ଅପେକ୍ଷା କରିଥିଲେ ସାତ ଜନମର ସାଥୀ, ଶବ ହୋଇଗଲେ ସ୍ୱାମୀ

ବରଗଡ଼(ଦୀପକ ଶର୍ମା): ସବାରୀ ଉଠିଥାଆନ୍ତା, କୋକେଇ ଉଠିଲା! ବିବାହ ବେଦୀରେ ହୋମ ନିଆଁ ଜଳିବା ବଦଳରେ ଶ୍ମଶାନରେ ଜଳିଲା ଜୁଇ! ପ୍ରେମ ପକ୍ଷୀ ସାଜି ଉଡିବା ଆଗରୁ ଝଡ଼ିପଡିଲେ ବରଡ଼ଗର ଜୀବର୍ଦ୍ଦନ ଭୋଇ। କୋଭିଡ୍‌ର ମୃତ୍ୟୁ ଫାସରେ ଛନ୍ଦି ହୋଇ ସେ ଅଫେରା ରାଇଜକୁ ଚାଲିଗଲେ। ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଜୀବର୍ଦ୍ଦନ ଭୋଇ ସମ୍ବଲପୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମେ’ ୨୫ ତାରିଖରେ ତାଙ୍କ ବିବାଘର ସ୍ଥିର ହୋଇଥିଲା। ସେଥିପାଇଁ ସେ ଗତ […]

Bargarh

Manoranjan Sial
  • Published: Thursday, 27 May 2021
  • , Updated: 27 May 2021, 07:01 PM IST

ବରଗଡ଼(ଦୀପକ ଶର୍ମା): ସବାରୀ ଉଠିଥାଆନ୍ତା, କୋକେଇ ଉଠିଲା! ବିବାହ ବେଦୀରେ ହୋମ ନିଆଁ ଜଳିବା ବଦଳରେ ଶ୍ମଶାନରେ ଜଳିଲା ଜୁଇ! ପ୍ରେମ ପକ୍ଷୀ ସାଜି ଉଡିବା ଆଗରୁ ଝଡ଼ିପଡିଲେ ବରଡ଼ଗର ଜୀବର୍ଦ୍ଦନ ଭୋଇ। କୋଭିଡ୍‌ର ମୃତ୍ୟୁ ଫାସରେ ଛନ୍ଦି ହୋଇ ସେ ଅଫେରା ରାଇଜକୁ ଚାଲିଗଲେ।

ବରଗଡ଼ ଜିଲ୍ଲା ଅତାବିରା ଅଞ୍ଚଳର ଜୀବର୍ଦ୍ଦନ ଭୋଇ ସମ୍ବଲପୁରରେ ଏକ ଘରୋଇ କମ୍ପାନୀରେ କାମ କରୁଥିଲେ। ମେ’ ୨୫ ତାରିଖରେ ତାଙ୍କ ବିବାଘର ସ୍ଥିର ହୋଇଥିଲା। ସେଥିପାଇଁ ସେ ଗତ ୧୮ ତାରିଖରୁ ଘରକୁ ଚାଲି ଯାଇଥିଲେ। ନିଜ ବିବାହ ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଥିଲେ। ବେଶ୍‌ ଖୁସ୍‌ ଥିଲେ।

ପ୍ରେମ ପକ୍ଷୀ ହୋଇ ଉଡିବା ଆଗରୁ ଜୀବର୍ଦ୍ଦନ କେତେବେଳେ ମହାମାରୀ କରୋନାର ମୃତ୍ୟୁ ଫାସରେ ଛନ୍ଦି ହୋଇଯାଇଥିଲେ, ଜାଣିନଥିଲେ। ହଠାତ୍‌ ଦେହ ଅସୁସ୍ଥ ହେବାରୁ ମେଡିକାଲ୍‌ ଯାଇଥିଲେ। ସେଠାରେ ତାଙ୍କର କୋଭିଡ୍‌ ଟେଷ୍ଟ କରାଯାଇଥିଲା।

ଗତ ୧୭ ତାରିଖରେ ଜୀବର୍ଦ୍ଦନଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା। ଏହା ପରେ ତାଙ୍କୁ ଭୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ସମ୍ୱଲପୁରରେ ନିର୍ମାଣ ହୋଇଥିବା ବେସରକାରୀ କୋଭିଡ୍‌ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଜୀବର୍ଦ୍ଦନ। ଅର୍ଥାତ ଯେଉଁ ଦିନ ତାଙ୍କର ଉଠିଥାଆନ୍ତା ସବାରୀ, ସେହିଦିନ ଉଠିଲା କୋକେଇ। ଗତ ୨୫ ତାରିଖରେ କୋଭିଡ୍‌ ଗାଇଡ୍‌ଲାଇନ୍‌ରେ ତାଙ୍କ ଶବ ସତ୍କାର କରାଯାଇଛି।

Related story