ଏସ୍ସିବିରେ ଶିଶୁ ବଦଳ ଅଭିଯୋଗ
- Published: Monday, 29 January 2018
- , Updated: 29 January 2018, 08:42 AM IST
<p>କଟକ: କଟକ ଏସ୍‌ସିବି ମେଡିକାଲ୍ କଲେଜରେ ଶିଶୁ ବଦଳ ହୋଇଥିବା ଅଭିଯୋଗ ହୋଇଛି। ଏନେଇ କଟକ ମଙ୍ଗଳାବାଗ ଥାନାରେ ଏତଲା ହୋଇଛି। ଅଭିଯୋଗ ଅନୁସାରେ ଏସ୍‌ସିବିର ସ୍ତ୍ରୀ ଓ ପ୍ରସୂତି ବିଭାଗରୁ ଏହି ଶିଶୁ ବଦଳ ହୋଇଛି। ଗତ ୨୭ ତାରିଖରେ ଅପରେସନ୍ ପରେ ଜଣେ ପ୍ରସୂତି ଏକ ଶିଶୁକୁ ଜନ୍ମ ଦେଇଥିଲେ। ହେଲେ ଗତକାଲି ଶିଶୁକନ୍ୟାକୁ ଦେଖି ଏହା ତାଙ୍କର ନୁହେଁ ବୋଲି ସେ ଅଭିଯୋଗ କରିଛନ୍ତି।</p>
<p>ଅପରେସନ୍ ପରେ ଜନ୍ମିତ ଶିଶୁଟି ପୁଅ ନା ଝିଅ ତାଙ୍କୁ ଏ ସମ୍ପର୍କରେ କୁହାଯାଇନଥିବା ମହିଳା ଅଭିଯୋଗ କରିଛନ୍ତି। ଏହାସହ ତାଙ୍କୁ ଦିଆଯାଇଥିବା ଶିଶୁକନ୍ୟା ତାଙ୍କର ନୁହେଁ। ତାଙ୍କ ପ୍ରକୃତ ସନ୍ତାନକୁ ବଦଳ କରାଯାଇଥିବା ନେଇ ସେ ଅଭିଯୋଗ କରିଛନ୍ତି।</p>