ବାଇକ୍ ନବରଙ୍ଗପୁରରେ, ଚାଲାଣ ଝାରସୁଗୁଡ଼ାରେ

ନବରଙ୍ଗପୁର(ନବଘନ ବିଶୋଇ) : ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରଠୁ ଧରପଗଡ଼ ଜୋରଦାର ଚାଲିଛି। ଏସବୁ ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ଘଟଣା। କେଉଁଠି ଟ୍ରକ୍ ଡ୍ରାଇଭରଙ୍କୁ ହେଲ୍‌ମେଟ୍‌ ପାଇଁ ଚାଲାଣ କଟାଯାଉଛି ତ ଆଉ କେଉଁଠି ଅଟୋ ଡ୍ରାଇଭରଙ୍କଠାରୁ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା। ନବରଙ୍ଗପୁରରୁ ନଜରକୁ ଆସିଛି ଏପରି ଏକ ଘଟଣା। ବାଇକ୍ ଅଛି ନବରଙ୍ଗପୁରରେ କିନ୍ତୁ ଚାଲାଣ କଟିଛି ଝାରସୁଗୁଡ଼ାରେ। ନବରଙ୍ଗପୁରର ମାନସ ରଞ୍ଜନ ଦାସ […]

bike-1--1

Niharika Rout
  • Published: Monday, 13 January 2020
  • , Updated: 13 January 2020, 02:49 PM IST

ନବରଙ୍ଗପୁର(ନବଘନ ବିଶୋଇ) : ନୂଆ ମୋଟରଯାନ ଆଇନ୍‌ ଲାଗୁ ହେବା ପରଠୁ ଧରପଗଡ଼ ଜୋରଦାର ଚାଲିଛି। ଏସବୁ ଭିତରେ ସାମ୍ନାକୁ ଆସୁଛି ଗୋଟିଏ ପରେ ଗୋଟିଏ ରୋଚକ ଘଟଣା। କେଉଁଠି ଟ୍ରକ୍ ଡ୍ରାଇଭରଙ୍କୁ ହେଲ୍‌ମେଟ୍‌ ପାଇଁ ଚାଲାଣ କଟାଯାଉଛି ତ ଆଉ କେଉଁଠି ଅଟୋ ଡ୍ରାଇଭରଙ୍କଠାରୁ ଆଦାୟ କରାଯାଉଛି ମୋଟା ଅଙ୍କର ଜରିମାନା। ନବରଙ୍ଗପୁରରୁ ନଜରକୁ ଆସିଛି ଏପରି ଏକ ଘଟଣା।

ବାଇକ୍ ଅଛି ନବରଙ୍ଗପୁରରେ କିନ୍ତୁ ଚାଲାଣ କଟିଛି ଝାରସୁଗୁଡ଼ାରେ। ନବରଙ୍ଗପୁରର ମାନସ ରଞ୍ଜନ ଦାସ ନାମକ ଜଣେ ବ୍ୟକ୍ତି ଏହି ଅଭିଯୋଗ ଆଣିଛନ୍ତି। ତାଙ୍କ ବାଇକ୍ ନମ୍ବରରେ ୫ଶହ ଟଙ୍କା ଚାଲାଣ କଟାଯାଇଥିବା ନେଇ ମୋବାଇଲ୍‌କୁ ମେସେଜ୍ ଆସିଥିଲା। ସେହି ମେସେଜ୍‌କୁ କ୍ଲିକ୍ କରିବା ପରେ ଝାରସଗୁଡ଼ା ଟ୍ରାଫିକ୍ ପୁଲିସ୍‌କୁ କେହି ଜଣେ ବ୍ୟକ୍ତି ନଗଦ ପେମେଣ୍ଟ କରିଥିବା ସେ ଜାଣିବାକୁ ପାଇଥିଲେ।

ତେବେ ଏ ସମ୍ପର୍କରେ ନବରଙ୍ଗପୁର ଆରଟିଓ ଗଣେଶ୍ୱର କହଁର କହିଛନ୍ତି , ଏମିତି ବେଳେବେଳେ ଭୁଲ୍ ହୋଇଯାଇଥାଏ, ନଚେତ୍ କେହି ଜଣେ ଅସାଧୁ ବ୍ୟକ୍ତି ସମାନ ନମ୍ବରକୁ ବ୍ୟବହାର କରୁଥାଇପାରେ। ତଦନ୍ତ କରାଯାଇ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

Related story