ପାଣି ଆଣିବାକୁ ଯାଉଥିଲେ, ଚାଲିଗଲା ଜୀବନ

ନୂଆପଡ଼ା(ମାୟାଧର ସରାଫ):  ପିଇବା ପାଇଁ ପାଣି ଆଣିବାକୁ ଗଲାବେଳେ ଆକାଶରୁ ଖସିଲା ମୃତ୍ୟୁ। ସଙ୍ଗେ ସଙ୍ଗେ ଚାଲିଗଲା ଗୋଟିଏ ନିର୍ଦ୍ଦୋଷୀ ଜୀବନ। ମଙ୍ଗଳବାର ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ରଜନା ନାଏକପଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନଳକୂଅକୁ ପାଣି ଆଣିବାକୁ ଯାଉଥିବା ବେଳେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳାଙ୍କ ନାଁ ଯମୁନା କେତକୀ। ୩୫ ବର୍ଷିୟା ଯମୁନା ଘର ପାଖରେ ଥିବା ନଳକୂଅକୁ ପାଣି ଆଣିବାକୁ […]

jamuna

Rakesh Mallick
  • Published: Tuesday, 29 May 2018
  • , Updated: 29 May 2018, 09:57 PM IST

ନୂଆପଡ଼ା(ମାୟାଧର ସରାଫ):  ପିଇବା ପାଇଁ ପାଣି ଆଣିବାକୁ ଗଲାବେଳେ ଆକାଶରୁ ଖସିଲା ମୃତ୍ୟୁ। ସଙ୍ଗେ ସଙ୍ଗେ ଚାଲିଗଲା ଗୋଟିଏ ନିର୍ଦ୍ଦୋଷୀ ଜୀବନ। ମଙ୍ଗଳବାର ସନ୍ଧ୍ୟାରେ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ରଜନା ନାଏକପଡ଼ା ଗାଁରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନଳକୂଅକୁ ପାଣି ଆଣିବାକୁ ଯାଉଥିବା ବେଳେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି।

ମୃତ ମହିଳାଙ୍କ ନାଁ ଯମୁନା କେତକୀ। ୩୫ ବର୍ଷିୟା ଯମୁନା ଘର ପାଖରେ ଥିବା ନଳକୂଅକୁ ପାଣି ଆଣିବାକୁ ଯାଉଥିଲେ। ଏତିକି ବେଳେ କାଳବୈଶାଖୀ ବର୍ଷା ହେବା ସହ ବଜ୍ରପାତ ହୋଇଥିଲା। ବଜ୍ରପାତ ହେବାରୁ ଯମୁନାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ପୋଲିସ ଘଟଣା ସ୍ଥଳରେ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ କୋମନା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଛି।

Related story