ବଜ୍ରପାତରେ ସାନ ଆଗରେ ବଡ଼ ଯା’ ଚାଲିଗଲେ

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଜ୍ରାପାତରେ ବଡ଼ ଯା’ଙ୍କ ମୃତ୍ୟୁ ଘଟିଥିବା ବେଳେ ସାନ ଯା’ ଗୁରୁତର ଆହତ ହୋଇଛନ୍ତି। ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ବରକାନୀ ଗାଁରେ। ସବୁଦିନ ଭଳି ଆଜି ପାଣିବୁଡି ମେଶ୍ୱା ଓ ତାଙ୍କ ସାନ ଯା’ ଭୂମିସୁତା ମେଶ୍ୱା ସାଙ୍ଗ ହୋଇ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ଏହି ସମୟରେ ହଠାତ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କିଛି ଭାବିବା ପୂର୍ବରୁ ଝଡ଼ତୋଫାନ ସହ […]

Balangir

Manoranjan Sial
  • Published: Tuesday, 11 May 2021
  • , Updated: 11 May 2021, 06:20 PM IST

ବଲାଙ୍ଗିର(ଘଟେଶ୍ୱର ମିଶ୍ର): ବଜ୍ରାପାତରେ ବଡ଼ ଯା’ଙ୍କ ମୃତ୍ୟୁ ଘଟିଥିବା ବେଳେ ସାନ ଯା’ ଗୁରୁତର ଆହତ ହୋଇଛନ୍ତି। ଆଜି ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ସଦର ଥାନା ବରକାନୀ ଗାଁରେ।

ସବୁଦିନ ଭଳି ଆଜି ପାଣିବୁଡି ମେଶ୍ୱା ଓ ତାଙ୍କ ସାନ ଯା’ ଭୂମିସୁତା ମେଶ୍ୱା ସାଙ୍ଗ ହୋଇ ଗାଧୋଇବା ପାଇଁ ପୋଖରୀକୁ ଯାଇଥିଲେ। ଏହି ସମୟରେ ହଠାତ ଆକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ। କିଛି ଭାବିବା ପୂର୍ବରୁ ଝଡ଼ତୋଫାନ ସହ ବଜ୍ରାପାତ ହୋଇଥିଲା।

ଦୁଇ ଜା’ ପୋଖରୀ ପାଖରେ ଛିଡ଼ା ହୋଇଥିବା ବେଳେ ହଠାତ୍‌ ବଜ୍ରପାତ ହୋଇଥିଲା। ଫଳରେ ପାଣିବୁଡି ମେଶ୍ୱାଙ୍କ ମୃତ୍ୟୁ ଘଟିଥିବା ବେଳେ ସାନ ଯା’ ଭୂମିସୂତା ମେଶ୍ୱା ଚେତା ହରାଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ସେପଟେ ପୁଲିସ ବଡ଼ ଯା’ଙ୍କ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

ସେପଟେ ଆଜି ବଜ୍ରପାତରେ ଡଙ୍ଗିଆବାହାଲ ଗାଁର କେନ୍ଦୁପତ୍ର ଫଡିଘର ପୋଡ଼ି ଯାଇଛି। ଏଥିରେ ପ୍ରାୟ ହଜାରେ ଚଟା କେନ୍ଦୁପତ୍ର ପୋଡି ଯାଇଥିବା ଅନୁମାନ କରାଯାଉଛି।

Related story