ଚା ପିଉଥିବା ବେଳେ ଉପରେ ପଡ଼ିଲା ଗଛ

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଚାହା ପିଉଥିବା ବେଳେ ଉପରେ ପଡ଼ିଲା ଗଛ। ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାଉରକେଲା ହକି ଛକ ନିକଟସ୍ଥ ଜାତୀୟ ରାଜପଥ ନମ୍ବର ୧୪୩ରେ ଘଟିଛି। ରାଜକୁମାର କିଷାନ ନାମକ ଜଣେ ଶ୍ରମିକ ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନୀରେ କାମ କରନ୍ତି। ଆଜି ସେ ଅନ୍ୟ ୨ ଜଣଙ୍କ ସହ ମିଶି ଚାହା ପିଉଥିଲେ। ଏହି ସମୟରେ ଝଡ଼ବର୍ଷା […]

labour-death-while

Manoranjan Sial
  • Published: Friday, 13 September 2019
  • , Updated: 13 September 2019, 07:09 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଚାହା ପିଉଥିବା ବେଳେ ଉପରେ ପଡ଼ିଲା ଗଛ। ଫଳରେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ। ଆଜି ଏମିତି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ରାଉରକେଲା ହକି ଛକ ନିକଟସ୍ଥ ଜାତୀୟ ରାଜପଥ ନମ୍ବର ୧୪୩ରେ ଘଟିଛି।

ରାଜକୁମାର କିଷାନ ନାମକ ଜଣେ ଶ୍ରମିକ ଏକ କନ୍‌ଷ୍ଟ୍ରକସନ୍‌ କମ୍ପାନୀରେ କାମ କରନ୍ତି। ଆଜି ସେ ଅନ୍ୟ ୨ ଜଣଙ୍କ ସହ ମିଶି ଚାହା ପିଉଥିଲେ। ଏହି ସମୟରେ ଝଡ଼ବର୍ଷା ହେବାରୁ ପାଖରେ ଥିବା କୃଷ୍ଣଚୂଡ଼ା ଗଛଟି ଭାଙ୍ଗି ତାଙ୍କ ଉପରେ ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଅନ୍ୟ ଦୁଇ ଜଣ ସାମାନ୍ୟ ଆହତ ହୋଇଥିଲେ। ସେମାନଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି।

Related story