ବାଣୀବିହାରରେ ଯୁବକଙ୍କ ଉନ୍ମାଦ କାଣ୍ଡ, ଛାତକୁ ଚଢ଼ି ଦେଲେ ଆତ୍ମହତ୍ୟା ଧମକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆଜି ଜଣେ ଯୁବକଙ୍କ ଉନ୍ମାଦ କାଣ୍ଡ ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକଜଣକ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀର ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି। ତେବେ କାହିଁକି ସେ ଏଭଳି କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାସହ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି। ରିପୋର୍ଟ ଲେଖାଯିବା ସୁଦ୍ଧା, ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଯୁବକଙ୍କୁ ଛାତ ଉପରୁ […]

vanibihar-1-1

Niharika Rout
  • Published: Friday, 22 November 2019
  • , Updated: 22 November 2019, 01:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭୁବନେଶ୍ୱରର ବାଣୀବିହାରସ୍ଥିତ ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଆଜି ଜଣେ ଯୁବକଙ୍କ ଉନ୍ମାଦ କାଣ୍ଡ ଦେଖିବାକୁ ମିଳିଛି। ସମ୍ପୃକ୍ତ ଯୁବକଜଣକ ଆଜି ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀର ଛାତ ଉପରକୁ ଚଢ଼ି ଆତ୍ମହତ୍ୟା ଧମକ ଦେଇଛନ୍ତି।

ତେବେ କାହିଁକି ସେ ଏଭଳି କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରିନାହିଁ। ଏହାସହ ଯୁବକଙ୍କ ପରିଚୟ ମଧ୍ୟ ଅସ୍ପଷ୍ଟ ରହିଛି। ରିପୋର୍ଟ ଲେଖାଯିବା ସୁଦ୍ଧା, ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଯୁବକଙ୍କୁ ଛାତ ଉପରୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରଖିଛି।

ଅନ୍ୟପକ୍ଷରେ ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ୍ ଜୁବଲି ପାଳନ ହେବ। ଏଥିପାଇଁ ପରିଜା ଲାଇବ୍ରେରୀରେ ରଙ୍ଗ ଦିଆଯାଉଥିଲା। ତେବେ ରଙ୍ଗ ଦିଆଯାଉଥିବା ସିଡିରେ ଚଢ଼ି ଯୁବକ ଜଣକ ଲାଇବ୍ରେରୀ ଛାତ ଉପରକୁ ଯାଇଥିବା ସନ୍ଦେହ କରାଯାଉଛି।

Related story