ଝିଅକୁ ଅପହରଣ ଉଦ୍ୟମ, ପ୍ରତିବାଦ କରିବାରୁ ମାଆକୁ ଗୁଳି

ବାସୁଦେବପୁର (କିରିଟି ଦାସ): ମାଆଠାରୁ ୪ ବର୍ଷର ଝିଅକୁ ଛଡ଼ା ନେବାକୁ ଉଦ୍ୟମ କରୁଥିଲେ ଦୁଇ ଦୁର୍ବୃତ୍ତ। ପ୍ରତିବାଦ କରିବାକୁ ଗୁଳି ମାରି ଚମ୍ପଟ ମାରିଦେଲେ। ଆଜି ସନ୍ଧ୍ୟା ବେଳେ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ହେବ। ବାସୁଦେବପୁର ଥାନା ଅଲବଗା ଗାଁର ଜୋତ୍ସ୍ନାରାଣୀ ସାହୁ ତାଙ୍କ ୪ ବର୍ଷର ଝିଅକୁ ଧରି ୨୦୦ ମିଟର ଦୂରରେ […]

Bhadrak

  • Published: Friday, 04 November 2022
  • , Updated: 04 November 2022, 08:31 PM IST

ବାସୁଦେବପୁର (କିରିଟି ଦାସ): ମାଆଠାରୁ ୪ ବର୍ଷର ଝିଅକୁ ଛଡ଼ା ନେବାକୁ ଉଦ୍ୟମ କରୁଥିଲେ ଦୁଇ ଦୁର୍ବୃତ୍ତ। ପ୍ରତିବାଦ କରିବାକୁ ଗୁଳି ମାରି ଚମ୍ପଟ ମାରିଦେଲେ। ଆଜି ସନ୍ଧ୍ୟା ବେଳେ ଘଟଣା ଭଦ୍ରକ ଜିଲ୍ଲା ବାସୁଦେବପୁର ଥାନା ଅଞ୍ଚଳରେ ଘଟିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

ଆଜି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ହେବ। ବାସୁଦେବପୁର ଥାନା ଅଲବଗା ଗାଁର ଜୋତ୍ସ୍ନାରାଣୀ ସାହୁ ତାଙ୍କ ୪ ବର୍ଷର ଝିଅକୁ ଧରି ୨୦୦ ମିଟର ଦୂରରେ ଥିବା ଚୌରା ଛକକୁ ଲୁଗା କିଣିବାକୁ ଯାଉଥିଲା। ଛକ ପାଖରେ ଦୁଇ ଜଣ ଯୁବକ ବାଇକ୍‌ରେ ଆସି ଜୋତ୍ସ୍ନାଙ୍କ ଝିଅକୁ ଅପହରଣ କରିନେବାକୁ ଉଦ୍ୟମ କରିଥିଲେ। ମାତ୍ର ଜୋତ୍ସ୍ନା ସେମାନଙ୍କଠାରୁ ନିଜ ଝିଅକୁ ଛଡ଼ାଇ ଆଣିଥିଲେ। ଫଳରେ କୁନି ଝିଅଟି ତଳେ ପଡ଼ିଯାଇଥିଲେ। ଏହା ପରେ ଦୁଇ ଯୁବକ ଜୋତ୍ସ୍ନାଙ୍କ ଉପରକୁ ଗୁଳି ଚଳାଇଥିଲେ। ଗୁଳିଟି ଜୋତ୍ସ୍ନାଙ୍କ ଡାହାଣ ହାତ ପାପୁଲିରେ ବାଜିଥିଲେ। ସେ ତଳେ ପଡ଼ିଗଲା ପରେ ତାଙ୍କ ହାତରୁ ମୋବାଇଲ୍‌ ଛଡ଼ାଇ ଚମ୍ପଟ ମାରିଲେ ଦୁଇ ଯୁବକ।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଛି। ଏହି ଖବର ପ୍ରକାଶ ପାଇବା ପରେ ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ ଚଳାଇଛି। ମାତ୍ର ଗୁଳି ମାଡ଼ କରିଥିବା ଅଭିଯୁକ୍ତଙ୍କ ପତ୍ତା ପାଇନି।

ଅନ୍ୟପକ୍ଷରେ ଜୋତ୍ସ୍ନା କହିଛନ୍ତି, ମୋ ଉପରକୁ ଗୁଳି କରିଥିବା ଯୁବକଙ୍କୁ ଚିହ୍ନିନି। ମୋର କାହା ସହିତ ଶତ୍ରୁତା ମଧ୍ୟ ନାହିଁ।

Related story