କାମାକ୍ଷାନଗର(ବିଦ୍ୟାଧର ବରାଳ): ଗ୍ୟାସ୍ରେ ରୋଷେଇ କରୁଥିବା ବେଳେ ଅଘଟଣ ଘଟିଛି। ଗ୍ୟାସ୍ ନିଆଁରେ ଜଳିଗଲେ ମହିଳା। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କାମାକ୍ଷାନଗର ଓ ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଗୁରୁତର ମହିଳା ଜଣଙ୍କ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ରୋଡ଼ଙ୍ଗ ଗାଁ ପଡିଆସାହିର ବିଳାସିନୀ ସିଂହ।
ବିଳାସିନୀ ଆଜି ଅପରାହ୍ନ ସମୟରେ ଗ୍ୟାସ୍ରେ ନିଜ ଘରେ ରୋଷେଇ କରୁଥିଲେ। ରୋଷେଇ କରୁଥିବା ବେଳେ ହଠାତ୍ ଗ୍ୟାସ୍ ଟାଙ୍କିରେ ନିଆଁ ଲାଗି ଯାଇଥିଲା। ଦେଖୁ ଦେଖୁ ନିଆଁ ବିଳାସିନୀଙ୍କ ଶରୀରକୁ ବ୍ୟାପି ଯାଇଥିଲା। ଚିତ୍କାର ଶୁଣି ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ନେଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଶଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡ଼ିକାଲ୍କୁ ସ୍ଥାନାନ୍ତରିତ କରାଯାଇଛି। ତାଙ୍କ ଶରୀରର ପ୍ରାୟ ୮୦ ଭାଗ ଅଂଶ ପୋଡ଼ିଯାଇଛି। ବର୍ତ୍ତମାନ ବିଳାସିନୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କ୍ରିକେଟର ଫାଇନାଲ ମ୍ୟାଚ୍ ନେଲା ଗୋଷ୍ଠୀ ସଂଘର୍ଷର ରୂପ, ବ୍ୟାପକ ଭଙ୍ଗାରୁଜା
ବେଡ଼ାପଡ଼ା ଗାଁରେ ସୁବାସ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା।
Miscellaneous
ବାଗେଶ୍ୱର ବାବାଙ୍କ ବଡ଼ ବୟାନ: ଓଡ଼ିଶାରୁ ବାଜି ପାରେ ହିନ୍ଦୁ ରାଷ୍ଟ୍ରର ବିଗୁଲ
ତାଙ୍କ କହିବା କଥା ଯେ ସମସ୍ତ ହିନ୍ଦୁ ଗୋଟିଏ କାରଣ ପାଇଁ ଏକାଠି ହେବାର ସମୟ ଆସି ଯାଇଛି। ସେହିପରି ହିନ୍ଦୁ ରାଷ୍ଟ୍ର ଗଠନର ବିଗୁଲ କେବଳ ଓଡ଼ିଶାରୁ ବାଜି ପାରେ ବୋଲି ସେ କହଛନ୍ତି।
Miscellaneous
ବ୍ୟାନ୍ ପରେ ବି ଉଡ଼ୁଛି ଚାଇନିଜ ମାଞ୍ଜା ସୁତା ଗୁଡ଼ି, ସାଜିପାରେ ଘାତକ
ସରକାର ବ୍ୟାନ୍ କରି ସାରିଥିବା ବେଳେ କଟକ ସହରରେ କିନ୍ତୁ ଖୁଲମଖୁଲା ଜମୁଛି ବେପାର। ସବୁବେଳେ ଜନଗହଳିପୂର୍ଣ୍ଣ ରହୁଥିବା କଟକ ସହରରେ ଚାଇନିଜ ମାଞ୍ଜା ସୁତା ଲଗା ଗୁଡ଼ି ଉଡ଼ୁଛି।
Crime
ଲୋକସେବା ଭବନରୁ ମହାଠକକୁ ଗିରଫ କଲା ପୁଲିସ୍, ମିଳିଲା ନକଲି ପରିଚୟପତ୍ର
ବ୍ୟାସଦେବ ନିଜକୁ ପଞ୍ଚାୟତି ରାଜ ବିଭାଗର ଜଣେ ସେକ୍ସନ ଅଫିସର ଭାବେ ପରିଚୟ ଦେଇ ଲୋକଙ୍କୁ ଠକି ଚାଲିଥିଲା।
Miscellaneous
ସୀମାନ୍ତରେ ନକ୍ସଲଙ୍କ ଆଇଇଡି ବିସ୍ଫୋରଣ, ୨ ସୁରକ୍ଷାକର୍ମୀ ଆହତ
ସ୍ଥାନୀୟ ପୁଲିସ୍ କହିଛି ଯେ ଜାଙ୍ଗାଲା ନିକଟର ଜୈଗୁର ଜଙ୍ଗଲରେ ରବିବାର ସନ୍ଧ୍ୟାରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା। ଡିଆରଜି ଯବାନ ଓ କୁଟ୍ରୁ ପୁଲିସ୍ର କର୍ମଚାରୀମାନେ ଏଥିରେ ସାମିଲ ହୋଇଥିଲେ।