ସ୍ୱାମୀଙ୍କ ଚିତାରେ ମୁଖାଗ୍ନି ଦେଲେ ସ୍ତ୍ରୀ

ବିନିକା(ଦିଲ୍ଲୀପ ସାହୁ): ସ୍ୱାମୀଙ୍କ ଚିତାରେ ମୁଖାଗ୍ନି ଦେଲେ ସ୍ତ୍ରୀ। ଆଜି ଏପରି ହୃଦୟବିଦାରକ ଦୃଶ୍ୟ ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ତମାମୁରା ଗାଁର ଚନ୍ଦ୍ରମଣୀ ଭୋଇ(୬୨) କେନାଲକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ଦୀର୍ଘ ସମୟ ଧରେ ଘରେ ଅପେକ୍ଷା କରି ପତ୍ନୀ ପର୍ବତୀ କେନାଲ ପାଖକୁ ଖୋଜିବାକୁ ଆସିଲେ। କିନ୍ତୁ ତାଙ୍କର ପତ୍ତା ପାଇନଥିଲେ। କିଛି ସମୟ ପରେ ଚନ୍ଦ୍ରମଣୀଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ଗାଁ ଲୋକେ ଡୁଙ୍ଗୁରିପାଲି […]

subarnapur

Manoranjan Sial
  • Published: Saturday, 05 October 2019
  • , Updated: 05 October 2019, 05:27 PM IST

ବିନିକା(ଦିଲ୍ଲୀପ ସାହୁ): ସ୍ୱାମୀଙ୍କ ଚିତାରେ ମୁଖାଗ୍ନି ଦେଲେ ସ୍ତ୍ରୀ। ଆଜି ଏପରି ହୃଦୟବିଦାରକ ଦୃଶ୍ୟ ସୁବର୍ଣ୍ଣପୁରରେ ଦେଖିବାକୁ ମିଳିଛି।

ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ତମାମୁରା ଗାଁର ଚନ୍ଦ୍ରମଣୀ ଭୋଇ(୬୨) କେନାଲକୁ ଗାଧୋଇବାକୁ ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ଦୀର୍ଘ ସମୟ ଧରେ ଘରେ ଅପେକ୍ଷା କରି ପତ୍ନୀ ପର୍ବତୀ କେନାଲ ପାଖକୁ ଖୋଜିବାକୁ ଆସିଲେ। କିନ୍ତୁ ତାଙ୍କର ପତ୍ତା ପାଇନଥିଲେ।

କିଛି ସମୟ ପରେ ଚନ୍ଦ୍ରମଣୀଙ୍କ ମୃତଦେହ କେନାଲରେ ଭାସୁଥିବା ଦେଖି ଗାଁ ଲୋକେ ଡୁଙ୍ଗୁରିପାଲି ଥାନାକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବିନିକା ଡାକ୍ତଖାନାକୁ ପଠାଇଥିଲା। ଶବ ବ୍ୟବଚ୍ଛେଦ କରି ମେଡିକାଲ୍‌ କର୍ତ୍ତୃପକ୍ଷ ପାର୍ବତୀଙ୍କୁ ହସ୍ତାନ୍ତର କରିଥିଲେ।

ଶବ ସତ୍କାର ପାଇଁ ନିଜର ପୁଅ-ଝିଅ କିମ୍ୱା ବନ୍ଧୁବାନ୍ଧବ କେହି ନଥିବାରୁ ଶେଷରେ ନିଜ ସ୍ୱାମୀକୁ ମୁଖାଗ୍ନୀ ଦେଲେ ସ୍ତ୍ରୀ ପାର୍ବତୀ। ଏହି ସମୟରେ ତମାମୁରା ସରପଞ୍ଚଙ୍କ ସହ ଗାଁର କିଛି ଲୋକ ଉପସ୍ଥିତ ରହି ପାର୍ବତୀଙ୍କୁ ସହଯୋଗ କରିଥିଲେ।

Related story