ମନୋବଳ ନୁହେଁ ବାହୁ ବଳରେ ବି ପୁରୁଷଙ୍କୁ ପଛରେ ପକାଇଛନ୍ତି ମହିଳା: ସାଜିଛନ୍ତି ଉଦାହରଣ

Ordigital Desk
  • Published: Thursday, 08 March 2018
  • , Updated: 08 March 2018, 01:04 PM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନାରୀ ସ୍ୱୟଂ ସମ୍ପୂର୍ଣ୍ଣ, ସମସ୍ତ କ୍ଷେତ୍ରରେ ଦକ୍ଷତା ପ୍ରତିପାଦନର ସାମର୍ଥ୍ୟ ଥାଏ ନାରୀ ଭିତରେ। ଅବହେଳିତ ବୀଜଟିଏ ଭଳି ସାମାନ୍ୟ ସୁଯୋଗ ପାଇଲେ ପାଲଟିଯାଇପାରେ ମହାଦ୍ରୁମ। ମୟୂରଭଞ୍ଜ ଜିଲ୍ଲାର କିଛି କିଶୋରୀ ସେହିଭଳି ଦିନରାତି ପରିଶ୍ରମ କରି ଲାଗିପଡ଼ିଛନ୍ତି କ୍ରୀଡ଼ା କ୍ଷେତ୍ରରେ ନିଜ ନୈପୁଣ୍ୟ ଦେଖାଇବା ପାଇଁ। ସେମାନଙ୍କ ମଧ୍ୟରୁ ଅନେକେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ସଫଳତା ବି ପାଇଛନ୍ତି।</p> <p>ନାରୀ ମମତାମୟୀ ବି, ଆଉ ଶକ୍ତି ସ୍ୱରୂପା ବି। କେବଳ ମନୋବଳ ନୁହେଁ, ବାହୁ ବଳରେ ବି ନାରୀ ରଖେ ବିଶ୍ୱ ବିଜୟୀ ହେବାର ସାମର୍ଥ୍ୟ। ସେହିଭଳି ଜଣେ ଶକ୍ତିସ୍ୱରୂପା ହେଉଛନ୍ତି ସ୍ନେହା ସୋରେନ। ୨୦୧୭ ଅଷ୍ଟ୍ରେଲିଆ କମନୱେଲଥ୍&zwnj; ଗେମ୍ସରେ ୱେଟ୍ ଲିଫ୍ଟିଂରେ ସ୍ୱର୍ଣ୍ଣ ବିଜେତା ସ୍ନେହାଙ୍କ ଜନ୍ମ ମୟୂରଭଞ୍ଜ ଜିଲ୍ଲା ଶିଖରଘାଟି ଗାଁରେ ହୋଇଥିଲା। ଯୁକ୍ତ ଦୁଇ ପଢ଼ୁଥିବା ବେଳେ ସ୍ନେହାଙ୍କୁ ୱେଟ୍ ଲିଫ୍ଟିଂ ପାଇଁ ପ୍ରୋତ୍ସାହିତ କରନ୍ତି ଜଣେ ସ୍ଥାନୀୟ ଜିମ୍ କୋଚ୍। ଆଉ ନିଜ ମନୋବଳକୁ ପାଥେୟ କରି ଲକ୍ଷ୍ୟ ପଥରେ ଆଗେଇ ଚାଲନ୍ତି ସ୍ନେହା। ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଜିତି ଚାଲନ୍ତି ଗୋଟିଏ ପରେ ଗୋଟିଏ ପଦକ।</p> <p>ଆଉ ଜଣେ ପ୍ରତିଭା ହେଲେ ଦେବୀ ସିଂ। ଦଶମ ଶ୍ରେଣୀରେ ପଢ଼ୁଥିବା ଦେବୀ ସିଂଙ୍କ ମନରେ ବି ଉତ୍ସାହ କିଛି କମ୍ ନୁହେଁ। ଶ୍ୟାମାଖୁଣ୍ଟା ବ୍ଲକ୍ ଲକ୍ଷ୍ମୀପୁର ଗାଁର ଏକ ଗରିବ ପରିବାରର ଝିଅ ଦେବୀ ସିଂ। ବାରିପଦାରେ ଥିବା ମୟୂରଭଞ୍ଜ ଜିମ୍ନାସିୟମ୍ କୋଚଙ୍କ ଠାରୁ ପ୍ରେରଣା ପାଇ ଦିନରାତି ଏକ କରି ଲାଗିପଡ଼ିଛନ୍ତି ପାଓ୍ୱାର୍ ଲିଫ୍ଟିଂରେ। ୫୨ କିଲୋ ବର୍ଗ ପାଓ୍ୱାର୍ ଲିଫ୍ଟିଂରେ ସେ ୧୫ଟି ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ସହ ଅନ୍ତର୍ଜାତୀୟ ସ୍ତରରେ ପହଞ୍ଚିଲେଣି। କେବଳ ଦେବୀ କି ସ୍ନେହା ନୁହନ୍ତି, ଏବେ ଅନେକ କିଶୋରୀ ଆଗେଇ ଚାଲିଛନ୍ତି କ୍ରୀଡ଼ା କ୍ଷେତ୍ରରେ ବିଶ୍ୱ ବିଜୟ ଲକ୍ଷ୍ୟରେ।</p>

Related story