ହାତରୁ ମେହେନ୍ଦି ଲିଭିବା ଆଗରୁ ଲିଭିଗଲା ମଥାର ସିନ୍ଦୁର

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ହୋଲି ହେଲା କାଳ । ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଲେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ । ହାତରୁ ବାହାଘରର ମେହେନ୍ଦି ଲିଭିନି। କିନ୍ତୁ ଲିଭିଗଲା ତାଙ୍କ ପତ୍ନୀଙ୍କ ମଥାର ସିନ୍ଦୁର । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସହର ମ୍ୟୁନସିପାଲିଟି କଲୋନୀରେ । ସିଭିଲ କୋର୍ଟରେ କିରାଣୀ ଭାବେ ଚାକିରୀ କରୁଥିବା ସମୀର ରଞ୍ଜନ ପଧାନ  ମାସେ ପୂର୍ବେ ବାହା ହୋଇଥିଲେ । ଗତକାଲି ରଂଗ ଖେଲିବା ପରେ ଭୋଜିଭାତ […]

Young-man-dead

Niharika Rout
  • Published: Tuesday, 30 March 2021
  • , Updated: 31 March 2021, 03:22 PM IST

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ହୋଲି ହେଲା କାଳ । ରଙ୍ଗ ଖେଳି ପୋଖରୀରେ ଗାଧୋଉଥିବା ବେଲେ ଚାଲିଗଲା ନବବିବାହିତ ଯୁବକଙ୍କ ଜୀବନ । ହାତରୁ ବାହାଘରର ମେହେନ୍ଦି ଲିଭିନି। କିନ୍ତୁ ଲିଭିଗଲା ତାଙ୍କ ପତ୍ନୀଙ୍କ ମଥାର ସିନ୍ଦୁର । ଏଭଳି ଦୁଃଖଦ ଘଟଣା ଘଟିଛି ବଲାଙ୍ଗିର ସହର ମ୍ୟୁନସିପାଲିଟି କଲୋନୀରେ ।

ସିଭିଲ କୋର୍ଟରେ କିରାଣୀ ଭାବେ ଚାକିରୀ କରୁଥିବା ସମୀର ରଞ୍ଜନ ପଧାନ  ମାସେ ପୂର୍ବେ ବାହା ହୋଇଥିଲେ । ଗତକାଲି ରଂଗ ଖେଲିବା ପରେ ଭୋଜିଭାତ କରିବା ପାଇଁ ସାଂଗ ମାନଙ୍କ ସହିତ ଦେଓଗାଁ ଥାନା ଶିବତଳା ଗାଁ ହରଗୌରୀ ମନ୍ଦିର ନିକଟକୁ ଯାଇଥିଲେ । ସେହି ସମୟରେ ନିକଟରେ ପୋଖରୀରେ ଗାଧୋଇଥିବା ବେଳେ ପାଣିରେ ବୁଡି ସମୀରଙ୍କ ମୃତ୍ୟୁ ହୋଇଥିବା ସାଂଗମାନେ କହୁଛନ୍ତି । ଟାଉନ ପୁଲିସ୍‌ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ବିଳମ୍ୱିତ ରାତିରେ ଶବ ସତ୍କାର କରାଯାଇଥିଲା ।

ଏକ ମାତ୍ର ପୁଅକୁ ହରାଇ ବାପା,ମା’ ଭାଙ୍ଗିପଡିଥିବା ବେଲେ ବାହାଘରର ମାସେ ପରେ ସ୍ୱାମୀକୁ ହରାଇଥିବା ସ୍ତ୍ରୀ ମୁଣ୍ଡରେ ଚଡକ ପଡିଛି । ଜଣେ କର୍ତ୍ତବ୍ୟନିଷ୍ଠ କର୍ମଚାରୀ, ହସଖୁସ ସ୍ୱଭାବ ପାଇଁ ବେଶ ପରିଚିତ ଥିଲେ ସମୀର । ତାଙ୍କ ସାଂଗସାଥି ମହଳରେ ଶୋକର ଛାୟା ଖେଲିଯାଇଛି । ପୋଖରୀରେ ବୁଡି  ପୁଅର ମୃତ୍ୟୁ ଖବରକୁ ପରିବାର ଲୋକ  ସହଜରେ ଗ୍ରହଣ କରିପାରୁ ନାହାନ୍ତି।

Related story