ପ୍ରେମିକର ଘର ସାମ୍ନାରେ ଗର୍ଭବତୀ ପ୍ରେମିକାର ଧାରଣା

ନବରଙ୍ଗପୁର (ନବଘନ ବିଷୋୟୀ): ଶଠ ପ୍ରେମିକ। ବିବାହିତ ବୋଲି ପ୍ରେମିକାକୁ କହି ନଥିଲା। ସ୍ତ୍ରୀକୁ ଭାଉଜ ଓ ଝିଅକୁ ଝିଆରୀ ବୋଲି କହିଥିଲା। ବିବାହ କରିବ ବୋଲି କହି ଶାରୀରିକ ସଂପର୍କ ରଖୁଥିଲା। କିନ୍ତୁ ବାହା ହେଉ ନଥିଲା। ଶେଷରେ ତା’ର ସବୁ ମିଛ ଧରା ପଡ଼ିଥିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ପ୍ରେମିକା ଗର୍ଭବତୀ ହୋଇସାରିଥିଲା। ପ୍ରେମିକା ଗର୍ଭବତୀ ହେବା ପରେ ଧରାଛୁଆଁ ଦେଉ ନାହିଁ ପ୍ରେମିକ। ତେଣୁ ଶେଷରେ ୭ ମାସର ଗର୍ଭବତୀ […]

Protest

Jitendra Garnayak
  • Published: Wednesday, 18 May 2022
  • , Updated: 18 May 2022, 05:31 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ଶଠ ପ୍ରେମିକ। ବିବାହିତ ବୋଲି ପ୍ରେମିକାକୁ କହି ନଥିଲା। ସ୍ତ୍ରୀକୁ ଭାଉଜ ଓ ଝିଅକୁ ଝିଆରୀ ବୋଲି କହିଥିଲା। ବିବାହ କରିବ ବୋଲି କହି ଶାରୀରିକ ସଂପର୍କ ରଖୁଥିଲା। କିନ୍ତୁ ବାହା ହେଉ ନଥିଲା। ଶେଷରେ ତା’ର ସବୁ ମିଛ ଧରା ପଡ଼ିଥିଲା। କିନ୍ତୁ ସେତେବେଳକୁ ବହୁତ ଡେରି ହୋଇଯାଇଥିଲା। ପ୍ରେମିକା ଗର୍ଭବତୀ ହୋଇସାରିଥିଲା। ପ୍ରେମିକା ଗର୍ଭବତୀ ହେବା ପରେ ଧରାଛୁଆଁ ଦେଉ ନାହିଁ ପ୍ରେମିକ। ତେଣୁ ଶେଷରେ ୭ ମାସର ଗର୍ଭବତୀ ପ୍ରେମିକା ଯାଇ ପ୍ରେମିକର ଘର ଆଗରେ ଧାରଣା ଦେଇଛି। ମାଗିଛି ସ୍ତ୍ରୀ ଓ ବୋହୂର ମାନ୍ୟତା। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଥାନା ଘାଟଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଛତ୍ରବର ଗାଁରେ।

ଧାରଣାରେ ବସିଥିବା ଏହି ଗର୍ଭବତୀଙ୍କ ଘର ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ଥାନା ଅଞ୍ଚଳରେ। ତାଙ୍କ ପ୍ରେମିକଙ୍କ ଘର ଛତ୍ରବର ଗାଁରେ। ତାଙ୍କ ନାଁ ଲାଜର ଖରା।

ଏହି ଯୁବତୀ ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଲାଜରଙ୍କ ସହିତ ୭ ବର୍ଷ ହେଲା ତାଙ୍କର ପ୍ରେମ ସମ୍ପର୍କ ରହିଛି। ସେ ବିବାହିତ ବୋଲି କେବେ କହି ନଥିଲେ। ନିଜ ସ୍ତ୍ରୀକୁ ଭାଉଜ ବୋଲି କହିଥିଲେ। ସେହିପରି ଝିଅକୁ ଝିଆରୀ ବୋଲି କହିଥିଲେ। ବାହା ହେବେ କହି ଶାରୀରିକ ସଂପର୍କ ରଖି ଆସୁଥିଲେ। ସେ ବାହା ହେବାକୁ ଜିଦ୍‌ କରିବାରୁ କିଛି ଦିନ ତାଙ୍କୁ ନେଇ ପାପଡ଼ାହାଣ୍ଡିର ଏକ ଗାଁରେ ରଖିଥିଲେ। ସେଠି ମାସେ ରଖିବା ପରେ ଉମରକୋଟର ଡଙ୍ଗରି ସାହିରେ ଥିବା ତାଙ୍କ ଭଉଣୀ ଘରେ ୨ ବର୍ଷ ରଖିଥିଲେ। ତା’ପରେ ମାସେ ଡାବୁଗାଁରେ ରଖିଥିଲେ। କିନ୍ତୁ କେବେ ବି ନିଜ ଘରକୁ ନେଇ ନଥିଲେ।

ଗର୍ଭବତୀ ହେବା ପରେ ଯୁବତୀ ଜଣଙ୍କ ଲାଜରଙ୍କ ସହିତ ତାଙ୍କ ଘରକୁ ଯିବାକୁ ଜୋରଦାର ଦାବି କରିଥିଲେ। ଏହା ପରେ ଲାଜର ଫେରାର ହୋଇଯାଇଛନ୍ତି। ତେଣୁ ଯୁବତୀ ଜଣଙ୍କ ଆଜି ଆସି ଛତ୍ରବର ସ୍ଥିତ ତାଙ୍କ ସାମ୍ନାରେ ବସିଛନ୍ତି। ସେ ପ୍ରେମିକଙ୍କ ଘର ଭିତରକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ପ୍ରେମିକଙ୍କ ମା’ ଓ ଭାଇ ମିଶି ତାଙ୍କୁ ବାହାର କରି ଦେଇଥିଲେ। ଏମିତିକି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ତାଙ୍କ ଜିନିଷପତ୍ର ଫୋପାଡ଼ି ଦେଇଥିଲେ। ଏହା ପରେ ସେ ପ୍ରେମିକଙ୍କ ଘର ସାମ୍ନାରେ ଧାରଣାରେ ବସିଛନ୍ତି। ନ୍ୟାୟ ମିଳିଲା ପର୍ଯ୍ୟନ୍ତ ଏମିତି ବସି ରହିବେ ବୋଲି ଯୁବତୀ ଜଣଙ୍କ କହିଛନ୍ତି।

ଅନ୍ୟପକ୍ଷରେ ତାଙ୍କ ପ୍ରେମିକର ଘର ଲୋକେ ଏ ବିଷୟରେ କିଛି ପ୍ରତିକ୍ରିୟା ଦେବାକୁ ମନା କରି ଦେଇଛନ୍ତି। ଏହି ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ସେ ପାପାଡ଼ହାଣ୍ଡି ଥାନାକୁ ଯାଇ ଅଭିଯୋଗ କରିଥିଲେ। କିନ୍ତୁ ପୁଲିସ୍ ତାଙ୍କ କଥା ଶୁଣିଲା ନାହିଁ।

Related story