ସହି ପାରିଲେନି ଖାପ୍‌ ପଞ୍ଚାୟତର ଲଜ୍ଜା, ବେକରେ ରଶି ଲଗାଇ ଦେଲେ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ନାବାଳିକା ବିବାହକୁ ସମର୍ଥନ କରୁଥିବାରୁ ଖାପ୍‌ ପଞ୍ଚାୟତରେ ଜଣେ ଯୁବକଙ୍କୁ ମାଡ଼ ହୋଇଥିଲା। ଏପରିକି ତାଙ୍କୁ ଜରିମାନା ମଧ୍ୟ କରାଯାଇଥିଲା। ଏହି ଲୋକ ଲଜ୍ଜା ସହିନପାରି ଯୁବକ ଜଣକ ଗତକାଲି ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ହେବା ପରେ ପୁରୁଷ ଶୂନ୍ୟ ହୋଇଯାଇଛି ଉକ୍ତ ଗାଁ। ପୂରା ଘଟଣା ଏମିତି। ଏମ୍‌ଭି-୨୦ ଗାଁର ଶିବାନନ୍ଦ […]

young man suicide in malkangiri

Rakesh Mallick
  • Published: Friday, 06 April 2018
  • , Updated: 06 April 2018, 07:46 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ନାବାଳିକା ବିବାହକୁ ସମର୍ଥନ କରୁଥିବାରୁ ଖାପ୍‌ ପଞ୍ଚାୟତରେ ଜଣେ ଯୁବକଙ୍କୁ ମାଡ଼ ହୋଇଥିଲା। ଏପରିକି ତାଙ୍କୁ ଜରିମାନା ମଧ୍ୟ କରାଯାଇଥିଲା। ଏହି ଲୋକ ଲଜ୍ଜା ସହିନପାରି ଯୁବକ ଜଣକ ଗତକାଲି ରାତିରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ମାଓ ପ୍ରବଣ ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି। ଏନେଇ ଅଭିଯୋଗ ହେବା ପରେ ପୁରୁଷ ଶୂନ୍ୟ ହୋଇଯାଇଛି ଉକ୍ତ ଗାଁ।

ପୂରା ଘଟଣା ଏମିତି। ଏମ୍‌ଭି-୨୦ ଗାଁର ଶିବାନନ୍ଦ ଚୌଧୁରୀ ଏମ୍‌ଭି-୧୯ର ଜଣେ ନାବାଳିକାକୁ ପ୍ରେମ କରୁଥିଲେ। ୧୫ ଦିନ ତଳେ ସେମାନେ ଫେରାର ହୋଇଯାଇ ଥିଲେ। ଏଥିରେ ଦିବାକର ବେପାରୀଙ୍କ ହାତ ଥିବା ସନ୍ଦେହ କରିଥିଲେ ଏମ୍‌ଭି-୨୦ ଗାଁ ଲୋକେ। ଏଥିପାଇଁ ଗତକାଲି ବସିଥିଲା ଖାପ୍‌ ପଞ୍ଚାୟତ। ଫେରାର ଥିବା ଝିଅଟି ନାବାଳିକା ହୋଇଥିବାରୁ ବିବାହକୁ ସ୍ଥଗିତ ରଖିଥିଲା ଖାପ୍‌। ଏପରିକି ମଧ୍ୟସ୍ଥି କୁହାଯାଉଥିବା ଦିବାକରଙ୍କୁ ସମସ୍ତଙ୍କ ସମ୍ମୁଖରେ ମାଡ଼ ମରାଯିବା ସହିତ ଗାଳି ଗୁଲଜ ଦିଆଯାଇଥିଲା। ଏଥି ସହ ତାଙ୍କୁ ୧୫,୦୦୦ ଟଙ୍କା ଜରିମାନା ମଧ୍ୟ କରାଯାଇଥିଲା। ଏଥିରେ ଦିବାକର ମର୍ମାହତ ହୋଇପଡ଼ିଥିଲେ। ଏହା ପରେ ସେ ଘରକୁ ଫେରି ବିଳମ୍ୱିତ ରାତି ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା। ଏନେଇ ପରିବାର ଲୋକେ ଆଜି କାଲିମେଳା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ କରି ଗାଁକୁ ଯାଇଥିଲେ। ମାତ୍ର ଏମ୍‌ଭି-୨୦ ଗାଁ ପୁରୁଷ ଶୂନ୍ୟ ହୋଇଯାଇଥିଲା। ଏହି ଘଟଣା ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି।

Related story