ରାସ୍ତାରୁ ଯୁବତୀଙ୍କୁ ଠେଲି ଠେଲି ନେଇଗଲେ, ୮ ଦିନ ପରେ ବି ପତ୍ତା ମିଳୁନି

ଚାନ୍ଦବାଲି(ବାସୁଦେବ ଦାସ):  ଟ୍ୟୁସନରୁ ଫେରୁଥିବା ରାସ୍ତାରୁ ଜୋରଜବରଦସ୍ତ ଝିଅକୁ ଅପହରଣ କରିନେଲେ। ୮ ଦିନ ହେବ ଝିଅର ପତ୍ତା ମିଳୁନି । ଝିଅକୁ ଫେରାଇ ଆଣିବାକୁ ପରିବାର ଲୋକ ଆକୁଳ ନିବେଦନ କରିଥିଲେ ବି ପୁଲିସ୍‌ ହାତ ଖାଲି। ଅପହରଣର ଭିଡିଓ ସିସିଟିଭିରେ କଏଦ ହୋଇଥିଲେ ବି ଅପହରଣକାରୀଙ୍କୁ ଧରିବାକୁ ତତ୍ପରତା ପ୍ରକାଶ କରୁନି ପୁଲିସ୍‌।   ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ। ଅଭିଯୋଗରୁ ଜଣାଯାଏ, ଗତ ୧୯ତାରିଖ […]

kidnap

Niharika Rout
  • Published: Saturday, 28 August 2021
  • , Updated: 28 August 2021, 02:56 PM IST

ଚାନ୍ଦବାଲି(ବାସୁଦେବ ଦାସ):  ଟ୍ୟୁସନରୁ ଫେରୁଥିବା ରାସ୍ତାରୁ ଜୋରଜବରଦସ୍ତ ଝିଅକୁ ଅପହରଣ କରିନେଲେ। ୮ ଦିନ ହେବ ଝିଅର ପତ୍ତା ମିଳୁନି । ଝିଅକୁ ଫେରାଇ ଆଣିବାକୁ ପରିବାର ଲୋକ ଆକୁଳ ନିବେଦନ କରିଥିଲେ ବି ପୁଲିସ୍‌ ହାତ ଖାଲି। ଅପହରଣର ଭିଡିଓ ସିସିଟିଭିରେ କଏଦ ହୋଇଥିଲେ ବି ଅପହରଣକାରୀଙ୍କୁ ଧରିବାକୁ ତତ୍ପରତା ପ୍ରକାଶ କରୁନି ପୁଲିସ୍‌।   ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ମହୁଲିଆ ଛକ ନିକଟରେ।

ଅଭିଯୋଗରୁ ଜଣାଯାଏ, ଗତ ୧୯ତାରିଖ ସକାଳେ ଚାନ୍ଦବାଲି ଅଞ୍ଚଳର ଯୁବତୀଜଣକ ଟ୍ୟୁସନ ପାଇଁ ଚାନ୍ଦବାଲି ଯାଇଥିଲା।  ହେଲେ ଆଉ ଘରକୁ ଫେରିନଥିଲା । ଝିଅ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକ ଟ୍ୟୁସନ ସାରଙ୍କ ସହ ଯୋଗାଯୋଗ କରିଥିଲେ। ମାତ୍ର ଝିଅ ଏକ ଟାଟା ମ୍ୟାଜିକ୍‌ରେ  ଘରକୁ ଯାଇଥିବା ସେ କହିଥିଲେ। ତେବେ ଘରେ ନପହଂଚିବାରୁ ବହୁ ଖୋଜାଖୋଜି ପରେ ଝିଅ ନିଖୋଜ ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ପୂର୍ବରୁ ମତୋ ପରମାନନ୍ଦପୁର ଗାଁର ପୃଥିରାଜ କରଣ ଝିଅକୁ ବିଭିନ୍ନ ସମୟରେ ହଇରାଣ କରୁଥିଲା। ସେ ହିଁ ଝିଅକୁ ଅପହରଣ କରିଛି। ହେଲେ ପୁଲିସ୍‌ ନିକଟରେ ଅଭିଯୋଗ କରିବା ପରେ ବି ପୁଲିସ୍‌ ଆଜି ଧରିବ, କାଲି ଧରିବ ବୋଲି କହୁଛି।

ଏନେଇ ଯୁବତୀଙ୍କ ମା’ କହିଛନ୍ତି, ୨ ଦିନ ପୂର୍ବେ ଝିଅ ଫୋନ୍‌ କରି ତାକୁ ମାରଧର କରାଯାଉଥିବା, ଧମକ ଦିଆଯାଉଥିବା କାନ୍ଦି କାନ୍ଦି କହିଥିଲା। ନିଜ ଇଚ୍ଛାରେ ଆସିଛି ବୋଲି କହିବାକୁ ତାକୁ ଚାପ ପକାଯାଉଥିବା କହିଲା। ଝିଅର ଆଜି ବିବାହ ହେବ ବୋଲି ଶୁଣିବାକୁ ପାଉଛୁ। ମୋତେ ମୋ ଝିଅକୁ ଫେରାଇ ଦେବାକୁ କାକୁତିମିନତି ହେଉଛି, ହେଲେ ପୁଲିସ୍‌ ବାବୁ କିଛି ଶୁଣୁ ନାହାନ୍ତି।

ଅନ୍ୟପଟରେ ଏନେଇ ଥାନାଧିକାରୀ କହିଛନ୍ତି,  ଝିଅର ମାଙ୍କ ଏତଲା ଅନୁଯାୟୀ ନିଖୋଜ ମାମଲା ରୁଜୁ ହୋଇଛି । ପୁଲିସ ତଦନ୍ତ ଚଳାଇଛି। ସିସିଟିଭି ଫୁଟେଜ ଏବେ ହସ୍ତଗତ ହୋଇଛି। ଝିଅକୁ ଆଜି ଉଦ୍ଧାର କରାଯିବ। ଏହାପରେ ସବୁ ସତ୍ୟାସତ୍ୟ ଜଣାପଡ଼ିବ।

Related story