୩୧ ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ

କଲ୍ୟାଣସିଂହପୁର(ମାଉଡି ବାରିକ): ମାତ୍ର ୩୧ ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ! ବାକି ପଇସା ମାଗିବାରୁ ଆରମ୍ଭ ହୋଇଥିବା ପାଟିତୁଣ୍ଡ ରକ୍ତପାତରେ ଶେଷ ହୋଇଛି। ଏପରି ନୃଶଂସ ହତ୍ୟାକାଣ୍ଡ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି। ଆକ୍ରମଣ ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। କାଶିପୁର ବ୍ଲକ ଟିକିରି ଥାନା ଗକୁଳମୁଣ୍ଡା ଗାଁର ବାବୁଲି ବେହେରାଙ୍କ ଦୋକାନରୁ ବାକିରେ ସଉଦା ନେଇଥିଲେ ଭିତରମୁଶୁକୁଣି ଗ୍ରାମ କ୍ରିଷ୍ଣା ଝଡ଼ିଆ। ଗତକାଲି ସେହି ଟଙ୍କା ମାଗିବାରୁ ଉଭୟଙ୍କ ଭିତରେ […]

Kalyansingpur

Kalyansingpur

Manoranjan Sial
  • Published: Tuesday, 07 December 2021
  • Updated: 07 December 2021, 05:01 PM IST

Sports

Latest News

କଲ୍ୟାଣସିଂହପୁର(ମାଉଡି ବାରିକ): ମାତ୍ର ୩୧ ଟଙ୍କା ପାଇଁ ଗଡ଼ିଲା ମୁଣ୍ଡ! ବାକି ପଇସା ମାଗିବାରୁ ଆରମ୍ଭ ହୋଇଥିବା ପାଟିତୁଣ୍ଡ ରକ୍ତପାତରେ ଶେଷ ହୋଇଛି। ଏପରି ନୃଶଂସ ହତ୍ୟାକାଣ୍ଡ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି। ଆକ୍ରମଣ ପରେ ଅଭିଯୁକ୍ତ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି।

କାଶିପୁର ବ୍ଲକ ଟିକିରି ଥାନା ଗକୁଳମୁଣ୍ଡା ଗାଁର ବାବୁଲି ବେହେରାଙ୍କ ଦୋକାନରୁ ବାକିରେ ସଉଦା ନେଇଥିଲେ ଭିତରମୁଶୁକୁଣି ଗ୍ରାମ କ୍ରିଷ୍ଣା ଝଡ଼ିଆ। ଗତକାଲି ସେହି ଟଙ୍କା ମାଗିବାରୁ ଉଭୟଙ୍କ ଭିତରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ବାବୁଲି ଏକ କାଠ ଫାଳିଆରେ କ୍ରିଷ୍ଣା ଝଡିଆଙ୍କ ମୁଣ୍ଡକୁ ପିଟି ଦେଇଥିଲା। ଫଳରେ କ୍ରିଷ୍ଣା ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟିକିରି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ପ୍ରଥମେ ରାୟଗଡା ଜିଲ୍ଲା ଚିକିତ୍ସାଳୟ ପରେ ବିଶାଖପାଟଣା ସ୍ଥାନାନ୍ତରିତ କରାଯାଉଥିଲା। ଆଜି ସକାଳେ ବାଟରେ ତାଙ୍କ ମୃତ୍ୟୁ ଘୋଟିଥିଲା। ଘଟଣା ପରେ ଅଭିଯୁକ୍ତ ବାବୁଲି ଟିକିରି ଥାନାରେ ଆତ୍ମସମର୍ପଣ କରିଛି।

ମୃତ୍ୟୁ ପରେ ପରିବାର ଲୋକ ମୃତଦେହ ରଖି ଗକୁଳମୁଣ୍ଡା ମୁଖ୍ୟ ରାସ୍ତା ଅବରୋଧ କରିଥିଲେ। ଏହାକୁ ନେଇ ଟିକିରିରେ ଚାପା ଉତ୍ତେଜନା ଦେଖା ଦେଇଥିଲା। ଟିକିରି ଥାନା ପୁଲିସ ଓ ଅତିରିକ୍ତ ତହସିଲଦାର କୁଶ ଗୋରଡା ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା। ମୃତ କ୍ରିଷ୍ଣା ଝୋଡିଆ ଉତ୍କଳ ଆଲୁମିନା କାରଖାନାରେ କାର୍ଯ୍ୟ କରୁଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos