ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଯାଇ ମହିଳାଙ୍କ ପାଦ ଧରି କ୍ଷମା ମାଗିଲେ

ଚାନ୍ଦବାଲି (ବାସୁଦେବ ଦାସ): “ବଡ଼ ଭାଉଜ, ତୁ ମାଆ ସମାନ। ମୁଣ୍ଡର ଭାରସାମ୍ୟ ହରାଇ ଏହି କୁକର୍ମ କରିଥିବାରୁ ମୁଁ ତୋ ପାଦ ଧରି କ୍ଷମା ମାଗୁଛି। ଜୀବନ ଥିବା ପର୍ଯ୍ୟନ୍ତ ଆଉ କାହା ସହିତ କୁକର୍ମ କରିବି ନାହିଁ।” ଗାଁ କମିଟିର ନିଷ୍ପତ୍ତି ପରେ ସମସ୍ତଙ୍କ ସମ୍ମୁଖରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଆଜି ମାନସିକ ବିକଳାଙ୍ଗ ମହିଳାଙ୍କ ଗୋଡ଼ ଧରି ଏହିପରି କ୍ଷମା ମାଗିଛନ୍ତି। ପରେ ଆଣ୍ଠେଇ ଆଣ୍ଠେଇ ଯାଇ ଠାକୁରାଣୀଙ୍କ ପାଖରେ କ୍ଷମା ମାଗିଲେ। […]

vauja

Rakesh Mallick
  • Published: Wednesday, 04 July 2018
  • , Updated: 04 July 2018, 05:34 PM IST

ଚାନ୍ଦବାଲି (ବାସୁଦେବ ଦାସ): “ବଡ଼ ଭାଉଜ, ତୁ ମାଆ ସମାନ। ମୁଣ୍ଡର ଭାରସାମ୍ୟ ହରାଇ ଏହି କୁକର୍ମ କରିଥିବାରୁ ମୁଁ ତୋ ପାଦ ଧରି କ୍ଷମା ମାଗୁଛି। ଜୀବନ ଥିବା ପର୍ଯ୍ୟନ୍ତ ଆଉ କାହା ସହିତ କୁକର୍ମ କରିବି ନାହିଁ।”

ଗାଁ କମିଟିର ନିଷ୍ପତ୍ତି ପରେ ସମସ୍ତଙ୍କ ସମ୍ମୁଖରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଆଜି ମାନସିକ ବିକଳାଙ୍ଗ ମହିଳାଙ୍କ ଗୋଡ଼ ଧରି ଏହିପରି କ୍ଷମା ମାଗିଛନ୍ତି। ପରେ ଆଣ୍ଠେଇ ଆଣ୍ଠେଇ ଯାଇ ଠାକୁରାଣୀଙ୍କ ପାଖରେ କ୍ଷମା ମାଗିଲେ। ଆଜି ଏମିତି ଏକ ଘଟଣା ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ଅଞ୍ଚଳରେ ଆଲୋଚନାର ବିଷୟ ପାଲଟିଛି।

ପୂରା ଘଟଣା ଏମିତି। ଗତକାଲି ରାତିରେ ମାନସିକ ବିକଳାଙ୍ଗ ମହିଳା ଜଣକ ଘରେ ଏକାକୀ ଥିଲେ। ସ୍ୱାମୀ ଚିଙ୍ଗୁଡି ଫାର୍ମକୁ କାମ କରିବାକୁ ଯାଇଥିଲେ। ଏହାର ସୁଯୋଗ ନେଇ ଅଭିଯୁକ୍ତ ଯୁବକ ଘରେ ପଶି ସମ୍ପୃକ୍ତ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ମହିଳାଙ୍କ ସ୍ୱାମୀ ଚାଲି ଆସିବାରୁ ଯୁବକ ଜଣକ ସେଠାରୁ ଚମ୍ପଟ ମାରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଆଜି ସକାଳେ ଗାଁରେ ବୈଠକ ବସିଥିଲା। ବୈଠକରେ ନିଷ୍ପତ୍ତି ଅନୁସାରେ ସର୍ବସମ୍ମୁଖରେ ଅଭିଯୁକ୍ତ ଜଣକ, ମାନସିକ ବିକଳାଙ୍ଗ ମହିଳାଙ୍କ ଗୋଡ଼ ଧରି କ୍ଷମା ମାଗିଲା। ପରେ ଆଣ୍ଠେଇ ଆଣ୍ଠେଇ ଗାଁ ଦାଣ୍ଡରେ ଯାଇ ମନ୍ଦିରରେ ଭୁଲ୍‌କ୍ଷମା ମାଗିଥିଲେ। ହେଲେ ଏନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବାରୁ ପୋଲିସର ପ୍ରତିକ୍ରିୟା ମିଳିପାରିନି।

Related story