କାର୍‌ ଓଲଟି ମାଆପୁଅ ମୃତ

ଅନୁଗୋଳ: କାର୍‌ ଓଲଟି ମାଆପୁଅ ମୃତ। ଏହି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅଠରପୁଟିଆରେ।  ଆଜି  ସକାଳ ପ୍ରାୟ ୧୦ଟା ୨୫ ମିନିଟ୍‌ରେ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।  ଘଟଣାସ୍ଥଳରେ ମାଆପୁଅଙ୍କ ମୃତ୍ୟୁ ହୋଇଛି।  ମୃତକମାନେ ହେଲେ ଦେବେଡା ଗାଁର ମନୋରମା ବିଶ୍ୱାଳ(୨୮) ଓ ତାଙ୍କ ୨ ବର୍ଷର ପୁଅ ଆୟୁଷ। ଗୁରୁତର ଅବସ୍ଥାରେ ମୃତ ମହିଳାଙ୍କ ସ୍ୱାମୀ ଧିରେନଙ୍କୁ ଅନୁଗୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରାଥମିକ ସୂଚନାନୁସାରେ […]

car accident

Rakesh Mallick
  • Published: Friday, 18 August 2017
  • , Updated: 18 August 2017, 02:25 PM IST

ଅନୁଗୋଳ: କାର୍‌ ଓଲଟି ମାଆପୁଅ ମୃତ। ଏହି ଦୁଃଖଦ ଘଟଣା ଘଟିଛି ଅନୁଗୋଳ ଜିଲ୍ଲା ଠାକୁରଗଡ଼ ଥାନା ଅଠରପୁଟିଆରେ।  ଆଜି  ସକାଳ ପ୍ରାୟ ୧୦ଟା ୨୫ ମିନିଟ୍‌ରେ ଏକ କାର୍‌ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା।  ଘଟଣାସ୍ଥଳରେ ମାଆପୁଅଙ୍କ ମୃତ୍ୟୁ ହୋଇଛି।  ମୃତକମାନେ ହେଲେ ଦେବେଡା ଗାଁର ମନୋରମା ବିଶ୍ୱାଳ(୨୮) ଓ ତାଙ୍କ ୨ ବର୍ଷର ପୁଅ ଆୟୁଷ। ଗୁରୁତର ଅବସ୍ଥାରେ ମୃତ ମହିଳାଙ୍କ ସ୍ୱାମୀ ଧିରେନଙ୍କୁ ଅନୁଗୋଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରାଥମିକ ସୂଚନାନୁସାରେ କାର୍‌ରେ ସ୍ୱାମୀ-ସ୍ତ୍ରୀ ଓ ତାଙ୍କ ପୁଅ ଆଠମଲ୍ଲିକ ଯାଉଥିଲେ।

Related story