ଶୁଦ୍ଧି କର୍ମ ବେଳେ ଆକାଶରୁ ଖସିଲା ମୃତ୍ୟୁ, ଚାଲିଗଲା ଯୁବକଙ୍କ ଜୀବନ

ଯାଜପୁର(ଅଭୟ ପତି): ଶୁଦ୍ଧି କର୍ମ କରିବାକୁ ଯାଇଥିଲେ। ହଠାତ୍‌ ଆକାଶରୁ ଖସିଲା ମୃତ୍ୟୁ। ଆଉ ଚାଲିଗଲା ଶୁଦ୍ଧି କାର୍ଯ୍ୟ କରିବାକୁ ଆସିଥିବା ପ୍ରଶାନ୍ତ ବାରିକଙ୍କ ଜୀବନ। ଆଜି ଏପରି ଦୁଃଖଦ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି। କୋରାଇ ବ୍ଲକ ତଣ୍ଡରା ପଞ୍ଚାୟତ ବରେଇ ଗାଁରେ ଗଙ୍ଗାଧର ସାହୁଙ୍କ ପରିବାରରେ ଆଜି ହେଉଥିଲା ଶୁଦ୍ଧି କାର୍ଯ୍ୟ। ତୁଠ କର୍ମରେ ସାମିଲ ହୋଇଥିଲେ ପ୍ରଶାନ୍ତ ବାରିକ। ଶୁଦ୍ଧି କାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳା ବାଦଲ। […]

lightning

Manoranjan Sial
  • Published: Thursday, 22 April 2021
  • , Updated: 22 April 2021, 04:39 PM IST

ଯାଜପୁର(ଅଭୟ ପତି): ଶୁଦ୍ଧି କର୍ମ କରିବାକୁ ଯାଇଥିଲେ। ହଠାତ୍‌ ଆକାଶରୁ ଖସିଲା ମୃତ୍ୟୁ। ଆଉ ଚାଲିଗଲା ଶୁଦ୍ଧି କାର୍ଯ୍ୟ କରିବାକୁ ଆସିଥିବା ପ୍ରଶାନ୍ତ ବାରିକଙ୍କ ଜୀବନ। ଆଜି ଏପରି ଦୁଃଖଦ ଘଟଣା ଯାଜପୁର ଜିଲ୍ଲାରେ ଘଟିଛି।

କୋରାଇ ବ୍ଲକ ତଣ୍ଡରା ପଞ୍ଚାୟତ ବରେଇ ଗାଁରେ ଗଙ୍ଗାଧର ସାହୁଙ୍କ ପରିବାରରେ ଆଜି ହେଉଥିଲା ଶୁଦ୍ଧି କାର୍ଯ୍ୟ। ତୁଠ କର୍ମରେ ସାମିଲ ହୋଇଥିଲେ ପ୍ରଶାନ୍ତ ବାରିକ। ଶୁଦ୍ଧି କାର୍ଯ୍ୟ ଚାଲିଥିବା ବେଳେ ହଠାତ୍‌ ଆକାଶରେ ଘୋଟି ଆସିଥିଲା କଳା ବାଦଲ। ଚାହିଁ ଚାହୁଁ ବର୍ଷିଥିଲା। ଆଉ ବର୍ଷା ଦାଉରୁ ବର୍ତ୍ତିବା ପାଇଁ ସମସ୍ତେ ଗଛ ମୂଳକୁ ଚାଲି ଯାଇଥିଲେ। ଏହି ସମୟରେ ହଠାତ୍‌ ବଜ୍ରପାତ ଘଟିଥିଲା। ଫଳରେ ସଜ୍ଞାହରାଇ ତଳେ ପଡ଼ି ଯାଇଥିଲେ ପ୍ରଶାନ୍ତ। ତାଙ୍କୁ ସଙ୍ଗେ ସଙ୍ଗେ ଯାଜପୁର ରୋଡ୍‌ କ୍ଷେତ୍ରୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୂଚନାରୁ ପ୍ରକାଶ, ଆଜି ଉତ୍ତର ଓଡ଼ିଶା ସମେତ ଉପକୂଳ ଜିଲ୍ଲାରେ କିଛି ସ୍ଥାନରେ ଘଡଘଡ଼ି ସହ ବର୍ଷା ହୋଇଛି। ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ସାଙ୍ଗକୁ କାଳବୈଶାଖୀ ହୋଇଛି। ଫଳରେ ଅନେକ ବର୍ଷା ସାଙ୍ଗକୁ ଗଛପତ୍ର ଭାଙ୍ଗିଥିବା ଦେଖିବାକୁ ମିଳିଛି।

Related story