ଯାଜପୁର (ଗୁଲାମ ଗସ): ଘର ଭିତରୁ ବୋହୁଥିଲା ରକ୍ତ। ଏହା ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। କବାଟ ଭାଙ୍ଗି ଦେଖିଲା ବେଳକୁ ଘର ଭିତରେ ପଡ଼ିଥିଲା ରକ୍ତାକ୍ତ ମୃତଦେହ। ଆଜି ଏପରି ଲୋମହର୍ଷଣ ହତ୍ୟାକାଣ୍ଡ ଯାଜପୁର ଜିଲ୍ଲା କୁଆଖିଆ ଥାନା ଅଞ୍ଚଳରେ ଘଟିଛି।
ପଶ୍ଚିମବଙ୍ଗ ଅଞ୍ଚଳର ଖୋକନ୍ ମାଇତି ଜଣେ ବ୍ୟବସାୟୀ। ସେ ଦୀର୍ଘ ବର୍ଷ ଧରି କୁଆଖିଆ ବଜାରରେ ଭଡା ଘରେ ରହି ଫେରି ବ୍ୟବସାୟ କରୁଥିଲେ। ତେବେ ଆଜି ସକାଳେ ସେ ଘରୁ ବାହାରି ନଥିଲେ। ଆଉ ସେ ରହୁଥିବା ଘରୁ ରକ୍ତ ବୋହୁଥିବା ଦେଖିବାକୁ ମିଳିଥିଲା। ରକ୍ତ ବୋହୁଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ।
ଖବର ପାଇ କୁଆଖିଆ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ବନ୍ଦ ଘରର ତାଲା ଭାଙ୍ଗି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ବ୍ୟବସୟିକ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥାଇ ପାରେ ବୋଲି ପୁଲିସ୍ ଅନୁମାନ କରୁଛି। ଏଥିସହ ସାଇଟିଫିକ୍ ଟିମ୍ ସହାୟତାରେ ଘଟଣାର ତଦନ୍ତ କରୁଛି।