ବ୍ରହ୍ମଗିରିରେ ମହିଳା ସୁରକ୍ଷା ଯାତ୍ରା, ଫଟୋ ସେୟାର କଲେ ଲୁଲୁଙ୍କ ଝିଅ

ଭୁବନେଶ୍ୱର,(ଓଡ଼ିଶା ରିପୋଟର):ମହିଳାଙ୍କ ସୁରକ୍ଷା ନେଇ  ରାଜ୍ୟ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଅଭିଯାନ ଭିନ୍ନ ଭିନ୍ନ ଜିଲ୍ଲାରେ ଚାଲିଥିବା ବେଳେ ଗତକାଲି  ବ୍ରହ୍ମଗିରିରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହାତକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।  ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ବିଜେପିରେ ମିଶିଥିବା ସ୍ୱର୍ଗତ ଲୁଲୁ […]

upa

Rakesh Mallick
  • Published: Friday, 08 June 2018
  • , Updated: 08 June 2018, 12:17 AM IST

ଭୁବନେଶ୍ୱର,(ଓଡ଼ିଶା ରିପୋଟର):ମହିଳାଙ୍କ ସୁରକ୍ଷା ନେଇ  ରାଜ୍ୟ ବିଜେପି ପକ୍ଷରୁ ଆରମ୍ଭ ହୋଇଥିବା ମହିଳା ସୁରକ୍ଷା ଯାତ୍ରା ଅଭିଯାନ ଭିନ୍ନ ଭିନ୍ନ ଜିଲ୍ଲାରେ ଚାଲିଥିବା ବେଳେ ଗତକାଲି  ବ୍ରହ୍ମଗିରିରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ବିଜୟା ରାହାତକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।  ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ବିଜେପିରେ ମିଶିଥିବା ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର,  ପୂର୍ବତନ ମନ୍ତ୍ରୀ ସୁରମା ପାଢି, ରାଜ୍ୟ ବିଜେପି ମହିଳା ମୋର୍ଚ୍ଚା ସଭାପତି ପ୍ରଭାତୀ ପରିଡ଼ା, ଅଲିଓଡ୍‌ ଅଭିନେତ୍ରୀ ମହାଶ୍ୱେତା ରୟ ଯୋଗ ଦେଇ ମହିଳାଙ୍କ ସୁରକ୍ଷା ଉପରେ ନିଜର ମତାମତ ରଖିଥିଲେ। ମହିଳାଙ୍କ ସ୍ୱାଭିମାନ ଓ ସୁରକ୍ଷା ପାଇଁ ଲଢ଼େଇ ଜୋର୍‌ଦାର ହେବ ବୋଲି ସେମାନେ କହିଥିଲେ। ତେବେ ଏନେଇ ଉପାସନା ମହାପାତ୍ର ନିଜ ଫେସବୁକ୍‌ ଆକାଉଣ୍ଟରେ ଫଟୋ ଏବଂ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ସେୟାର କରିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବଢ଼ିଚାଲିଥିବା ମହିଳା ନିର୍ଯାତନାର ପ୍ରତିବାଦରେ ବିଜେପି ଗତ ୧୭ ତାରିଖରୁ  ଏହି ସୁରକ୍ଷା ଅଭିଯାନ ଆରମ୍ଭ କରିଛି। ଏହି ଅବସରରେ ରାଜ୍ୟର ପ୍ରମୁଖ ୭ଟି ମନ୍ଦିରରୁ ମହିଳା ସୁରକ୍ଷା ରଥ ବାହାରିବ। ଏହା ୨୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୧୧ ଦିନ ମଧ୍ୟରେ ମୋଟ ୪୫୦ଟି ସାଧାରଣ ସଭା କରାଯିବ ବୋଲି ଦଳ ପକ୍ଷରୁ ସୂଚନା ଦିଆଯାଇଥିଲା। ପ୍ରଭାତି ପରିଡ଼ା, ସୁରମା ପାଢ଼ୀ, ରାଧାରାଣୀ ପଣ୍ଡା ଓ ଲେଖାଶ୍ରୀ ସାମନ୍ତସିଂହାର ସମେତ ଦଳର ୭ ଜଣ ପ୍ରମୁଖ ନେତ୍ରୀ ଏହି ସୁରକ୍ଷା ଯାତ୍ରାର ନେତୃତ୍ୱ ନେଉଛନ୍ତି।

Related story