ଡାକ୍ତର ଓ ନର୍ସଙ୍କ ଭୁଲ୍‌ ପାଇଁ କଟା ହେଲା ରୋଗୀଙ୍କ ଆଙ୍ଗୁଠି

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପ୍ରସବ ପାଇଁ ମେଡ଼ିକାଲ ଆସିଥିଲେ। ମାତ୍ର ଭୁଲ୍‌ ଚିକିତ୍ସା ପଦ୍ଧତି ପାଇଁ ସବୁ ଦିନ ପାଇଁ ନିଜର ଦୁଇଟି ଲେଖାଏଁ ଆଙ୍ଗୁଠି ହରାଇଲେ ଦୁଇ ମହିଳା। ତେବେ ଏଠି ପ୍ରଶ୍ନ ଉଠୁଛି, ଭୁଲ୍‌ କଲା କିଲା କିଏ ଦଣ୍ଡ ପାଇଲା କିଏ? ଏପରି ସମ୍ୱେଦନଶୀଳ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସିଡ଼ିଏମ୍‌ଓ ଆଡ଼ଭାଇଜରି ଜାରି କରିଛନ୍ତି। କେମିତି ଇଂଜେକସନ ଦିଆଯିବ ଓ କ’ଣ […]

TREATMENT

Rakesh Mallick
  • Published: Monday, 05 February 2018
  • , Updated: 05 February 2018, 06:53 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ପ୍ରସବ ପାଇଁ ମେଡ଼ିକାଲ ଆସିଥିଲେ। ମାତ୍ର ଭୁଲ୍‌ ଚିକିତ୍ସା ପଦ୍ଧତି ପାଇଁ ସବୁ ଦିନ ପାଇଁ ନିଜର ଦୁଇଟି ଲେଖାଏଁ ଆଙ୍ଗୁଠି ହରାଇଲେ ଦୁଇ ମହିଳା। ତେବେ ଏଠି ପ୍ରଶ୍ନ ଉଠୁଛି, ଭୁଲ୍‌ କଲା କିଲା କିଏ ଦଣ୍ଡ ପାଇଲା କିଏ? ଏପରି ସମ୍ୱେଦନଶୀଳ ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ। ଏହି ଘଟଣା ଲୋକଲୋଚନକୁ ଆସିବା ପରେ ସିଡ଼ିଏମ୍‌ଓ ଆଡ଼ଭାଇଜରି ଜାରି କରିଛନ୍ତି। କେମିତି ଇଂଜେକସନ ଦିଆଯିବ ଓ କ’ଣ ସତର୍କତା ଅବଲମ୍ବନ କରାଯିବ ସେନେଇ ଏଥିରେ ଦର୍ଶାଯାଇଛି। ସରକାରୀ ମେଡ଼ିକାଲରେ ଏପରି ଆଡ଼ଭାଇଜାରିକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଏନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଡିସେମ୍ବର ୧୦ ତାରିଖରେ ମୁରିବାହାଲର ଖୁସବୁ ସେଠ ପ୍ରସବ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ବାରମ୍ବାର ଇଂଜେକସନ ଦିଆଯାଉଥିବାରୁ ହାତ ନର୍ସରେ ଭ୍ୟାନଫ୍ଲାମ୍ ଲଗା ଯାଇଥିଲା। ଏହି ଭ୍ୟାନଫ୍ଲାମ୍‌ ଭୁଲରେ ଲଗାଯାଇଥିବାରୁ ହାତ ଫୁଲି ଯାଇଥିଲା। ଫଳରେ ହାତ ଭୀଷଣ ଯନ୍ତ୍ରଣା ହେଉଥିଲା। ଏପରି ସମୟରେ ରୋଗୀଙ୍କୁ ଚିକିତ୍ସା କରିବା ପରିବର୍ତ୍ତେ ଡିସ୍‌ଜାର୍ଜ କରି ସେଇଥିଲା। ପରେ ହାତର ଚିକିତ୍ସା ଲାଗି ଖୁସବୁ ବୁର୍ଲା ଯାଇଥିଲେ। ସେଠାରେ ଭଲ ନହେବାରୁ କଟକ ବଡ଼ ମେଡ଼ିକାଲ ଯାଇଥିଲା। କଟକରେ ନାନା ହଇରାଣ ହୋଇ ଶେଷରେ ହାତର ଦୁଇଟି ଆଙ୍ଗୁଠି କାଟିବାକୁ ପଡ଼ିଲା। ଆଗରୁ ନବଜାତ ସନ୍ତାନ ହରାଇଥିଲେ। ଏବେ ଦୁଇଟି ଆଙ୍ଗୁଠି ନଷ୍ଟ କରି ମାନସିକ ଓ ଶାରୀରିକ ଭାବେ ଭାଙ୍ଗି ପଡ଼ିଛନ୍ତି ଖୁସବୁ।

ସେହିପରି ଦେଓଗାଁ ବ୍ଲକ କନକପୁରର କାନ୍ତି ନନ୍ଦଙ୍କର ସମାନ ଦଶା। ଠିକ୍ ଭାବେ ଭ୍ୟାନଫ୍ଲାମ ଲାଗିନଥିବାରୁ ହାତରେ ଗାଙ୍ଗରିନ (ରୋଗ) ହୋଇଥିଲା। ଶେଷରେ କଟକ ବଡ଼ ମେଡିକଲରେ କାନ୍ତିଙ୍କର ବି ଦୁଇଟି ଆଙ୍ଗୁଠି କାଟିବାକୁ ପଡ଼ିଥିଲା। ଅନ୍ୟର ଭୁଲ ପାଇଁ ଦୁଇ ଜଣ ମହିଳା ସବୁ ଦିନ ପାଇଁ ହୋଇଯାଇଛନ୍ତି ଭିନ୍ନକ୍ଷମ। ଏହି ଘଟଣା ପ୍ରଘଟ ହେବା ପରେ ସିଡିଏମ୍‌ଓ ଆଡ଼୍‌ଭାଇଜରି ଜାରି କରିଛନ୍ତି। ଏହି ଆଡ଼ଭାଇଜରି ଡାକ୍ତର ଓ ନର୍ସମାନଙ୍କ ପାଇଁ ଜାରି କରାଯାଇଛି। କେମିତି ଇଂଜେକସନ ଦିଆଯିବ ଓ କଣ ସତର୍କତା ଅବଲମ୍ବନ କରାଯିବ ସେନେଇ ଏଥିରେ ଉଲ୍ଲେଖ ରହିଛି।

ଆଙ୍ଗୁଠି ହରାଇଥିବା ଖୁସବୁଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି। ଏପରିକି ସିଡିଏମ୍ଓଙ୍କ ପାଖରେ ମଧ୍ୟ ଅଭିଯୋଗ କରିଛନ୍ତି। ଏଥିପାଇଁ ଯେଉଁମାନେ ଦାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହିତ କ୍ଷତିପୂରଣ ଦାବି କରିଛନ୍ତି ପରିବାର ଲୋକେ।

Related story