ହୀରାକୁଦ ଓ ସାତକୋଶିଆରେ ବର୍ଷତମାମ ଇକୋ-କଟେଜ୍ ସୁବିଧା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ ବର୍ଷତମାମ୍ ଇକୋ-କଟେଜ୍ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଓ ସାତକୋଶିଆର ବାଲିପୁଟଠାରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟ କରିବ । ପିପିପି ମୋଡରେ ଏହି ଇକୋ-କଟେଜ୍ ନିର୍ମାଣ ଓ ପରିଚାଳନା ହେବ। ଚଳିତବର୍ଷ ମଧ୍ୟ ପ୍ରଥମଥର ପାଇଁ କୋରାପୁଟରେ ଇକୋ ରିଟ୍ରିଟ୍ କରାଯିବ ବୋଲି ଜଣାପଡ଼ିଛି। ଆଜି ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ […]

Satkosia

Ordigital Desk
  • Published: Thursday, 08 July 2021
  • , Updated: 08 July 2021, 07:59 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ରାଜ୍ୟରେ ବର୍ଷତମାମ୍ ଇକୋ-କଟେଜ୍ ସୁବିଧା ଯୋଗାଇ ଦେବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ହୀରାକୁଦ ଓ ସାତକୋଶିଆର ବାଲିପୁଟଠାରେ ଏହା ପାଇଲଟ୍ ପ୍ରୋଜେକ୍ଟ ଭାବେ କାର୍ଯ୍ୟ କରିବ । ପିପିପି ମୋଡରେ ଏହି ଇକୋ-କଟେଜ୍ ନିର୍ମାଣ ଓ ପରିଚାଳନା ହେବ। ଚଳିତବର୍ଷ ମଧ୍ୟ ପ୍ରଥମଥର ପାଇଁ କୋରାପୁଟରେ ଇକୋ ରିଟ୍ରିଟ୍ କରାଯିବ ବୋଲି ଜଣାପଡ଼ିଛି।

ଆଜି ମୁଖ୍ୟ ସଚିବ ସୁରେଶ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପିପିପି ମୋଡରେ ରାଜ୍ୟରେ ବର୍ଷତମାମ ଇକୋ-କଟେଜ୍ ପ୍ରକଳ୍ପ ନିର୍ମାଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଇକୋ-କଟେଜ୍ ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ ଭିଜିଏଫ ପାଣ୍ଠି ସହ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯିବ।

ବର୍ଷତମାମ ଇକୋ-କଟେଜ୍ ସୁବିଧାର ସମ୍ଭାବନା ଥିବା ହୀରାକୁଦ, ବାଲିପୁଟ, ପାରାଦୀପ, ଦାରିଙ୍ଗିବାଡ଼ି, ପତି ସେନାପୁର ଓ କୋରାପୁଟ ଆଦି ସ୍ଥାନ ସମ୍ପର୍କରେ ବୈଠକରେ ଆଲୋଚନା ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାର ହୀରାକୁଦ ଓ କଟକ ଜିଲ୍ଲାର ବାଲିପୁଟ(ସାତକୋଶିଆ)ଠାରେ ଏହି ପ୍ରକଳ୍ପ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏହି ଦୁଇଟି ସ୍ଥାନରେ ପ୍ରକଳ୍ପ ନିମନ୍ତେ ପ୍ରାୟ ୬ଏକର ଲେଖାଏଁ ସ୍ଥାନ ଚିହ୍ନଟ କରାଯାଇଥିଲା ଓ ପ୍ରତ୍ୟେକ ସ୍ଥାନରେ ପ୍ରକଳ୍ପ ନିର୍ମାଣ ପାଇଁ ୬.୨୫କୋଟି ଟଙ୍କା ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପର୍ଯ୍ୟଟନ ବିଭାଗର ପାନ୍ତନିବାସ ଓ ରାସ୍ତାପାର୍ଶ୍ୱର ସୁବିଧା କେନ୍ଦ୍ର ଗୁଡ଼ିକୁ ଘରୋଇ ସହଭାଗିତାରେ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ। ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକମାନଙ୍କୁ ଏହା ବିଶେଷ ଭାବେ ଆକୃଷ୍ଟ କରିପାରିବ। ଏହି ବୈଠକରେ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ସମେତ ବିଭିନ୍ନ ବିଭାଗର ସଚିବମାନେ ଯୋଗ ଦେଇଥିଲେ।

Related story