ବାଇକରେ ଯାଉଥିବା ବେଳେ ବଜ୍ର ମାରିଲା

ଖୋର୍ଦ୍ଧା (ବଳରାମ ଲେଙ୍କା): ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ବାଇକ୍‌ରେ ଯାଉଥିବା ବେଳେ ୧୬ ନମ୍ୱର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ଠାରୁ ଅଳ୍ପ ଦୂରରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ମୃତଦେହ ପାଖରେ ଏକ ଆଇକାର୍ଡ଼ ପଡ଼ିଥିଲା। […]

khurda

Manoranjan Sial
  • Published: Tuesday, 09 June 2020
  • , Updated: 09 June 2020, 06:50 PM IST

ଖୋର୍ଦ୍ଧା (ବଳରାମ ଲେଙ୍କା): ବଜ୍ରପାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଯୁବକ ଜଣକ ବାଇକ୍‌ରେ ଯାଉଥିବା ବେଳେ ୧୬ ନମ୍ୱର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସ୍‌ଠାରୁ ଅଳ୍ପ ଦୂରରେ ବଜ୍ରପାତ ହୋଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଟାଉନ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି।

ମୃତ ବ୍ୟକ୍ତିଙ୍କ ପରିଚୟ ଜଣାପଡ଼ି ନାହିଁ। ତେବେ ମୃତଦେହ ପାଖରେ ଏକ ଆଇକାର୍ଡ଼ ପଡ଼ିଥିଲା। ସେଥିରେ ତାଙ୍କ ନାଁ ରାମକୃଷ୍ଣ ଦାସ ବୋଲି ଲେଖା ରହିଛି। ସେ ମଞ୍ଚେଶ୍ୱର ଅଞ୍ଚଳରେ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ଆଇକାର୍ଡ଼ରେ ଲେଖାଯାଇଛି।

Related story