ବୁଲିବାକୁ ବାରଣ କରିବାରୁ ପୁଲିସକୁ ଠେଙ୍ଗାରେ ପିଟିଲେ ଯୁବକ

ଚାନ୍ଦବାଲି (ବାସୁଦେବ ଦାସ): କରୋନାକୁ ନେଇ ସବୁଆଡେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଅଯଥା ଘରୁ ବାହାରିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଉଛି। ସବୁ ଛକରେ ପୁଲିସ୍ ପଇଂନ୍ତରା ମାରୁଥିବା ବେଳେ କେତେକ ସ୍ଥାନରେ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛି। ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନା ବାଲିଗାଁ ଛକ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଦୁଇ ଜଣ […]

police00999

Tapaswini Nayak
  • Published: Monday, 30 March 2020
  • , Updated: 30 March 2020, 02:48 PM IST

ଚାନ୍ଦବାଲି (ବାସୁଦେବ ଦାସ): କରୋନାକୁ ନେଇ ସବୁଆଡେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଅଯଥା ଘରୁ ବାହାରିବା ପାଇଁ ପ୍ରଶାସନ ତରଫରୁ ବାରଣ କରାଯାଉଛି। ସବୁ ଛକରେ ପୁଲିସ୍ ପଇଂନ୍ତରା ମାରୁଥିବା ବେଳେ କେତେକ ସ୍ଥାନରେ ଲୋକଙ୍କ ଆକ୍ରୋଶର ଶିକାର ମଧ୍ୟ ହେଉଛି।

ଭଦ୍ରକ ଜିଲ୍ଳା ଚାନ୍ଦବାଲି ଥାନା ବାଲିଗାଁ ଛକ ନିକଟରେ ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକଙ୍କ ଆକ୍ରମଣରେ ଦୁଇ ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ଦୁଇ ଜଣ ଚାନ୍ଦବାଲି ଥାନାର କନଷ୍ଟେବଲ ସୁକାନ୍ତ କୁମାର ସେଠୀ ଓ ଏ.ପି.ଆର୍ ଆଦିତ୍ୟ ମୋହନ ଦାସ୍। ସେମାନଙ୍କୁ ଚାନ୍ଦବାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଅଭିଯୁକ୍ତ ଯୁବକ ରମେଶ ଦାସଙ୍କୁ ଗିରଫ କରିଛି। ତାଙ୍କ ଘର ରାମପଲି ଅଞ୍ଚଳରେ ବୋଲି ଜଣାପଡିଛି। 

ମିଳିଥିବା ସୂଚନା ଅନୁସାରେ,  ଆଜି ଆଡିସନାଲ ତହସିଲଦାରଙ୍କ ସମେତ ୬ଜଣ ପୁଲିସ୍ କର୍ମଚାରୀ ବିଭିନ୍ନ ଅଞ୍ଚଳକୁ ଯାଇ ବୁଲି ଦେଖୁଥିଲେ। ଏହି ସମୟରେ ବାଲିଗାଁ  ଛକ ନିକଟରେ କିଛି ଯୁବକ ରାସ୍ତାରେ ବୁଲୁଥିଲେ। ପୁଲିସ୍ ସେମାନଙ୍କୁ ବାରଣ କରିଥିଲା। ହେଲେ ରମେଶ ଏକ ଠେଙ୍ଗା ଆଣି ପୁଲିସକୁ ଆକ୍ରମଣ କରି ଦୌଡ଼ି ପଳାଇଥିଲା। 

 

 

Related story