ବସ୍‌ ଷ୍ଟପ୍‌ରୁ ମହିଳାଙ୍କୁ ଅପହରଣ

ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ବସ୍‌ଷ୍ଟପ ନିକଟରୁ ଅପହରଣ ହୋଇଥିବା ମହିଳାଙ୍କୁ ପୁଲିସ୍ ଉଦ୍ଧାର କରିଛି। ଏହି ଘଟଣାରେ ୫ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ମହିଳାଜଣଙ୍କ ବସ୍‌କୁ ଅପେକ୍ଷା କରିଥିବା ବେଳେ ୫ ଜଣ ଯୁବକ ଅପହରଣ କରିଥିବା  ସେ ଅଭିଯୋଗ କରିଛନ୍ତି। ତେବେ ସଂପୃକ୍ତ ମହିଳାଙ୍କ ଘର ଯାଜପୁରରେ ବୋଲି ଜଣାପଡ଼ିଛି। ମହିଳାଙ୍କ କହିବା ଅନୁଯାୟୀ, ଗତକାଲି ମୁଁ ଦାଦାଙ୍କ ଘର ଆନନ୍ଦପୁରକୁ ଆସିଥିଲି। ଆମ […]

3-kidnapped-boy00

Tapaswini Nayak
  • Published: Monday, 24 February 2020
  • , Updated: 24 February 2020, 02:48 PM IST

ଆନନ୍ଦପୁର (ମୁନା ସିଂହ): କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଅନ୍ତର୍ଗତ ଶାଳପଡ଼ା ବସ୍‌ଷ୍ଟପ ନିକଟରୁ ଅପହରଣ ହୋଇଥିବା ମହିଳାଙ୍କୁ ପୁଲିସ୍ ଉଦ୍ଧାର କରିଛି। ଏହି ଘଟଣାରେ ୫ ଯୁବକଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି। ମହିଳାଜଣଙ୍କ ବସ୍‌କୁ ଅପେକ୍ଷା କରିଥିବା ବେଳେ ୫ ଜଣ ଯୁବକ ଅପହରଣ କରିଥିବା  ସେ ଅଭିଯୋଗ କରିଛନ୍ତି। ତେବେ ସଂପୃକ୍ତ ମହିଳାଙ୍କ ଘର ଯାଜପୁରରେ ବୋଲି ଜଣାପଡ଼ିଛି।

ମହିଳାଙ୍କ କହିବା ଅନୁଯାୟୀ, ଗତକାଲି ମୁଁ ଦାଦାଙ୍କ ଘର ଆନନ୍ଦପୁରକୁ ଆସିଥିଲି। ଆମ ଘରକୁ ଫେରିବା ପାଇଁ ଶାଳପଡ଼ା ବସ୍‌ଷ୍ଟପରେ ବସ୍‌କୁ ଅପେକ୍ଷା କରିଥିଲି। ବସ୍ ଆସିବା ବିଳମ୍ବ ହେବାରୁ ମୁଁ ବସ୍‌ଷ୍ଟପର ଆଗକୁ କିଛି ବାଟ ଚାଲି ଆସିଥିଲି। ସେଠାରେ ୫ଜଣ ଯୁବକ ମୋତେ କୁଆଡେ ଯିବ ବୋଲି ପଚାରିଥିଲେ। ଆମେ ବସ୍‌ରେ ବସାଇ ଦେବୁ ବୋଲି କହି ସେମାନେ ମୋତେ ବାଇକ୍‌ରେ ବସାଇ ଏକ ଘରକୁ ନେଇ ଆସିଥିଲେ। ସେଠାରେ ମୋତେ ମାଡ଼ କରି ଘରେ ବନ୍ଦ କରି ଦେଇଥିଲେ। ମୋ ପାଖରେ ମୋବାଇଲ ଥିବାରୁ ମୁଁ ମୋ ଦାଦାଙ୍କ ପାଖରୁ ଫୋନ୍ କରିଥିଲି ଓ ତାଙ୍କ ନିକଟରୁ ପୁଲିସର ନମ୍ବର ଆଣି ଫୋନ୍‌ କରିଥିଲି। ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୋତେ ଉଦ୍ଧାର କରିଥିଲା।

Related story