ବୁଢ଼ୀମା’ପାଖରେ ଶୋଇଥିବା ବେଳେ କବାଟ ଭାଙ୍ଗି ଦୁଷ୍କର୍ମ ଉଦ୍ୟମ

Ordigital Desk
  • Published: Tuesday, 10 July 2018
  • , Updated: 10 July 2018, 08:50 AM IST
<p>ସୋର(ଓଡ଼ିଶା ରିପୋର୍ଟର): ଘର କବାଟ ଭାଙ୍ଗି ଜଣେ ନାବାଳିକାକୁ&nbsp; ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ।</p> <p>ସୂଚନା ଅନୁସାରେ, ଗତ ୮ ତାରିଖ ରାତିରେ ସୋର ଅଞ୍ଚଳରେ ଜଣେ ୧୩ ବର୍ଷର ନାବାଳିକା ତାଙ୍କ ଘରେ ବୁଢ଼ୀମା&rsquo;ଙ୍କ ପାଖରେ ଶୋଇଥିଲେ। ରାତି ଗୋଟାଏ ବେଳେ ସେହି ଗାଁର ସୁବାସ ଦାସ ନାମକ ଜଣେ ଯୁବକ ନାବାଳିକା ଶୋଇଥିବା ଘର କବାଟ ଭାଙ୍ଗି ପଶିଥିଲେ। ଏମିତିକି ନାବାଳିକାର ପାଟିରେ କପଡା ବାନ୍ଧି ଦୁଷ୍କର୍ମ ଉଦ୍ୟମ କରିଥିଲେ। ଏହି ସମୟରେ ଅନ୍ୟ ଘରେ ଶୋଇଥିବା ନାବାଳିକାର ବାପା ମାଆ ଉଠି ଆସିବାରୁ ଯୁବକ ଜଣକ ସେଠାରୁ&nbsp; ଦୌଡ଼ି ପଳାଇଥିଲା। ତେବେ ଯୁବକ ଜଣକ ଗଲା ବେଳେ ନାବାଳିକା ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲା। ଏନେଇ ନାବାଳିକାର ମାଆ ସୋର ଥାନାରେ ଏତଲା ଦେଇଥିଲେ। ପୋଲିସ ଏକ ମାମଲା ରୁଜୁ କରି ନାବାଳିକାକୁ ଡାକ୍ତରୀ ମାଇନା ପାଇଁ ପଠାଇଛି। ଏହି ଘଟଣାରେ ଅଭିଯୁକ୍ତ ଯୁବକକୁ ପୋଲିସ ଗିରଫ କରିଛି।</p>

Related story