୭ପରିବାରର ଘର ଭଡ଼ା ଛାଡ଼ କରିଦେଲେ  ସୌଦାମିନୀ

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ନେଇ ଏବେ ସାରା ବିଶ୍ୱ ଏକାଠି ହୋଇଛି। ଏହି ମହାମାରୀ ବିରୋଧରେ ଲଢ଼ିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ସମସ୍ତେ। ଏହି ସମୟରେ ନିଜ ବଦାନ୍ୟତା ଦେଖାଇଛନ୍ତି ଭୁବନେଶ୍ୱରର ସୌଦାମିନୀ ସାମନ୍ତରାୟ। ବରମୁଣ୍ଡା ଅଞ୍ଚଳର ସୌଦାମିନୀ ସାମନ୍ତରାୟ ନିଜ ଭଡ଼ାଟିଆଙ୍କ ଘର ଭଡ଼ା ଛାଡ଼ କରିଛନ୍ତି। ସୌଦାମିନୀଙ୍କ ଘରେ ୭ଟି ପରିବାର ରୁହନ୍ତି। ଏହି ସମସ୍ତଙ୍କ ମାସକର ଘର ଭଡ଼ାକୁ ଛାଡ଼ କରାଯାଇଛି। କରୋନା ଆସିବା ପରେ ଏବେ ଲୋକେ କଷ୍ଟରେ ନିଜ […]

rent

Tapas Behera
  • Published: Sunday, 19 April 2020
  • , Updated: 19 April 2020, 05:32 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କରୋନା ମୁକାବିଲା ନେଇ ଏବେ ସାରା ବିଶ୍ୱ ଏକାଠି ହୋଇଛି। ଏହି ମହାମାରୀ ବିରୋଧରେ ଲଢ଼ିବାକୁ ଏବେ ଅଣ୍ଟା ଭିଡ଼ିଛନ୍ତି ସମସ୍ତେ। ଏହି ସମୟରେ ନିଜ ବଦାନ୍ୟତା ଦେଖାଇଛନ୍ତି ଭୁବନେଶ୍ୱରର ସୌଦାମିନୀ ସାମନ୍ତରାୟ। ବରମୁଣ୍ଡା ଅଞ୍ଚଳର ସୌଦାମିନୀ ସାମନ୍ତରାୟ ନିଜ ଭଡ଼ାଟିଆଙ୍କ ଘର ଭଡ଼ା ଛାଡ଼ କରିଛନ୍ତି।

ସୌଦାମିନୀଙ୍କ ଘରେ ୭ଟି ପରିବାର ରୁହନ୍ତି। ଏହି ସମସ୍ତଙ୍କ ମାସକର ଘର ଭଡ଼ାକୁ ଛାଡ଼ କରାଯାଇଛି। କରୋନା ଆସିବା ପରେ ଏବେ ଲୋକେ କଷ୍ଟରେ ନିଜ ଜୀବିକା ନିର୍ବାହ କରୁଛନ୍ତି। ତେଣୁ ଏଭଳି ସମୟରେ ଭଡ଼ା ନେବାକୁ ଉଚିତ୍ ମନେ କରିନାହାନ୍ତି ସୌଦାମିନୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆହ୍ୱାନ ପରେ ସୌଦାମିନୀ ପ୍ରଭାବିତ ହୋଇ ଏପରି କରିଛନ୍ତି। ସମାଜସେବା କରିବାକୁ ଇଚ୍ଛା ରଖିଥିବା ସୌଦାମିନୀ ଏଭଳି କରି ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛନ୍ତି।

ଏନେଇ ସୌଦାମିନି କହିଛନ୍ତି, ‘ସବୁ ବିପତ୍ତି ସମୟରେ ଆମେ ସାହାଯ୍ୟ କରୁ। କିନ୍ତୁ ଏଥର ସେବା କରିବା ପାଇଁ ଆମେ ସୁଯୋଗ ପାଉନୁ। ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଭଡ଼ାଟିଆଙ୍କ ପ୍ରତି ବଦାନ୍ୟତା ଦେଖେପାଇଁ ଅନୁରୋଧ କରିଥିଲେ। ଯେଉଁମାନେ ଘରେ ଭଡ଼ା ରହିଛନ୍ତି, ସେମାନେ ଆମ ପରିବାର ପରି।ତେଣୁ ସେମାନଙ୍କ ଏପରି ଅସୁବିଧା ସମୟରେ ଘରଭଡ଼ା ଛାଡ଼ କରିବା ପାଇଁ ମୁଁ ନିଷ୍ପତ୍ତି ନେଇଥିଲି।‘ ତେବେ ଘରମାଲିକଙ୍କ ନିକଟରେ ସବୁଦିନ ପାଇଁ ଋଣୀ ହୋଇ ରହିବେ ବୋଲି ସେଠାରେ ଭଡ଼ାରେ ରହୁଥିବା ଲୋକ କହିଛନ୍ତି।

Related story