ଯୁବ ବିଜେଡି ପୁନର୍ଗଠିତ: ୧୦୯ଜଣଙ୍କୁ ଥଇଥାନ, ମିଳିଲାନି ଯୁବ ଚେହେରା 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଯୁବ ବିଜେଡିର ପୁନର୍ଗଠନ ହୋଇଛି ଓ ପ୍ରଥମଥର ପାଇଁ ରାଜ୍ୟ ଟିମରେ ୧୦୯ଜଣ ଯୁବନେତାଙ୍କୁ ଥଇଥାନ କରାଯାଇଛି। ଦଳ ପକ୍ଷରୁ କାହାରିକୁ ସଭାପତି ଭାବେ ନିଯୁକ୍ତି ମିଳି ନଥିବାବେଳେ ୬ଟି ଜୋନରେ ଜଣେ ଲେଖାଏଁ ସଭାପତିଙ୍କୁ ଅବସ୍ଥାପିତ କରାଯାଇଛି। ଆଉ ଯୁବ ସଭାପତି ବଦଳରେ ଦଳ ନିଜର ଯୁବଚେହେରା ଭାବେ ଘଙ୍ଗାପାଟଣା ଜମି କେଳେଙ୍କରୀ, ଚିଟଫଣ୍ଡ ଦୁର୍ନୀତି, ଡଙ୍କାରୀ ପାହାଡ ଲୁ଼ଟ୍‌,ମନୁଷ୍ୟକୃତ ବନ୍ୟା ଆଦି ଘଟଣାରେ ବିବାଦୀୟ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ […]

naveens-mysterious-silence-over-party-mlas-act-during-cremation-of-a-martyr-is-shocking

naveens-mysterious-silence-over-party-mlas-act-during-cremation-of-a-martyr-is-shocking

Tapas Behera
  • Published: Wednesday, 23 September 2020
  • Updated: 23 September 2020, 09:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ଯୁବ ବିଜେଡିର ପୁନର୍ଗଠନ ହୋଇଛି ଓ ପ୍ରଥମଥର ପାଇଁ ରାଜ୍ୟ ଟିମରେ ୧୦୯ଜଣ ଯୁବନେତାଙ୍କୁ ଥଇଥାନ କରାଯାଇଛି। ଦଳ ପକ୍ଷରୁ କାହାରିକୁ ସଭାପତି ଭାବେ ନିଯୁକ୍ତି ମିଳି ନଥିବାବେଳେ ୬ଟି ଜୋନରେ ଜଣେ ଲେଖାଏଁ ସଭାପତିଙ୍କୁ ଅବସ୍ଥାପିତ କରାଯାଇଛି। ଆଉ ଯୁବ ସଭାପତି ବଦଳରେ ଦଳ ନିଜର ଯୁବଚେହେରା ଭାବେ ଘଙ୍ଗାପାଟଣା ଜମି କେଳେଙ୍କରୀ, ଚିଟଫଣ୍ଡ ଦୁର୍ନୀତି, ଡଙ୍କାରୀ ପାହାଡ ଲୁ଼ଟ୍‌,ମନୁଷ୍ୟକୃତ ବନ୍ୟା ଆଦି ଘଟଣାରେ ବିବାଦୀୟ ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆଗକୁ ଆଣିଛି। ଉପନିର୍ବାଚନକୁ ଦୃଷ୍ଟିରେ ରଖି ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାର ଯୁବ ସଭାପତି ଭାବେ କାହାରି ନାଁ ଘୋଷଣା କରାଯାଇନି।
ବିଜେଡି ପକ୍ଷରୁ ଜାରି ତାଲିକା ଅନୁସାରେ, ଯୁବ ବିଜେଡିର ସଭାପତି ଭାବେ କାହାରିକୁ ନିଯୁକ୍ତି ମିଳିନଥିବାବେଳେ କାର୍ଯ୍ୟକାରୀ ସଭାପତି ଭାବେ ବୈକୁଣ୍ଠ ନାଏକ, ମହାସଚିବ ଭାବେ ଆଲବମ ଅଭିନେତ୍ରୀ ଏଲିନା ଦାଶଓ ୬ଟି ଜୋନ୍ ସଭାପତି ଭାବେ ଭୁବନେଶ୍ୱର-ବିଜୟ କେତନ ସାହୁ, କଟକ-ଶୁଭ୍ରାଂଶୁ ନାରାୟଣ ମିଶ୍ର, ଗଞ୍ଜାମ-ନଚିକେତା ସ୍ୱାଇଁ, ବଲାଙ୍ଗିର-ମନୀନ୍ଦ୍ର ମହାନ୍ତି, ସମ୍ବଲପୁର-ଦେବାଶୀଷ ପରିଡ଼ା ଓ କୋରାପୁଟ ପାଇଁ ତାପସ ତ୍ରିପାଠୀଙ୍କୁ ନିଯୁକ୍ତି ମିଳିଛି। ସେହିପରି ପ୍ରଥମଥର ନିମନ୍ତେ ବରିଷ୍ଠ ଯୁବ ଉପସଭାପତି ଭାବେ ରାଣାପ୍ରତାପ ପାତ୍ର(ପୂର୍ବତନ ଛାତ୍ର ସଭାପତି), ଧୃତିରଞ୍ଜନ ମାର୍ଥା ଓ ଜ୍ୟୋସ୍ନାମୟୀ ପରିଡ଼ାଙ୍କୁ ସାମିଲ କରାଯାଇଛି।

ସେହିପରି ଉପସଭାପତି ଭାବେ ୧୦ଜଣ, ସାଧାରଣ ସମ୍ପାଦକ ଭାବେ ୨୮ଜଣ, ସମ୍ପାଦକ ପଦବୀରେ ୩୫ଜଣ ଓ ଯୁଗ୍ମ ସମ୍ପାଦକ ଭାବେ ୨୫ଜଣଙ୍କୁ ଅବସ୍ଥାପିତ କରାଯାଇଛି। ସେହିପରି ୩୩ଟି ସାଂଗଠନିକ ଜିଲ୍ଲାରେ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ବାଲେଶ୍ୱର ଓ ଜଗତସିଂହପୁର ଜିଲ୍ଲାରେ କାହାରିକୁ ସଭାପତି ପଦ ମିଳିନି। ପ୍ରଥମଥର ପାଇଁ ଯୁବ ବିଜେଡି ପକ୍ଷରୁ କଟକକୁ ଦୁଇଟି ସାଂଗଠନିକ ଜିଲ୍ଲାରେ ବିଭକ୍ତ କରି କଟକ ସହରରେ ମନଜିତ୍ ଦାସ ଓ କଟକରେ ସ୍ମୃତିରଞ୍ଜନ ନାୟକଙ୍କୁ ସଭାପତି କରାଯାଇଥିବାବେଳେ କଟକ ସହରର ଯୁବ ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ସିଦ୍ଧାର୍ଥ ରାୟଙ୍କୁ ଅବସ୍ଥାପିତ କରାଯାଇଛି।

ରାଜନୀତିକ ବିଶ୍ଲେଷକଙ୍କ ମତରେ, ବିଜେଡିର ଯୁବ କମିଟିକୁ ଯେଉଁ ଢଙ୍ଗରେ ପୁନର୍ଗଠିତ ହୋଇଛି ତାହା ନିଶ୍ଚିତ ଭାବେ ଦଳ ପାଇଁ ଏକ ଚ୍ୟାଲେଞ୍ଜ ହେବ। ଯୁବଗୋଷ୍ଠୀଙ୍କୁ ଆଗରେ ରଖି ରାଜନୀତିକ ଦଳଗୁଡ଼ିକ ନିଜର ସମସ୍ତ ରାଜନୀତିକ କାର୍ଯ୍ୟକ୍ରମ କରୁଥିବାବେଳେ ବିଜେଡିର ଯୁବ କମିଟିର ନେତୃତ୍ୱ ଏଭଳି ଜଣେ ବିଧାୟକଙ୍କ ହାତରେ ନ୍ୟସ୍ତ ହୋଇଛି ଯେ ନିଜେ ବିଭିନ୍ନ ପ୍ରକାରର ଦୁର୍ନୀତି ଘଟଣାରେ ବିବାଦୀୟ। ତା’ଛଡ଼ା କାର୍ଯ୍ୟକାରୀ ସଭାପତି ଭାବେ ସୁନ୍ଦରଗଡ଼ର ଯେଉଁ ଯୁବନେତାଙ୍କୁ ଆଗକୁ ଅଣାଯାଇଛି, ରାଜ୍ୟର ସାଧାରଣ ଯୁବଗୋଷ୍ଠୀଙ୍କୁ ଦଳ ପ୍ରତି ଆକୃଷ୍ଟ କରିବାରେ ସେ ସକ୍ଷମ ହେବେନି। ତେଣୁ କେବଳ ଯୁବ ସଂଗଠନକୁ ନିଜ କବଜାରେ ରଖିବା ନିମନ୍ତେ ଏହା ବିଜେଡିର ଏକ ଗୋଷ୍ଠୀର ସୁଚିନ୍ତିତ ଚାଲ୍। ଯୁବ ବିଜେଡିର ଏହି ତାଲିକା ହିଁ ଦଳର ଆଭିମୁଖ୍ୟ ଓ ଭବିଷ୍ୟତ ରୂପରେଖର ଆଭାସ ଦେଉଛି ବୋଲି ଦଳୀୟ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos