ମହିଳାଙ୍କୁ ଦଳି ଦେଲା ହାତୀ

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ହେଲେ ଆକୁଳ ଗାଁର ରବି ରଣାସିଙ୍ଗଙ୍କ ସ୍ତ୍ରୀ କଦଳୀ ରଣାସିଙ୍ଗ। ଆଜି ସକାଳେ ସେ ମହୁଲ ଗୋଟାଇବାକୁ ମଲଣ୍ଡା ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ବଣୁଆ ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଆକୁଳ ସରପଞ୍ଚ କଳ୍ପନା ମାରାଣ୍ଡି କହିଛନ୍ତି,“ଏହା ଏକ […]

elephent-attack

Tapaswini Nayak
  • Published: Tuesday, 04 June 2019
  • , Updated: 04 June 2019, 09:31 AM IST

ତେଲକୋଇ (ଚିନ୍ମୟ ସାହୁ): କେନ୍ଦୁଝର ଜିଲ୍ଲା ତେଲକୋଇ ବନାଞ୍ଚଳରେ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମହିଳା ଜଣଙ୍କ ହେଲେ ଆକୁଳ ଗାଁର ରବି ରଣାସିଙ୍ଗଙ୍କ ସ୍ତ୍ରୀ କଦଳୀ ରଣାସିଙ୍ଗ।

ଆଜି ସକାଳେ ସେ ମହୁଲ ଗୋଟାଇବାକୁ ମଲଣ୍ଡା ଗ୍ରାମ ନିକଟ ଜଙ୍ଗଲକୁ ଯାଇଥିଲେ। ସେହି ସମୟରେ ସେ ହାତୀ ହାବୁଡ଼ରେ ପଡ଼ି ଯାଇଥିଲେ। ବଣୁଆ ହାତୀଟି ତାଙ୍କୁ ଦଳି ଦେଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା।

ଆକୁଳ ସରପଞ୍ଚ କଳ୍ପନା ମାରାଣ୍ଡି କହିଛନ୍ତି,“ଏହା ଏକ ଦୁଃଖଦ ଘଟଣା। ଦୀର୍ଘ ବର୍ଷ ହେବ ଏହି ଜଙ୍ଗଲ ଦେଇ ହାତୀମାନେ ଯିବାଆସିବା କରୁଛନ୍ତି। ତା’ସହିତ ଏଠାରେ ସେମାନେ ରହୁଛନ୍ତି। ତେବେ ଲୋକଙ୍କୁ ଏନେଇ ସଚେତନ କରାଯାଉ ନାହିଁ। ଆଗାମୀ ଦିନରେ ଯଦି ବନ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରା ନଯାଏ , ତା’ହେଲେ ଆମେ ରାଜରାସ୍ତାକୁ ଓହ୍ଲାଇବୁ।”

Related story