ଯୁବକଙ୍କ ବିବାହ ମଉଜ!

କାମାକ୍ଷାନଗର(ବିଦ୍ୟାଧର ବରାଳ): ପ୍ରଥମ ବିବାହକୁ ପୂରିଛି ଚଉଦ ବର୍ଷ। ନିଜ ଜନ୍ମ କଲା ପୁଅ, ଝିଅ ଅଛନ୍ତି। ସ୍ତ୍ରୀ ମଧ୍ୟ ବଞ୍ଚିଛନ୍ତି। ଏହା ସତ୍ତ୍ୱେ ସେ କରୁଛନ୍ତି ଦ୍ୱିତୀୟ ବିବାହ। ପ୍ରଥମ ସ୍ତ୍ରୀ ଜାଣିପାରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା ଢ଼େଙ୍କାନାଳ ଜିଲ୍ଲାରେ ଘଟିଛି। କାମାକ୍ଷାନଗର ଥାନା ଆଲୁଅଝରଣ ଗ୍ରାମର ବୁଦ୍ଧିଆ ବେହେରା କଟକ ଜିଲ୍ଲା ଅଇନି ଗାଁର ଝୁନା ବେହେରାଙ୍କୁ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ପରିବାର ଠିକ୍‌ଠାକ୍‌ ଚାଲିଥିଲା। ଚଉଦ ବର୍ଷର […]

Youth

Manoranjan Sial
  • Published: Saturday, 28 August 2021
  • , Updated: 28 August 2021, 06:33 PM IST

କାମାକ୍ଷାନଗର(ବିଦ୍ୟାଧର ବରାଳ): ପ୍ରଥମ ବିବାହକୁ ପୂରିଛି ଚଉଦ ବର୍ଷ। ନିଜ ଜନ୍ମ କଲା ପୁଅ, ଝିଅ ଅଛନ୍ତି। ସ୍ତ୍ରୀ ମଧ୍ୟ ବଞ୍ଚିଛନ୍ତି। ଏହା ସତ୍ତ୍ୱେ ସେ କରୁଛନ୍ତି ଦ୍ୱିତୀୟ ବିବାହ। ପ୍ରଥମ ସ୍ତ୍ରୀ ଜାଣିପାରି ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏପରି ଘଟଣା ଢ଼େଙ୍କାନାଳ ଜିଲ୍ଲାରେ ଘଟିଛି।

କାମାକ୍ଷାନଗର ଥାନା ଆଲୁଅଝରଣ ଗ୍ରାମର ବୁଦ୍ଧିଆ ବେହେରା କଟକ ଜିଲ୍ଲା ଅଇନି ଗାଁର ଝୁନା ବେହେରାଙ୍କୁ ମନ୍ଦିରରେ ବିବାହ କରିଥିଲେ। ବିବାହ ପରେ ପରିବାର ଠିକ୍‌ଠାକ୍‌ ଚାଲିଥିଲା। ଚଉଦ ବର୍ଷର ଦାମ୍ପତ୍ୟ ଜୀବନରେ ଉଭୟଙ୍କ ଔରଷରୁ ପୁଅ ଓ ଝିଅ ଅଛନ୍ତି।

ତେବେ ହଠାତ କଣ ହେଲା କେଜାଣି ଆରମ୍ଭ ହେଲା ଝୁନାଙ୍କ ଉପରେ ଯୌତୁକ ନିର୍ଯାତନା। କଥା କଥାରେ ବୁଦ୍ଧିଆ ଦେଲେ ଅକଥନୀୟ ନିର୍ଯାତନା। ତେବେ ନିର୍ଯାତନା ଅସହ୍ୟ ହେବାରୁ ଝୁନା ମେ’ ୨୮ ତାରିଖରେ କାମାକ୍ଷାନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଅଭିଯୋଗକୁ ଭିତ୍ତିକରି ବୁଦ୍ଧିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ବେଲ୍‌ରେ ଆସିଥିଲେ ବୁଦ୍ଧିଆ। ଏବେ ମାମଲା ବିଚାରାଧୀନ ଥିବା ବେଳେ ଝୁନା ନିଜ ବାପଘରେ ପିଲାଙ୍କ ସହ ରହୁଛନ୍ତି।

ସେପଟେ ଶୁକ୍ରବାର ରାତିରେ ବୁଦ୍ଧିଆ ଜିରାଳ ଅଞ୍ଚଳରେ ଦ୍ୱିତୀୟ ବିବାହ କରିଛନ୍ତି। ଏ ସମ୍ପର୍କରେ ଝୁନା ଜଣିପାରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Related story