କାମ ମିଳିନାହିଁ, ଶେଷରେ ଦିନ ମଜୁରିଆ ସାଜିଲେ ଇଞ୍ଜିନିୟର

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟର ସାଜିଲେ ଦିନ ମଜୁରିଆ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏକଦମ୍ ସତ। ଦାନା ପାଇଁ ଦାଦନ ସାଜୁଥିବା ମେହନତି ହେଉ କି ବାହାର ରାଜ୍ୟରେ ଚାକିରି କରି ପେଟ ପୋଷୁଥିବା ମଣିଷ କରୋନା ପାଇଁ ଏବେ ୮ ମାସ ଧରି ଘରେ ବସିଛନ୍ତି ସମସ୍ତେ। କାମ ଧନ୍ଦା କିଛି ନାହିଁ, ତାହେଲେ ଚଳିବେ କେମିତି? ଏଭଳି ସ୍ଥିତିରେ ଶିକ୍ଷାଗତ ଯୋଗ୍ୟତାକୁ ପଛରେ ପକାଇ, ବଲାଙ୍ଗିରର ଜଣେ ଯୁବ ଇଂଜିନିୟର ଦିନ ମଜୁରିଆ […]

ENGU

Ranjit Kumar Jena
  • Published: Wednesday, 21 October 2020
  • , Updated: 21 October 2020, 07:28 PM IST

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଇଞ୍ଜିନିୟର ସାଜିଲେ ଦିନ ମଜୁରିଆ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ବି ଏକଦମ୍ ସତ। ଦାନା ପାଇଁ ଦାଦନ ସାଜୁଥିବା ମେହନତି ହେଉ କି ବାହାର ରାଜ୍ୟରେ ଚାକିରି କରି ପେଟ ପୋଷୁଥିବା ମଣିଷ କରୋନା ପାଇଁ ଏବେ ୮ ମାସ ଧରି ଘରେ ବସିଛନ୍ତି ସମସ୍ତେ। କାମ ଧନ୍ଦା କିଛି ନାହିଁ, ତାହେଲେ ଚଳିବେ କେମିତି? ଏଭଳି ସ୍ଥିତିରେ ଶିକ୍ଷାଗତ ଯୋଗ୍ୟତାକୁ ପଛରେ ପକାଇ, ବଲାଙ୍ଗିରର ଜଣେ ଯୁବ ଇଂଜିନିୟର ଦିନ ମଜୁରିଆ ସାଜିଛନ୍ତି। ଆଉ ମନରେଗାରେ ମାଟି କାମ କରୁଥିବା ବେଳେ ଯାହାଙ୍କୁ ପୂରା ଗ୍ରାଉଣ୍ଡରେ ଠାବ କରିଛନ୍ତି ଜିଲ୍ଲାପାଳ।

ବଲାଙ୍ଗିର ଦେଓଗାଁ ବ୍ଲକ୍ ଜୁର୍ଲାକାନୀରେ ମନରେଗାରେ ହେଉଥିବା ମାଟିକାମ ଦେଖିବାକୁ ଯାଇଥିଲା ବେଳେ ଜଣେ ଇଂଜିନିୟର ଦିନମଜୁରିଆ ଭାବେ କାମ କରୁଥିବା ଜାଣି ପାଖକୁ ଯାଇଥିଲେ ଜିଲ୍ଲାପାଳ। ପଚାରି ବୁଝିଲା ପରେ ତାଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଭେଟିବାକୁ କହିଥିଲେ। ଆଜି ଅନନ୍ତ ବି ବାପାଙ୍କ ସହ ବଲାଙ୍ଗିର ଆସି ଜିଲ୍ଲାପାଳଙ୍କୁ ଭେଟିଛନ୍ତି। ଜିଲ୍ଲାପାଳ କହିଛନ୍ତି ଶିକ୍ଷାଗତ ଯୋଗ୍ୟତା ଅନୁଯାୟୀ, ତାଙ୍କୁ କାମ ଯୋଗାଇଦେବାକୁ ଚେଷ୍ଟା କରାଯିବ।

ଦେଓଗାଁ ଜୁର୍ଲାକାନୀ ଗାଁର ବୈଶାଖୁ ବେରିଆଙ୍କ ପୁଅ ଅନନ୍ତ ଦିନ ମଜୁରିଆ ହୋଇ ବି ୫ ପୁଅ ଝିଅଙ୍କ ଭିତରେ ବଡ଼। ଅନନ୍ତଙ୍କୁ ଇଂଜିନିୟରିଂ ପାଠ ପଢ଼ାଇଥିଲେ ଅଭାବୀ ବୈଶାଖୁ। ୨୦୧୮ରେ ସିଭିଲ୍ ଇଞ୍ଜିନିୟରିଂରେ ବିଟେକ୍ କରିବା ପରେ ବି ଅନନ୍ତଙ୍କୁ କିନ୍ତୁ ଓଡ଼ିଶାରେ ଚାକିରି ମିଳିନଥିଲା।

ଚେନ୍ନାଇ ଯାଇ ଏକ ବେସରକାରୀ ସଂସ୍ଥାରେ ଇଂଜିନିୟର ଭାବେ କାମ କରି ବାପାଙ୍କ ସ୍ବପ୍ନ ପୂରା କରିବାରେ ଲାଗି ପଡ଼ିଥିଲେ ଅନନ୍ତ। ହେଲେ କରୋନା ସବୁ କିଛି ବିଗାଡ଼ି ଦେଲା। ଚାକିରି ଗଲା, ଘରକୁ ଫେରି ବି ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ କୁଶଳୀ ହିସାବରେ ଯୋଗ୍ୟତା ଅନୁଯାୟୀ କାମ ନମିଳିବାରୁ ବାପାଙ୍କ ସହ କୋଦାଳ ଧରିଲେ ଅନନ୍ତ। ଆଉ ଏବେ ତାଙ୍କୁ କେବଳ ଜିଲ୍ଲାପାଳ ହିଁ ଭରସା।

Related story