ମା’, ଝିଅ ଓ ଜ୍ୱାଇଁଙ୍କୁ କଟୁରୀରେ ହାଣିଲା ଯୁବକ !

ସୋର(ଓଡ଼ିଶା ରିପୋର୍ଟର):ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକର ବର୍ବର ଆକ୍ରମଣ। ଯୁବକର କଟୁରୀ ଚୋଟରେ ମା’, ଦୁଇ ଝିଅ ଓ ଜ୍ୱାଇଁ ଗୁରୁତର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ଖଇରା ଥାନା ଗେଙ୍ଗୁଟିଆ ଶାସନ ଗ୍ରାମରେ ଏହି ଘଟଣା ଘଟିଛି। ସେମାନଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି। ଶାସନ ଗ୍ରାମରେ ବାଦଲ ଉପାଧ୍ୟାୟ ଓ ସଦାଶିବ ପାଢ଼ୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା । ତାକୁ କେନ୍ଦ୍ର କରି ଆଜି ବାଦଲ ଓ ସଦାଶିବ […]

hh-90

Tapas Behera
  • Published: Monday, 17 February 2020
  • , Updated: 17 February 2020, 06:11 PM IST

ସୋର(ଓଡ଼ିଶା ରିପୋର୍ଟର):ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଯୁବକର ବର୍ବର ଆକ୍ରମଣ। ଯୁବକର କଟୁରୀ ଚୋଟରେ ମା’, ଦୁଇ ଝିଅ ଓ ଜ୍ୱାଇଁ ଗୁରୁତର ହୋଇଛନ୍ତି। ବାଲେଶ୍ଵର ଜିଲ୍ଲା ଖଇରା ଥାନା ଗେଙ୍ଗୁଟିଆ ଶାସନ ଗ୍ରାମରେ ଏହି ଘଟଣା ଘଟିଛି। ସେମାନଙ୍କୁ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଛି।

ଶାସନ ଗ୍ରାମରେ ବାଦଲ ଉପାଧ୍ୟାୟ ଓ ସଦାଶିବ ପାଢ଼ୀଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଜମିବାଡ଼ି ବିବାଦ ଲାଗିରହିଥିଲା ତାକୁ କେନ୍ଦ୍ର କରି ଆଜି ବାଦଲ ଓ ସଦାଶିବ ପାଢ଼ୀଙ୍କ ସ୍ତ୍ରୀ ମଧ୍ୟରେ ପ୍ରଥମେ ଯୁକ୍ତି ତର୍କ ହୋଇଥିଲା

ଏଥିରେ ବାଦଲ ଉତକ୍ଷିପ୍ତ ହୋଇ ହାତରେ ଧରିଥିବା ଧାରୁଆ କଟୁରୀରେ ରେ ସେବତୀକୁ ଆକ୍ରମଣ କରିଥିଲେ ଏହି ସମୟରେ ସେବତୀଙ୍କୁ ୨ ଝିଅ ଓ ଜ୍ୱାଇଁ ବଞ୍ଚେଇବାକୁ ଆସିବାରୁ ତାଙ୍କୁ ମଧ୍ୟ ଗୋଡାଇ ଗୋଡାଇ ଆକ୍ରମଣ କରିଥିଲେ ଏଥିରେ ୩ ଜଣ ଯାକ ଆହତ ହୋଇଥିଲେ। ସେମାନଙ୍କୁ ଗ୍ରାମବାସୀଙ୍କ ସହଯୋଗରେ ଖଇରା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଏନେଇ ଖଇରା ଥାନାରେ ଅଭିଯୋଗ ପରେ ଖଇରା ପୁଲିସ ତଦନ୍ତ ଜାରି ରଖିଛି । ଜମି ବାଡ଼ି  ବିବାଦକୁ କେନ୍ଦ୍ର କରି ଏହି ଘଟଣା ଘଟିଥିବା ଘଟିଛି।

Related story