ନିଆଁ ପୋଉଁଥିଲେ ମହିଳା, ଘଟିଲା ଏପରି ଘଟଣା

ବୀରମିତ୍ରପୁର(ରାକେଶ ସାହୁ):  ନିଆଁ ପୋଇଁବା ବେଳେ ପୋଡ଼ି ହୋଇ ଆଖି ବୁଜିଲେ ମହିଳା । ଏଭଳି ଅଭାବନୀୟ ଘଟଣା ସୁନ୍ଦରଗଡ ଜିଲ୍ଲା ସଲଙ୍ଗାବାହାଲ ପଞ୍ଚାୟତ ଅନ୍ତର୍ଗତ ସାହାଜବାହାଲ ଗ୍ରାମରେ ଘଟିଛି। ମୃତା ମହିଳା ହେଲେ ଅନୁପମା ନାଏକ (୪୯)।

ଗତକାଲି ଅପରାହ୍ନରେ ଗାଧୋଇ ଆସି ଅନୁପମା ନିଜ ଘର ବାରିପଟେ ବସି ନିଆଁ ପୁଆଉଁଥିଲେ। ଏହି ସମୟରେ ହଠାତ ତାଙ୍କ ପିନ୍ଧା ଶାଢୀରେ ନିଆଁ ଲାଗି ଯାଇଥିଲା।  ପରିବାର ଲୋକେ ସଙ୍ଗେସଙ୍ଗେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ହେଲେ  ଚିକିତ୍ସାଧୀନ ଅବସ୍ଥାରେ  ତାଙ୍କର ମୃତ୍ୟୁ ହୋଇଥିଲା ।

ଖବରପାଇ ରାଏବଗା ଥାନା ପୁଲିସ୍‌ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି  ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।