ରାସ୍ତା ନ ଥିବାରୁ ଅଟକିଥିଲା ଆମ୍ବୁଲାନ୍ସ, କିନ୍ତୁ ଅଟକିଲାନି ଜୀବନ

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତା ନ ଥିବାରୁ ଗାଁକୁ ଆସିପାରିଲାନି ୧୦୮ ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗୁରୁତର ଅସୁସ୍ଥ ଯୁବତୀ। ଏମିତି ନେବା ଆଣିବା ଭିତରେ ଚିକିତ୍ସାରେ ବିଳମ୍ବ ହେଲା। ଆଉ ଶେଷରେ ଡାକ୍ତରଙ୍କ ସବୁ ଚେଷ୍ଟା ଫେଲ ମାରିଲା । ପ୍ରାଣ ହରାଇଲେ ଯୁବତୀ। ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ପାରିଖମା ଗାଁରେ। ଅଭିଯୋଗ ଅନୁସାରେ ଗତକାଲି ଏହି ଗ୍ରାମର ଯୁବତୀ ଜଣଙ୍କ ହଠାତ୍‌ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ପରିବାର ଲୋକେ […]

Low social status and a lack of opportunities for both education and employment, have forced many Bangladeshi women into prostitution or exposed them to other forms of sexual exploitation. An estimated 150,000 women are involved in prostitution in Banglad

Rakesh Mallick
  • Published: Wednesday, 10 January 2018
  • , Updated: 10 January 2018, 01:25 PM IST

ବାଲେଶ୍ୱର(ଓଡ଼ିଶା ରିପୋର୍ଟର): ରାସ୍ତା ନ ଥିବାରୁ ଗାଁକୁ ଆସିପାରିଲାନି ୧୦୮ ଆମ୍ବୁଲାନ୍ସ। ଖଟିଆରେ ବୁହାହେଲେ ଗୁରୁତର ଅସୁସ୍ଥ ଯୁବତୀ। ଏମିତି ନେବା ଆଣିବା ଭିତରେ ଚିକିତ୍ସାରେ ବିଳମ୍ବ ହେଲା। ଆଉ ଶେଷରେ ଡାକ୍ତରଙ୍କ ସବୁ ଚେଷ୍ଟା ଫେଲ ମାରିଲା । ପ୍ରାଣ ହରାଇଲେ ଯୁବତୀ। ଏଭଳି ଘଟଣା ସାମ୍ନାକୁ ଆସିଛି ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ପାରିଖମା ଗାଁରେ।

ଅଭିଯୋଗ ଅନୁସାରେ ଗତକାଲି ଏହି ଗ୍ରାମର ଯୁବତୀ ଜଣଙ୍କ ହଠାତ୍‌ ସ୍ୱାସ୍ଥ୍ୟ ଖରାପ ହୋଇଥିଲା। ପରିବାର ଲୋକେ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ତେବେ ଗାଁକୁ ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଏକ କିଲୋମିଟର ଦୂରରେ ରହିଥିଲା। ଗ୍ରାମବାସୀ ଖଟିଆ ମାଧ୍ୟମରେ ଯୁବତୀଙ୍କୁ ଆମ୍ବୁଲାନ୍ସ ନିକଟକୁ ନେଇଥିଲେ। ପରେ ଯୁବତୀଙ୍କୁ ପ୍ରଥମେ ଖଇରା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଉଥିଲା।  ହେଲେ ଚିକିତ୍ସାରେ ବିଳମ୍ବ ଯୋଗୁଁ ରାସ୍ତାରେ ହିଁ ଯୁବତୀ ଜଣଙ୍କ ପ୍ରାଣ ହରାଇଥିଲେ।

 

Related story