ଅଟୋରେ ପିଲା ଜନ୍ମ କଲେ ଗର୍ଭବତୀ

ବାରିପଦା (ମାଣିକଲାଲ୍‌ ପାଣି): ୧୦୨ ଆମ୍ୱୁଲାନ୍ସ ଆସିଲା ନାହିଁ। ଗର୍ଭବତୀ ମେଡ଼ିକାଲ ଯାଉଥିବା ବେଳେ ଅଟୋରେ ପିଲା ଜନ୍ମ କଲେ। ଏବେ ପିଲା ଓ ମାଆଙ୍କ ସୁସ୍ଥ ଅଛନ୍ତି। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳରେ ଘଟିଛି। ଆଜି ସକାଳେ ଫୁଲଗାଡ଼ିଆ ଗାଁର ସୁଲୋଚନା ମହାନ୍ତ ଗର୍ଭ ଯନ୍ତ୍ରଣା ପାଉଥିଲେ। ତାଙ୍କ ସ୍ୱାମୀ ଜାଣିପାରି ୧୦୨ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ କର୍ତ୍ତୃପକ୍ଷ ଫୋନ୍‌ ଗ୍ରହଣ କରି ଆସିବେ ବୋଲି କହିଥିଲେ। ଏପରିକି […]

women delevery in auto in baripada

Rakesh Mallick
  • Published: Tuesday, 26 June 2018
  • , Updated: 26 June 2018, 06:01 PM IST

ବାରିପଦା (ମାଣିକଲାଲ୍‌ ପାଣି): ୧୦୨ ଆମ୍ୱୁଲାନ୍ସ ଆସିଲା ନାହିଁ। ଗର୍ଭବତୀ ମେଡ଼ିକାଲ ଯାଉଥିବା ବେଳେ ଅଟୋରେ ପିଲା ଜନ୍ମ କଲେ। ଏବେ ପିଲା ଓ ମାଆଙ୍କ ସୁସ୍ଥ ଅଛନ୍ତି। ଆଜି ଏପରି ଘଟଣା ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଅଞ୍ଚଳରେ ଘଟିଛି।

ଆଜି ସକାଳେ ଫୁଲଗାଡ଼ିଆ ଗାଁର ସୁଲୋଚନା ମହାନ୍ତ ଗର୍ଭ ଯନ୍ତ୍ରଣା ପାଉଥିଲେ। ତାଙ୍କ ସ୍ୱାମୀ ଜାଣିପାରି ୧୦୨ ଆମ୍ୱୁଲାନ୍ସକୁ ଫୋନ୍‌ କରିଥିଲେ। ଆମ୍ୱୁଲାନ୍ସ କର୍ତ୍ତୃପକ୍ଷ ଫୋନ୍‌ ଗ୍ରହଣ କରି ଆସିବେ ବୋଲି କହିଥିଲେ। ଏପରିକି ବହୁ ସମୟ ଧରି ଅପେକ୍ଷା କରିଥିଲେ ମଧ୍ୟ ଆମ୍ୱୁଲାନ୍ସ ଆସିନଥିଲା। ଫଳରେ ଏକ ଅଟୋରେ ସୁଲୋଚନାକୁ ଡାକ୍ତରଖାନା ନିଆଯାଉଥିଲା। ଗୋଡ଼ିଗାଁ ଛକରେ ପ୍ରସବ ଜନ୍ତ୍ରଣା ବଢ଼ିବାରୁ ସେଠାରେ ସେ ପିଲା ଜନ୍ମ କରିଥିଲେ। ପରେ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ମାଆ ଓ ଛୁଆ ସୁସ୍ଥ ଥିବା ଜଣାପଡ଼ିଛି।

Related story