ସୂର୍ଯ୍ୟକାନ୍ତି ଓ ତାଙ୍କ ସାନ ଯା’ ଚନ୍ଦ୍ରକାନ୍ତିଙ୍କ ପରିବାର ମଧ୍ୟରେ ବିବାଦ ଥିଲା। ଏହାକୁ ନେଇ ଚନ୍ଦ୍ରକାନ୍ତି ସୂର୍ଯ୍ୟକାନ୍ତିଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ଏଥିପାଇଁ ସେ ଟଙ୍କଧରକୁ ରାଜି କରାଇଥିଲେ। ପର୍ଯ୍ୟାୟ କ୍ରମେ ସେ ଟଙ୍କଧରକୁ୨୫ ହଜାର ଟଙ୍କା ମଧ୍ୟ ଦେଇଥିଲେ।

ଗତ ଫେବୃଆରୀ ୧୮ ତାରିଖରେ ସୂର୍ଯ୍ୟକାନ୍ତିଙ୍କ ସ୍ୱାମୀ ଓ ପିଲାମାନେ ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ। ରାତିରେ ଘରେ ଏକାକୀ ଥିଲେ ସୂର୍ଯ୍ୟକାନ୍ତି। ଏହା ଜାଣିବା ପରେ ଚନ୍ଦ୍ରକାନ୍ତି, ଟଙ୍କଧରକୁ ସୂଚନା ଦେଇଥିଲେ। ପରେ ଉଭୟ ସୂର୍ଯ୍ୟକାନ୍ତିଙ୍କ ଘରକୁ ଯାଇ କବାଟ ବାଡ଼େଇ ଥିଲେ। ସେ କବାଟ ଖୋଲିବା ମାତ୍ରେ ନାବାଳକ ଜଣଙ୍କ ତାଙ୍କ ବେକକୁ କାଟି ଦେବା ସହ ଏକ ବାଡ଼ିରେ ପିଟିଥିଲା। ଏହାପରେ ଉଭୟ ଟଙ୍କଧର ଓ ଚନ୍ଦ୍ରକାନ୍ତି, ଏକ ପଥରରେ ସୂର୍ଯ୍ୟକାନ୍ତିଙ୍କ ମୁଣ୍ଡକୁ ଛେଚି ହତ୍ୟା କରିଥିଲେ।

ହତ୍ୟାକାଣ୍ଡର ୬ ମାସ ପର୍ଯ୍ୟନ୍ତ ପୁଲିସ କୌଣସି ସୁରାକ ପାଇ ନଥିଲା। ଏହାପରେ ମାମଲାଟି କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା। ଗତ ୮ ଦିନ ହେବ କ୍ରାଇମବ୍ରାଞ୍ଚର ଏକ ଟିମ୍‌ ଜୁନାଗଡ଼ରେ ରହି ଘଟଣାର ତଦନ୍ତ କରୁଥିଲା।

https://youtu.be/MdZ_WqiQdew

Related story