ସହର ଭିତରୁ ଯୁବକଙ୍କୁ ନେଇଗଲା ମେଘ, ମିଳୁନି ଖୋଜଖବର

ବାରିପଦା (ମାଣିକଲାଲ୍‌ ପାଣି): ଆଜି ବାରିପଦା ଟାଉନ୍‌ରେ ପ୍ରବଳ ବର୍ଷା ହୋଇଛି। ସେହି ବର୍ଷା ପାଣିରେ ଜଣେ ଯୁବକ ଭାସି ଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପର୍ତ୍ତା ମିଳିନାହିଁ। ଉଦ୍ଧାର କାର୍ଯ୍ୟ ଚାଲିଛି। ନିଖୋଜ ଯୁବକ ଜଣକ ଶଂଖଯୋଡା ନଦୀରେ ଭାସି ଯାଇଥିବା ଅନୁଭବ କରାଯାଉଛି। ଆଜି ବାରିପଦା ସହର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ମୂଷଳ ଧାରାରେ ବର୍ଷି ଯାଇଛି। ଦିନ ୧ଟାରୁ ଅପରାହ୍ନ ୩ଟା ଭିତରେ ବର୍ଷା ହୋଇଛି। […]

Baripada

Manoranjan Sial
  • Published: Saturday, 14 August 2021
  • , Updated: 14 August 2021, 07:01 PM IST

ବାରିପଦା (ମାଣିକଲାଲ୍‌ ପାଣି): ଆଜି ବାରିପଦା ଟାଉନ୍‌ରେ ପ୍ରବଳ ବର୍ଷା ହୋଇଛି। ସେହି ବର୍ଷା ପାଣିରେ ଜଣେ ଯୁବକ ଭାସି ଯାଇଥିବା ଅଭିଯୋଗ ହୋଇଛି। ବର୍ତ୍ତମାନ ସୁଦ୍ଧା ଯୁବକଙ୍କ ପର୍ତ୍ତା ମିଳିନାହିଁ। ଉଦ୍ଧାର କାର୍ଯ୍ୟ ଚାଲିଛି। ନିଖୋଜ ଯୁବକ ଜଣକ ଶଂଖଯୋଡା ନଦୀରେ ଭାସି ଯାଇଥିବା ଅନୁଭବ କରାଯାଉଛି।

ଆଜି ବାରିପଦା ସହର ଆକାଶରେ ଘୋଟି ଆସିଥିଲା କଳାହାଣ୍ଡିଆ ମେଘ। ପରେ ମୂଷଳ ଧାରାରେ ବର୍ଷି ଯାଇଛି। ଦିନ ୧ଟାରୁ ଅପରାହ୍ନ ୩ଟା ଭିତରେ ବର୍ଷା ହୋଇଛି। ବର୍ଷା ଯୋଗୁ ବାରିପଦା ସହରର ବିଭିନ୍ନ ରାସ୍ତାରେ ପାଣି ଲହଡ଼ି ଭାଙ୍ଗିଛି। ବାରିପଦା ସହରର ୱାର୍ଡ଼ ନଂ- ୧୭ ବଳରାମପୁର ସାହିକୁ ଯାଇଥିବା ଶଂଖଯୋଡା ନଦୀ ଉପରେ ଥିବା ଚେପଟି ବ୍ରିଜ୍‌ରେ ପ୍ରବଳ ବେଗରେ ପାଣି ପ୍ରବାହିତ ହୋଇଛି। ସେହି ପାଣିରେ ମୋଟର ସାଇକେଲରେ ଯାଉଥିବା ବେଳେ ପେରେଡ୍‌ ପଡିଆ ଗାଁର ଗୁଲୁ ବାରିକ ପାଣି ସ୍ରୋତରେ ଭାସି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ତାଙ୍କ ପର୍ତ୍ତା ମିଳିନି। ପୁଲିସ ଓ ଅଗ୍ନିଶମ କର୍ମଚାରୀମାନେ ଖୋଜାଖୋଜି କରିବାଥିଲେ ସୁଦ୍ଧା ପତ୍ତା ମିଳିନି।

ସେହିପରି ଶୁନଗଡିଆ ବାଲଟି କାରଖାନା ଅଞ୍ଚଳରେ କାନ୍ଥ ପଡ଼ିଥିବା ଯୋଗୁ ଜଣେ ମହିଳା ଆହତ ହୋଇଛନ୍ତି। ତାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

Related story