ଧାନ ବସ୍ତା ପଡ଼ି ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ଆନନ୍ଦପୁର (ମୁନା ସିଂ): ଆନନ୍ଦପୁର ଥାନା ବାହିଆବାରଦଣ୍ଡା ଗାଁରେ ଘଟିଛି ଅଘଟଣ। ଘରେ ଶୋଇଥିବା ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ଧାନ ବସ୍ତା ପଡ଼ିଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ଜାନଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ମାଗୁଆ ହୋ’ଙ୍କୁ ଗୁରୁତର ଅବସ୍ଥାନରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଧାନ ବସ୍ତା ପଡ଼ିବା ଦେଖି ପରିବାର ଲୋକେ ଓ ପଡ଼ୋଶୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ସ୍ତ୍ରୀ ଜାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର […]

anandpur

Ranjit Kumar Jena
  • Published: Monday, 25 January 2021
  • , Updated: 25 January 2021, 04:24 PM IST

ଆନନ୍ଦପୁର (ମୁନା ସିଂ): ଆନନ୍ଦପୁର ଥାନା ବାହିଆବାରଦଣ୍ଡା ଗାଁରେ ଘଟିଛି ଅଘଟଣ। ଘରେ ଶୋଇଥିବା ସମୟରେ ସ୍ୱାମୀ ଓ ସ୍ତ୍ରୀଙ୍କ ଉପରେ ଧାନ ବସ୍ତା ପଡ଼ିଯାଇଥିଲା। ଯାହା ଫଳରେ ଘଟଣାସ୍ଥଳରେ ସ୍ତ୍ରୀ ଜାନଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ୱାମୀ ମାଗୁଆ ହୋ'ଙ୍କୁ ଗୁରୁତର ଅବସ୍ଥାନରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଧାନ ବସ୍ତା ପଡ଼ିବା ଦେଖି ପରିବାର ଲୋକେ ଓ ପଡ଼ୋଶୀଙ୍କ ସହାୟତାରେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ସ୍ତ୍ରୀ ଜାନଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏବେ ମାଗୁଆ ହୋ'ଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି।

Related story