ବଞ୍ଚିଥିବା ଲୋକକୁ ମୃତ ଦର୍ଶାଇ ଅନ୍ତ୍ୟୋଦୟ ଯୋଜନାରୁ ନାଁ କାଟିଦେଲେ!

ରାୟଗଡ଼ା (ମନୋଜ ପାତ୍ର): ନାଁ ସମାନ ଥିବାରୁ ଜୀବିତ ବୃଦ୍ଧାଙ୍କୁ ମୃତ ଦର୍ଶାଇ ଅନ୍ତ୍ୟୋଦୟ ଯୋଜନାରୁ କାଟି ଦିଆଯାଉଛି ନାମ! ଯେଉଁଥିପାଇଁ ଜଣେ ବୃଦ୍ଧା ଦୀର୍ଘ ୬ ମାସ ଧରି ପାଉନାହାନ୍ତି ଅନ୍ତ୍ୟୋଦୟ ଚାଉଳ। ଏଥିପାଇଁ ସେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଅଫିସ୍‌ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଏପରି ଅଭିଯୋଗ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଞ୍ଚଳରୁ ଆସିଛି। କୋଲନରା ବ୍ଲକ ମେଦିରି ସାହିର ୭୯  ବର୍ଷିୟ ଗରିବ ବୃଦ୍ଧା ଏମ୍‌.ସୁରୀ.ନାରାୟଣା। ବହୁଦିନରୁ […]

M.Suri Narayan

Manoranjan Sial
  • Published: Tuesday, 30 November 2021
  • , Updated: 30 November 2021, 05:58 PM IST

ରାୟଗଡ଼ା (ମନୋଜ ପାତ୍ର): ନାଁ ସମାନ ଥିବାରୁ ଜୀବିତ ବୃଦ୍ଧାଙ୍କୁ ମୃତ ଦର୍ଶାଇ ଅନ୍ତ୍ୟୋଦୟ ଯୋଜନାରୁ କାଟି ଦିଆଯାଉଛି ନାମ! ଯେଉଁଥିପାଇଁ ଜଣେ ବୃଦ୍ଧା ଦୀର୍ଘ ୬ ମାସ ଧରି ପାଉନାହାନ୍ତି ଅନ୍ତ୍ୟୋଦୟ ଚାଉଳ। ଏଥିପାଇଁ ସେ ପଞ୍ଚାୟତଠାରୁ ଆରମ୍ଭ କରି ବ୍ଲକ ଅଫିସ୍‌ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି। ଏପରି ଅଭିଯୋଗ ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ଅଞ୍ଚଳରୁ ଆସିଛି।

କୋଲନରା ବ୍ଲକ ମେଦିରି ସାହିର ୭୯  ବର୍ଷିୟ ଗରିବ ବୃଦ୍ଧା ଏମ୍‌.ସୁରୀ.ନାରାୟଣା। ବହୁଦିନରୁ ସ୍ୱାମୀ ଓ ପୁଅଙ୍କୁ ହରାଇଛନ୍ତି। ଘର ଖଣ୍ଡିଏ ନଥିବାରୁ ପରଘରେ ମୁଣ୍ଡ ଗୁଞ୍ଜୁଛନ୍ତି। ଚଳିବା ପାଇଁ ବାଉଁଶ ତିଆରୀ ସାମଗ୍ରୀ ତିଆରି କରି ବିକି କଷ୍ଟେମଷ୍ଟେ ଚଳୁଛନ୍ତି। ସ୍ୱାମୀଙ୍କ ମୃତ୍ୟୁ ପରେ ନାରାୟଣାଙ୍କୁ ଅନ୍ତ୍ୟୋଦୟ ଯୋଜନାରେ ୩୫ କିଲୋ ଚାଉଳ ମିଳୁଥିଲା। ହେଲେ କଣ ହେଲା କେଜାଣି ୬  ମାସ  ତଳେ  ଏହି  ଯୋଜନାରୁ ତାଙ୍କର  ନାଁ  କଟି ଦିଆଗଲା। ଯହାଦ୍ୱାରା ସେ  ଆଉ  ରାସନ ଚାଉଳ ପାଉନାହାନ୍ତି।

ଚାଉଳ ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ ଯୋଗାଣ  ଅଧିକାରୀଙ୍କ ପର୍ଯ୍ୟନ୍ତ ଦୌଡି ଦୌଡି ନୟାନ୍ତ ହେଲେଣି ଏମ୍‌.ସୁରୀ.ନାରାୟଣା। ହେଲେ କେହି ତାଙ୍କ ଗୁହାରୀ ଶୁଣୁନାହାନ୍ତି। ଆଜି ପର୍ଯ୍ୟନ୍ତ ତାଙ୍କୁ ମିଳିପାରି ନାହିଁ ଚାଉଳ। ଯାହାଫଳରେ ଭୋକ ଉପବାସରେ ଦିନ କାଟୁଛନ୍ତି ଏମ.ସୁରୀ. ନାରାୟଣା।

ଅନ୍ତ୍ୟୋଦୟ ତାଲିକାରୁ ନାଁ କଟିଯିବାରୁ ନାରାୟଣାଙ୍କୁ ୬  ମାସ ହେଲା ରାସନ ମିଳିନାହିଁ। କଣ ପାଇଁ ତାଙ୍କ ନାଁ  କଟିଛି ତାହା, ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ। ତେବେ ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି, କୋଲନରା ଗାଁର ଆଉ ଜଣେ ମହିଳାଙ୍କ ନାଁ ଏମ୍‌.ସୁରୀ. ନାରାୟଣା ରହିଛି। ତାଙ୍କର ମୃତ୍ୟୁ ଘଟିଛି। ଦୁଇ ଜଣଙ୍କ ନାଁ ସମାନ ଥିବାରୁ ବିନା ତର୍ଜମା କରି ପୂର୍ବତନ ଯୋଗାଣ ଅଧିକାରୀ ଭୁଲବଶତଃ ଏହି ବୃଦ୍ଧା (ଏମ୍‌.ସୁରୀ. ନାରାୟଣା)ଙ୍କ ନାଁ କଟି ଦେଇଥିବା ଚର୍ଚ୍ଚା ହେଉଛି।

ଅନ୍ୟପଟେ ଆଧାରକାର୍ଡ ତ୍ରୁଟି ପାଇଁ ନାଁ କଟିଥିବା ମଧ୍ୟ ଆଲୋଚନା ହେଉଛି। ଯଦି ଆଧାର କାର୍ଡରେ ତ୍ରୁଟି ରହିଛି, ତାହାହେଲେ ମହିଳା ଜଣକ କିଭଳି ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାହିବାସିନ୍ଦା। ଚାଉଳ  କାର୍ଡ କଟିଯିବାରୁ ଏମ୍‌.ସୁରୀ. ନାରାୟଣା ବିଜୁ ସ୍ୱାସ୍ଥ୍ୟ  କଲ୍ୟାଣ କାର୍ଡ ପାଇ ପାରୁନାହାନ୍ତି।

ସେପଟେ କାର୍ଡ  କଟିବା ନେଇ କିଛି  ଜାଣିନଥିବା କହିଛନ୍ତି ବର୍ତ୍ତମାନର ଯୋଗାଣ ଅନୀଲ କୁମାର ଗମାଙ୍ଗ। ଏନେଇ  ଉଚ୍ଚ  କର୍ତ୍ତୃପକ୍ଷଙ୍କୁ ଜଣାଇ ବିହିତ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।

Related story