ପୁଅର ତଣ୍ଟି ଚିପି ମାରିବା ପରେ ଆତ୍ମହତ୍ୟା ଉଦ୍ୟମ କଲେ ମହିଳା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଆସିଛି ଥାତିଥରା ଦୃଶ୍ୟ। ୫ ବର୍ଷର ଶିଶୁର ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ମହିଳା। ଖଣ୍ଡଗିରି ଥାନା କୋଳଥିଆରେ ଅଞ୍ଚଳରେ ଏପରି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି। ଅଭିଯୋଗ ଅନୁସାରେ, ଆଜି ମହିଳା ଜଣକ ତାଙ୍କ ଝିଅ ସହ ଖେଳିବା ପାଇଁ ପଡ଼ୋଶୀଙ୍କ ୫ ବର୍ଷର ଶିଶୁ ପୁତ୍ରକୁ ଡାକିଥିଲେ। ତା’ରେ ଛୁଆର ଚଣ୍ଟି […]

bbsr

Manoranjan Sial
  • Published: Wednesday, 03 June 2020
  • , Updated: 03 June 2020, 06:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରୁ ଆସିଛି ଥାତିଥରା ଦୃଶ୍ୟ। ୫ ବର୍ଷର ଶିଶୁର ତଣ୍ଟି ଚିପି ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ମହିଳା। ଖଣ୍ଡଗିରି ଥାନା କୋଳଥିଆରେ ଅଞ୍ଚଳରେ ଏପରି ଘଟଣା ଘଟିଛି। ଏନେଇ ଅଭିଯୋଗ ହେବା ପରେ କମିଶନରେଟ୍‌ ପୁଲିସ ଛାନ୍‌ଭିନ୍‌ ଆରମ୍ଭ କରିଛି।

ଅଭିଯୋଗ ଅନୁସାରେ, ଆଜି ମହିଳା ଜଣକ ତାଙ୍କ ଝିଅ ସହ ଖେଳିବା ପାଇଁ ପଡ଼ୋଶୀଙ୍କ ୫ ବର୍ଷର ଶିଶୁ ପୁତ୍ରକୁ ଡାକିଥିଲେ। ତା’ରେ ଛୁଆର ଚଣ୍ଟି ଚିପି ହତ୍ୟା କରଥିବା ଅଭିଯୋଗ ହୋଇଛି। ପରେ ନିଜର ମାନସିକ ଭାରସାମ୍ୟ ହରାଇ ବେକରେ ଲୁଗା ଲଗାଇ ଆତ୍ମହତ୍ୟା ଉଦ୍ୟମ କରୁଥିଲେ। ଏ ସମ୍ପର୍କରେ ପଡ଼ୋଶୀମାନେ ଜାଣିପାରି ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଏମ୍‌ସରେ ଭର୍ତ୍ତି କରିଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଛି। ତେବେ ମହିଳା ଜଣକ କାହିଁକି ଏପରି କାଣ୍ଡ ଭିଆଇଛନ୍ତି, ତାହା ଜଣାପଡ଼ି ନାହିଁ। କମିଶନରେଟ୍‌ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story