ନିଜ ପାପୁଲି କାଟି ଅଲଗା କଲେ ଯୁବକ

ବ୍ରହ୍ମପୁର (ଜଗନ୍ନାଥ ସାହୁ): ନିଜ ପାପୁଲିକୁ କାଟି ଅଲଗା କରିଦେଲେ ଯୁବକ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ର ନରେନ୍ଦ୍ରପୁର ଗାଁରେ। ଉକ୍ତ ଯୁବକଙ୍କ ନାଁ ପି.ସମେଶ୍ୱର। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି। ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସମେଶ୍ୱର କାତିରେ ବାମ ହାତର ପାପୁଲିକୁ କାଟି ଦେଇଥିଲେ। ଏହାପରେ ତାକୁ ଡାହାଣ ହାତରେ ଧରି ଗାଁରେ ବୁଲିଥିଲେ। ପରିବାର ଲୋକେ ଏହା ଦେଖି ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ […]

8888

Tapaswini Nayak
  • Published: Saturday, 23 May 2020
  • , Updated: 23 May 2020, 09:32 AM IST

ବ୍ରହ୍ମପୁର (ଜଗନ୍ନାଥ ସାହୁ): ନିଜ ପାପୁଲିକୁ କାଟି ଅଲଗା କରିଦେଲେ ଯୁବକ। ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍‌ର ନରେନ୍ଦ୍ରପୁର ଗାଁରେ। ଉକ୍ତ ଯୁବକଙ୍କ ନାଁ ପି.ସମେଶ୍ୱର। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁସାରେ, ଗତକାଲି ସନ୍ଧ୍ୟାରେ ସମେଶ୍ୱର କାତିରେ ବାମ ହାତର ପାପୁଲିକୁ କାଟି ଦେଇଥିଲେ। ଏହାପରେ ତାକୁ ଡାହାଣ ହାତରେ ଧରି ଗାଁରେ ବୁଲିଥିଲେ। ପରିବାର ଲୋକେ ଏହା ଦେଖି ତାଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ୍‌କୁ ସ୍ଥାନାନ୍ତର କରାଯାଇଥିଲା। ସମେଶ୍ୱର ମାନସିକ ଭାରସାମ୍ୟ ହରାଇ ଏଭଳି ଘଟଣା ଘଟାଇଥିବା ଦିଗପହଣ୍ଡି ପୁଲିସ କହିଛି।

ସମେଶ୍ୱରଙ୍କ ବାପା ଭୁବନେଶ୍ୱରରେ ଦିନ ମଜୁରିଆ ଭାବେ କାମ କରନ୍ତି। ଘରେ ମା’ପୁଅ ରହୁନ୍ତି। ମାନସିକ ଭାରସାମ୍ୟ ହରାଇ ଥିବା ଯୋଗୁ ସମେଶ୍ୱର କିଛି ଦିନ ହେବ ଗାଁ ଲୋକଙ୍କୁ ହଇରାଣ କରୁଥିଲେ ବୋଲି ଜଣାପଡ଼ିଛି।

Related story