ବିଜୁ ଯୁବ ବାହିନୀ ପାଇଁ ଆବେଦନ କଲେନି ପାଠୁଆ ଆଦିବାସୀ ଯୁବକ

Ordigital Desk
• Published: Thursday, 07 June 2018
• , Updated: 07 June 2018, 09:38 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜୁ ଯୁବ ବାହିନୀ ପ୍ରତି ବୀତସ୍ପୃହ ହେଉଛନ୍ତି ପଛୁଆ ଅଞ୍ଚଳର ପାଠୁଆ ଆଦିବାସୀ ଯୁବକ। ଆଦିବାସୀ ବହୁଳ ବ୍ଲକରୁ ଗୋଟିଏ ବି ମାଟ୍ରିକ ପାସ୍ ପିଲା ବିଜୁ ଯୁବ ବାହିନୀର ପଦାଧିକାରୀ ପଦରେ ରହିବାକୁ ଆବେଦନ କରିନାହାଁନ୍ତି। ଯାହା ସରକାରଙ୍କ ବିଜୁ ଯୁବ ବାହିନୀର ଗଠନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛି। ମାଟ୍ରିକ ପାସ୍ ପିଲା ଆବେଦନ ନକରିବାରୁ ଏବେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତାକୁ ସମ୍ପୂର୍ଣ୍ଣ ଉଠାଇ ଦେବାକୁ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛି କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ।

ଆଦିବାସୀ ଇଲାକାରେ ବିଜୁ ଯୁବ ବାହିନୀକୁ ଝଟକା ଲାଗିଛି। ସରକାରଙ୍କ ଏହି ଯୋଜନା ଆଡକୁ ଢଳୁ ନାହାଁନ୍ତି ପାଠୁଆ ଯୁବକ ଯୁବତୀ। ମାଟ୍ରିକ ପାସ ଯୁବକ ଯୁବତୀ ଯୁବ ବାହିନୀର ସଭାପତି, ସମ୍ପାଦକ ଓ କୋଷାଧ୍ୟ୍ୟକ୍ଷ ପଦରେ ରହି ପାରିବେ ବୋଲି ପୂର୍ବରୁ ଗାଇଡଲାଇନ ପ୍ରସ୍ତୁତ କରିଥିଲେ ସରକାର। ବି଼ଡମ୍ବନା ହେଉଛି ଆଦିବାସୀ ବହୁଳ ବ୍ଲକର ଜଣେ ବି କେହି ମାଟ୍ରିକ ପାସ ପିଲା ଏଥିପାଇଁ ଆବେଦନ କଲେ ନାହିଁ। ତେଣୁ ଆଦିବାସୀ ଇଲାକା ପାଇଁ ଶିକ୍ଷ୍ୟାଗତ ଯୋଗ୍ୟତାର ମାପଦଣ୍ଡକୁ ପୂରା ଉଠାଇ ଦେଇଛନ୍ତି ସରକାର। ଚର୍ଚ୍ଚା ହେଉଛି, ଆଦିବାସୀ ଅଞ୍ଚଳର ଯୁବକ ବି ଯୁବ ବାହିନୀ ପଛରେ ରାଜନୀତିର ଗନ୍ଧ ବାରୁଛନ୍ତି। ସୁନ୍ଦରଗଡ଼ର କଲେଜ ପଢୁଆ ପିଲା ଯୁବ ବାହିନୀରେ ସମୟ ନଷ୍ଟ ନ କରି କ୍ୟାରିୟରକୁ ଅଧିକ ଫୋକସ କରିବାକୁ ଚାହୁଁଛନ୍ତି। ଏପରି ସମାନ ସ୍ଥିତି ମାଲକାନଗିରରେ ମଧ୍ୟ ଦେଖିବାକୁ ମିଳୁଛି।

ଉପକୁଳ ଓ ପଶ୍ଚିମ ଓଡିଶାର କିଛି ସ୍ଥାନରେ ଖୋଦ ଶାସକ ଦଳର ବିଧାୟକ  ଓ ନେତା ଯୁବ ବାହିନୀ ଗଠନ ପାଇଁ ଅଣ୍ଟା ଭିଡିଛନ୍ତି। ପଞ୍ଚାୟତ ସ୍ତରରେ ବୈଠକ କରୁଛନ୍ତି।  ପୂର୍ବରୁ ଦଳୀୟ ଚିହ୍ନ ଥାଇ ବିଜେଡି ନେତା ବିଜୁ ଯୁବ ବାହିନୀରେ ନିଯୁକ୍ତି ପାଇଁ ପୋଷ୍ଟର ଛପାଇଥିଲେ। ଏବେ ଦଳୀୟ କର୍ମୀଙ୍କୁ ବିଜୁ ଯୁବ ବାହିନୀରେ ଯୋଗ ଦେବାକୁ ପ୍ରବର୍ତ୍ତା ଯାଉଥିବାର ଫଟୋ ପ୍ରମାଣ ସାମ୍ନାକୁ ଆସିଛି। ହେଲେ ଆଦିବାସୀ ଅଞ୍ଚଳରେ ନେତାଙ୍କ କାରସାଦୀ କାମ କରୁନି।

ଅନ୍ୟପକ୍ଷରେ ରାଜନୈତିକ ଫାଇଦା ପାଇଁ ସରକାର ଯୁବ ବାହିନୀ ଗଠନ କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

୮ ହଜାର ଯୁବ ବାହିନୀ ଗଠନ ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଏଥିରେ ଯୁବ କ୍ଲବକୁ ଏକକାଳୀନ ୧୫ ହଜାର ଟଙ୍କା ଲେଖାଁଏ ଆର୍ଥିକ ସହାୟତା ମିଳିବ। ୩ ବର୍ଷ ପାଇଁ ଯୁବ ବାହିନୀ ପଛରେ ସରକାର ୪୫୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯୋଜନା କରିଛନ୍ତି।

Related story