ନଦୀକୁ ଯାଇଥିଲେ, ମିଳିଲା ମହିଳାଙ୍କ ରକ୍ତାକ୍ତ ମୃତଦେହ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ତୋଟାରୁ ମିଳିଲା ମହିଳାଙ୍କ ମୃତଦେହ। ତାଙ୍କ ବେକରେ ଗଭୀର କ୍ଷତ ଚିହ୍ନ ଥିବାରୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆଜି ଭୋର ସମୟରେ ଏପରି ଘଟଣା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅଞ୍ଚଳରେ ଘଟିଛି। ପୁହୁଣ୍ଡି ଗାଁର ବିଜୟ ଗୌଡଙ୍କ ସ୍ତ୍ରୀ ଲକ୍ଷ୍ମୀ ଶନିବାର ଭୋରୁ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। କିଛି ସମୟ ପରେ ତାଙ୍କ ରକ୍ତାକ୍ତ ମୃତଦେହ ତୋଟା ଭିତରରୁ […]

ganjam

Manoranjan Sial
  • Published: Saturday, 02 January 2021
  • , Updated: 02 January 2021, 05:08 PM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ତୋଟାରୁ ମିଳିଲା ମହିଳାଙ୍କ ମୃତଦେହ। ତାଙ୍କ ବେକରେ ଗଭୀର କ୍ଷତ ଚିହ୍ନ ଥିବାରୁ ଗଳା କାଟି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଆଜି ଭୋର ସମୟରେ ଏପରି ଘଟଣା ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ ଜରଡ଼ା ଥାନା ଅଞ୍ଚଳରେ ଘଟିଛି।

ପୁହୁଣ୍ଡି ଗାଁର ବିଜୟ ଗୌଡଙ୍କ ସ୍ତ୍ରୀ ଲକ୍ଷ୍ମୀ ଶନିବାର ଭୋରୁ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। କିଛି ସମୟ ପରେ ତାଙ୍କ ରକ୍ତାକ୍ତ ମୃତଦେହ ତୋଟା ଭିତରରୁ ମିଳିଥିଲା। ବେକରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କ ଗଳା କଟାଯାଇ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି। ହେଲେ ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ।

Related story