ଝିଅ ହେବାରୁ ବୋହୂ ଉପରେ ଚକି ଚଢ଼ାଇ ଦେଲେ ! ହସ୍‌ପିଟାଲ ବଦଳରେ ଥାନାକୁ ଆଣି ଧାରଣା

ପାରାଦୀପ(ରମାକାନ୍ତ ନାୟକ): କୁଜଙ୍ଗ ଥାନା ପରିସରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଗୁରୁତର ମହିଳାଙ୍କୁ ଥାନା ଆଗରେ ରଖି ୧୦/୧୫ ମିନିଟ୍‌ ଧରି ହୋଇଥିଲା ହଙ୍ଗାମା। ଗୁରୁତର ମହିଳାଙ୍କୁ ହସ୍ପିଟାଲ ବଦଳରେ ଥାନା ଆଗରେ ଶୁଆଇ ଦେଇଥିଲେ ବାପଘର ଲୋକେ। ପରେ ସମ୍ପୃକ୍ତ ମହିଳାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମହିଳା ଜଣଙ୍କ ଶାସୁଘର କୁଜଙ୍ଗ ଥାନା ଅଧିନ ଚଟୁଆ ଗ୍ରାମରେ ହୋଇଥିବାବେଳେ ତାଙ୍କ ବାପଘର ଷଣ୍ଢପୁର ଗ୍ରାମରେ ବୋଲି ଜଣାପଡିଛି […]

8jn

Tapas Behera
  • Published: Wednesday, 13 January 2021
  • , Updated: 13 January 2021, 06:35 PM IST

ପାରାଦୀପ(ରମାକାନ୍ତ ନାୟକ): କୁଜଙ୍ଗ ଥାନା ପରିସରରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଗୁରୁତର ମହିଳାଙ୍କୁ ଥାନା ଆଗରେ ରଖି ୧୦/୧୫ ମିନିଟ୍‌ ଧରି ହୋଇଥିଲା ହଙ୍ଗାମା। ଗୁରୁତର ମହିଳାଙ୍କୁ ହସ୍ପିଟାଲ ବଦଳରେ ଥାନା ଆଗରେ ଶୁଆଇ ଦେଇଥିଲେ ବାପଘର ଲୋକେ। ପରେ ସମ୍ପୃକ୍ତ ମହିଳାଙ୍କୁ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ମହିଳା ଜଣଙ୍କ ଶାସୁଘର କୁଜଙ୍ଗ ଥାନା ଅଧିନ ଚଟୁଆ ଗ୍ରାମରେ ହୋଇଥିବାବେଳେ ତାଙ୍କ ବାପଘର ଷଣ୍ଢପୁର ଗ୍ରାମରେ ବୋଲି ଜଣାପଡିଛି । ତେବେ ପୁଲିସ ଏହାକୁ ଶାଶୂ-ବୋହୂ କଳି କହି ପ୍ରସଙ୍ଗକୁ ଏଡ଼ାଇ ଦେଇଛି। ପୀଡ଼ିତା ମହିଳାଙ୍କ ଭାଇ ଦେବ ପ୍ରସାଦ ଦାଶଙ୍କ  ଅଭିଯୋଗ ଅନୁଯାୟୀ, ତାଙ୍କ ଭଉଣୀଙ୍କୁ ଶାଶୁଘର ଲୋକେ ଆଗରୁ ନିର୍ଯାତନା ଦେଇ ଆସୁଥିଲେ। ପୂର୍ବରୁ ଗୋଟିଏ ଝିଅ ଥିଲା।

ଏବେ ମୋ ଭଉଣୀର ଆଉ ଗୋଟିଏ ଝିଅ ହେବାରୁ ତାଙ୍କୁ ଅକଥନୀୟ ନିର୍ଯାତନା ଦେଇଛନ୍ତି ଶାଶୂ ଘର ଲୋକେ। ତାଙ୍କ ଉପରେ ଚକି ପକାଇ ଚଢ଼ି ଯାଇଥିଲେ ସେମାନେ। ଏପରିକି ବାପ ଘରୁ ଲକ୍ଷେ ଟଙ୍କା ଆଣିବାକୁ ଶାଶୁଘର ଲୋକେ ଚାପ ପକାଉଥିଲେ। ମୋ ଭିଣେଇ ମୋତେ ଟଙ୍କା କଥା ମଧ୍ୟ କହିଥିଲେ। ହେଲେ ଆମେ ଅକ୍ଷମତା ପ୍ରକାଶ କରିଥିଲୁ। ଏହାକୁ ନେଇ ସେମାନେ ଆଗରୁ ନିର୍ଯାତନା ଦେଇ ଆସୁଥିଲେ। ଶାଶୁଘର ଲୋକଙ୍କ ନିର୍ଯାତନା ସଂପର୍କରେ ବାରମ୍ବାର ଗୁହାରୀ କରିବା ସତ୍ୱେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲା। ତେବେ ଆଜିର ନିର୍ଯାତନା ସୀମା ଲଂଘିବାରୁ ବାପଘର ଲୋକେ ଝିଅକୁ ଡାକ୍ତରଖାନା ବଦଳରେ  ଥାନାକୁ ଆଗକୁ ନେଇ ଆସିଥିଲେ। ପାଞ୍ଚ ମାସର ଶିସୁ କନ୍ୟା  ସହିତ ଶାଶୂଘର ଲୋକଙ୍କ ମାଡରେ ଗୁରୁତର ମହିଳାଙ୍କୁ ହସ୍ପିଟାଲ ବଦଳରେ ଥାନା ଆଗରେ ଶୁଆଇ ଦେଇଥିଲେ ବାପଘର ଲୋକେ।

ପୁଲିସର ବୁଝାସୁଝା ପରେ ମହିଳାଙ୍କୁ କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ପରେ କଟକ ସ୍ଥାନାନ୍ତର କରାଯାଇଛି | ଅନ୍ୟପଟେ ଏହା ଶାଶୂ ବୋହୁ କଳି ବୋଲି କହି ପୁଲିସ ଅଭିଯୋଗକୁ ଏଡାଇ ଦେବାକୁ ଚେଷ୍ଟା କରିଛି |

Related story