ସେଲ୍‌ଫି ହେଲା କାଳ; ଜଳିଲେ ଯୁବକ, ଜଳିଲା ଟ୍ରେନ୍‌

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଟ୍ରେନ୍‌ ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିବା ବେଳେ ଜଳିଗଲେ ଜଣେ ଯୁବକ। ଏପରିକି ନିଆଁ ଟ୍ରେନ୍‌ର ଗୋଟିଏ ବଗିରେ ଲାଗିଯାଇଛି। ଆଜି ସଞ୍ଜ ବେଳେ ଏପରି ଘଟଣା ପାରଳାଖେମୁଣ୍ଡି ରେଳ ଷ୍ଟେସନ୍‌ରେ ଘଟିଛି। ଅଭିଯୋଗରୁ ପ୍ରକାଶ, ମହାମାରୀ କରୋନା ଯୋଗୁ ଏବେ ଟ୍ରେନ୍‌ ଗୁଡ଼ିକ ଚଳାଚଳ ବନ୍ଦ ରହିଛି। ସେଥିପାଇଁ ଟ୍ରେନ୍‌ ଗୁଡ଼ିକ ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଛି। ପାରଳାଖେମୁଣ୍ଡି ଷ୍ଟେସନ୍‌ରେ ଛିଡ଼ା ହୋଇଥିବା ଏକ ଟ୍ରେନ୍‌ ଉପରେ ପାଲ ଘୋଡ଼ା ଯାଇଥିଲା। […]

paralakhamundi

Manoranjan Sial
  • Published: Wednesday, 16 December 2020
  • , Updated: 16 December 2020, 08:30 PM IST

ପାରଳାଖେମୁଣ୍ଡି(ଆଦର୍ଶ ଦାସ): ଟ୍ରେନ୍‌ ଉପରେ ଛିଡ଼ା ହୋଇ ସେଲ୍‌ଫି ନେଉଥିବା ବେଳେ ଜଳିଗଲେ ଜଣେ ଯୁବକ। ଏପରିକି ନିଆଁ ଟ୍ରେନ୍‌ର ଗୋଟିଏ ବଗିରେ ଲାଗିଯାଇଛି। ଆଜି ସଞ୍ଜ ବେଳେ ଏପରି ଘଟଣା ପାରଳାଖେମୁଣ୍ଡି ରେଳ ଷ୍ଟେସନ୍‌ରେ ଘଟିଛି।

ଅଭିଯୋଗରୁ ପ୍ରକାଶ, ମହାମାରୀ କରୋନା ଯୋଗୁ ଏବେ ଟ୍ରେନ୍‌ ଗୁଡ଼ିକ ଚଳାଚଳ ବନ୍ଦ ରହିଛି। ସେଥିପାଇଁ ଟ୍ରେନ୍‌ ଗୁଡ଼ିକ ବିଭିନ୍ନ ଷ୍ଟେସନ୍‌ରେ ଅଟକି ରହିଛି। ପାରଳାଖେମୁଣ୍ଡି ଷ୍ଟେସନ୍‌ରେ ଛିଡ଼ା ହୋଇଥିବା ଏକ ଟ୍ରେନ୍‌ ଉପରେ ପାଲ ଘୋଡ଼ା ଯାଇଥିଲା। ସେହି ଟ୍ରେନ୍‌ ଉପରେ ଛିଡ଼ା ହୋଇ ଜଣେ ଯୁବକ ସେଲ୍‌ଫି ନେଉଥିଲେ। ଏହି ସମୟରେ ଟ୍ରେନ୍‌ ଉପରେ ଯାଇଥିବା ଉଚ୍ଚ ଶକ୍ତି ସମ୍ପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଯୁବକ ଜଣକ ଆସିଥିଲେ। ଫଳରେ ସେ ଜଳି ଯାଇଥିଲେ। ପରେ ନିଆଁ ଟ୍ରେନ୍‌ରେ ଲାଗି ଯାଇଛି। ଟ୍ରେନ୍‌ର ଗୋଟିଏ ବଗି ଜଳି ଯାଇଛି। ଏବେ ନିଆଁ ଆୟତ୍ତରେ ନିୟୋଜିତ ହୋଇଛନ୍ତି ଅଗ୍ନିଶମ କର୍ମଚାରୀ।

Related story