ମହିଳାଙ୍କୁ ଟାଙ୍ଗିଆରେ ହାଣି ଜଙ୍ଗଲରେ ପୋତିଦେଲେ

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ଅନ୍ଧ ବିଶ୍ୱାସର ଅଡୁଆ ଜାଲରୁ ବାହାରି ପାରୁନି ମଣିଷ। ଗୁଣି ଗାରେଡ଼ି ସନ୍ଦେହରେ କେତେବେଳେ କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ ନିଜେ ହତ୍ୟାରେ ଶିକାର ହେଉଛି। ଏଥିରେ ବିଶେଷକରି ମହିଳାମାନେ ବେଶୀ ଶିକାର ହେଉଛନ୍ତି। ଏପରି ଖବର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ମଧ୍ୟ କରାଯାଉଛି। ଏହା ସତ୍ତ୍ୱେ ଅନୁଗୋଳ ଜିଲ୍ଲାରେ ପୁଣି […]

women murder in angul district

Rakesh Mallick
  • Published: Tuesday, 26 June 2018
  • , Updated: 26 June 2018, 07:18 PM IST

ପାଲଲହଡ଼ା (ରବିନାରାୟଣ ପ୍ରଧାନ): ଅନ୍ଧ ବିଶ୍ୱାସର ଅଡୁଆ ଜାଲରୁ ବାହାରି ପାରୁନି ମଣିଷ। ଗୁଣି ଗାରେଡ଼ି ସନ୍ଦେହରେ କେତେବେଳେ କାହାକୁ ହତ୍ୟା କରୁଛି ତ ଆଉ କେତେବେଳେ ନିଜେ ହତ୍ୟାରେ ଶିକାର ହେଉଛି। ଏଥିରେ ବିଶେଷକରି ମହିଳାମାନେ ବେଶୀ ଶିକାର ହେଉଛନ୍ତି। ଏପରି ଖବର ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଯାହାକୁ ନେଇ ବୁଦ୍ଧିଜୀବୀ ମହଲରେ ଉଦ୍‌ବେଗ ପ୍ରକାଶ ପାଉଥିବା ବେଳେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ମଧ୍ୟ କରାଯାଉଛି। ଏହା ସତ୍ତ୍ୱେ ଅନୁଗୋଳ ଜିଲ୍ଲାରେ ପୁଣି ଏକ ହତ୍ୟାକାଣ୍ଡ ଘଟିଛି। ଗୁଣିଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହେଉଛି। ପରେ ଅଭିଯୁକ୍ତ ଆତ୍ମସମର୍ପଣ କରିଛି।

କରଡ଼ାପାଳ ଗାଁର ଗୁନା ସାଇଁଆ କିଛି ଦିନ ଧରି ତାରିରେ ଖରାପ ସ୍ୱପ୍ନ ଦେଖୁଥିଲେ। ତେଣୁ ରାତିରେ ଶୋଇପାରୁ ନଥିଲେ। ତାଙ୍କୁ କିଏ ଗୁଣି କରିଥିବା ସେ ସନ୍ଦେହ କରୁଥିଲେ। ଗତକାଲି ସେହି ଗାଁର ନିରାଶ ପୂର୍ତ୍ତି ଗାଁ ମୁଣ୍ଡ ବିଲକୁ ଖତ ପକାଇବାକୁ ଯାଇଥିଲେ। ଏହି ସମୟରେ ଏକୁଟିଆ ପାଇ ଗୁନା ଅତି ନିର୍ମମଭାବେ ଗୋଡ଼ାଇ ଗୋଡ଼ାଇ ନିରାଶଙ୍କୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ପରେ ମୃତଦେହକୁ ନେଇ ନିକଟସ୍ଥ ଜଙ୍ଗଲରେ ଏକ ନାଳରେ ପକାଇ ପୋତି ଦେଇଥିଲେ। ଏହା’ପରେ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲେ।  ଅଭିଯୁକ୍ତଙ୍କ ବୟାନ ଆଧାରରେ ପୋଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story