ଚୋରକୁ ଚାବି ଦେଇଦେଲେ ସରକାର: ଜମି ମାଡ଼ି ବସିଥିଲେ ଏଣିକି ଭୟ ନାହିଁ, ନିୟମିତ କରିଦେବେ!

Ordigital Desk
  • Published: Thursday, 05 July 2018
  • , Updated: 05 July 2018, 08:49 PM IST
<p>ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜମି ଜବର ଦଖଲକାରୀଙ୍କୁ ଖସେଇ ଦେବାପାଇଁ ସରକାର ନିଜ ତରଫରୁ ଏକ ଗଳାବାଟ ତିଆରି କରିଛନ୍ତି। ଜବରଦଖଲ ଜମିକୁ ନିୟମିତ କରିବାକୁ ସରକାରୀ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି। ଆପତ୍ତିବିହୀନ ଜବରଦଖଲ ସରକାରୀ ଜାଗାକୁ ନିୟମିତ କରାଯିବ ବୋଲି ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏନେଇ ଏକ ଡ୍ରାଫ୍ଟ ବିଲ୍ ପ୍ରସ୍ତୁତ ହେଉଥିବା ରାଜସ୍ୱ ମନ୍ତ୍ରୀ ମହେଶ୍ୱର ମହାନ୍ତି କହିଛନ୍ତି। ଏହା ହେଲେ ସଂପୃକ୍ତ ଜାଗାରେ ଘର କରିଥିବା ଲୋକଙ୍କୁ ମାଲିକାନା ସ୍ୱତ୍ତ୍ୱ ମିଳିବ। ତେବେ ଆଜି କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନି ଏବଂ ବୈଠକ ଅସମାପ୍ତ ଥିବା ମନ୍ତ୍ରୀ କହିଛନ୍ତି। ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିରୋଧ କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ନିର୍ବାଚନକୁ ଆଖି ଆଗରେ ରଖି ରାଜ୍ୟ ସରକାର ଏମିତି କରିଥିବା କଂଗ୍ରେସ ଅଭିଯୋଗ କରିଛି।</p> <p>ବିଜେପି ମୁଖପାତ୍ର ପୀତାମ୍ୱର ଆଚାର୍ଯ୍ୟ କହିଛନ୍ତି- &ldquo;ବିନାଶ କାଳେ ବିପରୀତ ବୁଦ୍ଧି। ଜଳ, ଖଣି ଖାଇବା ପରେ ଏବେ ସର୍ବସାଧାରଣଙ୍କ ଜମି ଉପରେ ହାତ ପକାଇଲେଣି। ଜବରଦଖଲକାରୀଙ୍କୁ ଉଚ୍ଛେଦ ପାଇଁ ଏକ ଆଇନ୍&zwnj; ରହିଛି। ଯାହାର ନାଁ ହେଉଛି &lsquo;ଓଡ଼ିଶା ପ୍ରିଭେନ୍&zwnj;ସନ୍&zwnj; ଅଫ୍&zwnj; ଲ୍ୟାଣ୍ଡ ଏନ୍&zwnj;ଫୋର୍ସମେଣ୍ଟ୍&zwnj; ଆକ୍ଟ&rsquo;। ଯାହାକୁ ରାଜ୍ୟ ସରକାର ବିଧାନସଭାରେ ପ୍ରଣୟନ କରିଥିଲେ। ସେହି ଆକ୍ଟ ଅନୁସାରେ, କୌଣସି ବ୍ୟକ୍ତି ସରକାରୀ ଜମି ଉପରେ ଘର କଲେ, ସେମାନଙ୍କୁ ଉଚ୍ଛେଦ ପାଇଁ ପର୍ଯ୍ୟାପ୍ତ ବିଧିବ୍ୟବସ୍ଥା ରହିଛି। ଏହା ସତ୍ତ୍ୱେ ବେଆଇନ୍&zwnj; ଭାବେ ସରକାରୀ ଜମିକୁ ବାଣ୍ଟିଦେବା ଏକ ବଡ଼ ପାପ।&rdquo;</p> <p>ବରିଷ୍ଠ କଂଗ୍ରେସ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି-&ldquo;ସରକାରୀ ଜମିକୁ ଜବରଦଖଲ କରି ରହିଥିବା ବ୍ୟକ୍ତିଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରାଯିବ। ଏ ସମ୍ପର୍କରେ ପୂର୍ବତନ ରାଜସ୍ୱ ମନ୍ତ୍ରୀ ବିଧାନସଭାରେ କହିଥିଲେ। ଏହା ସତ୍ତ୍ୱେ ଆପତ୍ତିବିହୀନ ଜବରଦଖଲ ସରକାରୀ ଜାଗାକୁ ନିୟମିତ କରିବା ପାଇଁ ସରକାର ପ୍ରୟାସ କରିବା ହେଉଛି ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। କେବଳ ବଡ଼ବଡ଼ିଆଙ୍କୁ ଫାଇଦା ଦେବା ପାଇଁ ସରକାର ଏହି ବ୍ୟବସ୍ଥା କରିଛନ୍ତି।&rdquo;</p>

Related story