ରାଜଧାନୀରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ଅଶାନ୍ତ ହେଉଛି। ଦୁଇ ଦିନ ତଳେ ବରିଷ୍ଠ ସାମ୍ୱାଦିକ ନବୀନ ଦାସଙ୍କ ପୁଅକୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଆଜି ସନ୍ଧ୍ୟା ବେଳେ କଳିଙ୍ଗ ଷ୍ଟାଡିୟମ୍‌ ଛକ ରକ୍ତ ରଞ୍ଜିତ ହୋଇଛି। ଜଣେ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଆହତ ଯୁବକ ହେଲେ ବବୁଲ ସାମନ୍ତରାୟ। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। କିଛି ଦିନ ତଳେ ନୟାପଲ୍ଲୀ ବେହେରା ସାହିର […]

Bike

Manoranjan Sial
  • Published: Monday, 11 October 2021
  • , Updated: 11 October 2021, 08:19 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ଦିନକୁ ଦିନ ଅଶାନ୍ତ ହେଉଛି। ଦୁଇ ଦିନ ତଳେ ବରିଷ୍ଠ ସାମ୍ୱାଦିକ ନବୀନ ଦାସଙ୍କ ପୁଅକୁ ଅପହରଣ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଥିବା ବେଳେ ଆଜି ସନ୍ଧ୍ୟା ବେଳେ କଳିଙ୍ଗ ଷ୍ଟାଡିୟମ୍‌ ଛକ ରକ୍ତ ରଞ୍ଜିତ ହୋଇଛି। ଜଣେ ଯୁବକଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଛି। ଆହତ ଯୁବକ ହେଲେ ବବୁଲ ସାମନ୍ତରାୟ। ପୂର୍ବ ଶତ୍ରୁତାରୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି।

କିଛି ଦିନ ତଳେ ନୟାପଲ୍ଲୀ ବେହେରା ସାହିର ବବୁଲ ସାମନ୍ତରାୟ ୪ ନମ୍ୱର ଖେଳ ପଡ଼ିଆକୁ ଯାଇଥିଲେ। ସେ ସେହି ପଡ଼ିଆରେ ବସିଥିଲେ। ସେହି ସମୟରେ ଦୁଇ ଜଣ ଯୁବକ ତାଙ୍କୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ। ମାତ୍ର କୌଶଳ କ୍ରମେ ସେ ଖସି ଆସିଥିଲେ। ଆଜି ବବୁଲ ବାଇକ୍‌ରେ ଘରକୁ ଫେରୁଥିବା ବେଳେ ୧୫ରୁ ଅଧିକ ଯୁବକ ସଂଘବଦ୍ଧ ଭାବେ ତାଙ୍କୁ ଆକ୍ରମଣ କରିଥିଲେ। ଏପରିକି ବବୁଲଙ୍କ ବାଇକ୍‌କୁ ପିଟି ଭାଙ୍ଗି ଦେଇଛନ୍ତି। ତେବେ ସ୍ଥାନୀୟ ଲୋକେ ବାହାରି ଆସିବାରୁ ଯୁବକମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ।

ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଛି କମିଶନରେଟ୍‌ ପୁଲିସ। ଆହତ ଯୁବକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଛି ପୁଲିସ। ଏବେ ଉକ୍ତ ରାସ୍ତାକୁ ସିଲ୍‌ କରି ଘଟଣାସ୍ଥଳ ତଦନ୍ତ ଆରମ୍ଭ କରିଛି।

ମହାମାରୀ କରୋନାକୁ ଦୃଷ୍ଟି ରଖି ଆଜିଠାରୁ ରାଜଧାନୀରେ ନାଇଟ୍‌ କର୍ଫ୍ୟୁ ଜାରି କରିଛି କମିଶନରେଟ ପୁଲିସ। ରାତି ୮ଟା କର୍ଫ୍ୟୁ ଲାଗି ହେଉଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ନାକାବନ୍ଦୀ କରିଛି ବୋଲି ପୁଲିସ କହିଛି। ଏହା ସତ୍ତ୍ୱେ ଅପରାଧୀମାନେ ନିଜର ଅପରାଧ ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି। ଆଉ ପୁଲିସକୁ ଦେଇଛନ୍ତି ଖୋଲା ଚ୍ୟାଲେଞ୍ଜ। ପୁଲିସର ଆଖି ତଳେ ସଞ୍ଜ ବେଳେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରି ଚମ୍ପଟ ମାରିଥିଲେ ୧୫ରୁ ଅଧିକ ଯୁବକ।

Related story